‘ନିଜ ଗୋଡରେ ନିଜେ କୁରାଢି ମାରୁଛି ବିଜେପି’: ପ୍ରେସମିଟ୍ କରି ବିଜେପି ଉପରେ ବର୍ଷିଛନ୍ତି ଭି କେ ପାଣ୍ଡିଆନ୍ ।

1,037

କନକ ବ୍ୟୁରୋ: ପ୍ରେସମିଟ୍ କରି ବିଜେପି ଉପରେ ବର୍ଷିଛନ୍ତି ବିଜେଡି ନେତା ଭି କେ ପାଣ୍ଡିଆନ୍ । କହିଛନ୍ତି , ‘ନିଜ ଗୋଡ଼ରେ ନିଜେ କୁରାଢ଼ୀ ମାରୁଛି ବିଜେପି । ବିଜେପିର ମାନିଫେଷ୍ଟୋକୁ ନେଇ ଲୋକମାନେ ବୁଝି ସାରିଛନ୍ତି । ତେଣୁ ଏହି ମାନିଫେଷ୍ଟରେ ବିଜେପିର ୯ ଟି ସେଲ୍ଫ ଗୋଲ ଖୋଦ୍ ବିଜେପି ପାଇଁ ସମସ୍ୟା ସୃଷ୍ଟି କରିଛି ।

ବିଜେପିର ନିର୍ବାଚନ ଇସ୍ତହାରକୁ ନେଇ ଟାର୍ଗେଟ କରିଛନ୍ତି ବିଜେଡି ନେତା ଭି.କେ ପାଣ୍ଡିଆନ୍ । ମାନିଫେଷ୍ଟୋରେ ବିଜେପିର ୯ଟି ସେଲ୍ଫ ଗୋଲ ତଥା ନିଜେ ନିଜ ପାଇଁ ସୃଷ୍ଟି କରିଥିବା ସମସ୍ୟାକୁ ନେଇ ସେ କହିଛନ୍ତି , ମହାପ୍ରଭୁ ଶ୍ରୀଗନ୍ନାଥଙ୍କୁ ରାଜନୀତିକୁ ଟାଣିବା, ମୁଖ୍ୟମନ୍ତ୍ରୀଙ୍କୁ ଅପମାନିତ କରିବା କଥାକୁ ରାଜ୍ୟବାସୀ ପସନ୍ଦ କରୁନାହାଁନ୍ତି । ସେହିପରି ମିଶନ ଶକ୍ତି ମହିଳାଙ୍କ ବିରୁଦ୍ଧରେ ଷଡ଼ଯନ୍ତ୍ର ହେଉଛି । ବିଜେପିର ମାନିଫେଷ୍ଟୋ କହୁଛି , ସରକାରକୁ ଆସିଲେ ପ୍ରଥମେ ମିଶନ ଶକ୍ତି ବନ୍ଦ ହେବ । ତେଣୁ ମିଶନ ଶକ୍ତିର ୭୦ ଲକ୍ଷ ମହିଳା ଏକାଠି ହୋଇଛନ୍ତି । ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ବନ୍ଦ କରି ଆୟୁଷ୍ମାନ ଯୋଜନା ଲାଗୁ କରିବାକୁ ଚାହୁଁଛି ବିଜେପି । ଏହାଦ୍ୱାରା ୪୫ ଲକ୍ଷ ପରିବାର ଏଥିରୁ ନିବୃତ ରହିବେ । ବିଏସକେୱାଇରେ ୯୦ ଲକ୍ଷ ପରିବାର ସୁବିଧା ପାଉଛନ୍ତି । ଯୁବପିଢ଼ିଙ୍କ ପାଇଁ ବିଜେପି ମାନିଫେଷ୍ଟୋରେ ଭିଜନ ନଥିବା କହି ସେ ଟାର୍ଗେଟ କରିଛନ୍ତି । ଆଦିବାସୀଙ୍କ କଳା ସଂସ୍କୃତି ଓ ଭାଷା ଆଦିର ରକ୍ଷଣବେକ୍ଷଣ ପାଇଁ ମୁଖ୍ୟମନ୍ତ୍ରୀ ସ୍ୱେଶାଲ ଡେଭଲପ କାଉନସିଲ କରିଛନ୍ତି । ହେଲେ ଡବଲ ଇଞ୍ଜିନ ସରକାର ଥିବା କୌଣସି ରାଜ୍ୟରେ ଏଭଳି ବ୍ୟବସ୍ଥା ନାହିଁ ବୋଲି କହିଛନ୍ତି ପାଣ୍ଡିଆନ୍ ।