ଅରୁଣୋଦୟନଗର ସ୍ଥିତ ଆପି ଯୁକ୍ତ ୨ ବିଜ୍ଞାନ ବିଦ୍ୟାଳୟ ଓ ଆଲପି ଏକାଡେମୀର ଶତ ପ୍ରତିଶତ ରେଜଲ୍ଟ । ୫୩ରୁ ୫୩ ଜଣ ଛାତ୍ରଛାତ୍ରୀ ପାସ୍ । 

65

କନକ ବ୍ୟୁରୋ :  ଅରୁଣୋଦୟନଗର ସ୍ଥିତ ଆପି ଯୁକ୍ତ ୨ ବିଜ୍ଞାନ ବିଦ୍ୟାଳୟ ଓ ଆଲପି ଏକାଡେମୀର ଶତ ପ୍ରତିଶତ ପାସ୍ ହାର ରହିଛି  । ଉଚ୍ଚମାଧ୍ୟମିକ ବିଦ୍ୟାଳୟର ୫୩ ଜଣ ପରୀକ୍ଷା ଦେଇଥିଲେ  । ସେଥିରୁ ୪୭ ଜଣ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଥିବା ବେଳେ ୬ ଜଣ ଦ୍ଵିତୀୟ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଛନ୍ତି  । ତନ୍ମୟ ରାଉତ ୫୨୬ ନମ୍ବର ରଖି ସ୍କୁଲ ଟପ୍ପର୍ ହୋଇଥିବା ବେଳେ ଜ୍ଞାନରଂଜନ ପଣ୍ଡା(୫୧୭) ଓ ପୁଷ୍ପାଞ୍ଜଳି ମହାରଣା(୪୭୭) ନମ୍ବର ରଖି ଯଥାକ୍ରମେ ପ୍ରଥମ ଓ ଦ୍ବିତୀୟ ସ୍ଥାନ ଅଧିକାର କରିଛନ୍ତି । ପ୍ରଭାତ ଅନୁଷ୍ଠାନର ଅଧ୍ୟକ୍ଷ ତ୍ରିପାଠୀ ସମସ୍ତ ସଫଳ ଛାତ୍ରଛାତ୍ରୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।