ସଫଳତା ବଜାୟ ରଖିଲା ସିଏନସି। ଗୌରବ ଆଣିଲେ ଅଂଶୁମାନ୍ ମହାରଣା । ପ୍ରଥମ ସ୍ଥାନରେ ୩୭ ଛାତ୍ର ।

59

କନକ ବ୍ୟୁରୋ: ଚଳିତ ବର୍ଷ ପ୍ରକାଶ ପାଇ ଥିବା +୨ ବାଣିଜ୍ୟ ଫଳାଫଳ ଏବର୍ଷ ମଧ୍ୟ ସଫଳତା ବଜାୟ ରଖିଲା ସିଏନସି କଲେଜ । ଅଂଶୁମାନ୍ ମହାରଣା ୯୩.୧୭%(୫୫୯) ରଖି ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ୧୨ ଜଣ ଛାତ୍ରଛାତ୍ରୀ ୮୫% ଉପରେ ମାର୍କ ରଖିଥିବାବେଳେ , ୨୧ ଜଣ ୮୦% ରୁ ଅଧିକ ନମ୍ବର ରଖିଛନ୍ତି । ୫୧ ଜଣ ଛାତ୍ର ଛାତ୍ରୀଙ୍କ ମଧ୍ୟରୁ ପ୍ରଥମ ସ୍ଥାନରେ ୩୭ ଜଣ, ଦ୍ୱିତୀୟ ସ୍ଥାନ ରେ ୧୦ ଜଣ ଓ ତୃତୀୟ ସ୍ଥାନରେ ୩ ଜଣ ଉତ୍ତୀର୍ଣ ହୋଇଛନ୍ତି । ଏକାଉଣ୍ଟେନ୍ସିରେ ୧ ଜଣ ,ଏଫଏମଏ ରେ ୩ ଜଣ, ଗଣିତରେ ୨ ଜଣ ୧୦୦ ରୁ ୧୦୦ ମାର୍କ ଆଣିଛନ୍ତି । କଲେଜର ନିର୍ଦ୍ଦେଶକ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ,ଛାତ୍ର ଛାତ୍ରୀ ଓ ଅଭିଭାବକ ମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।