ପ୍ରଶାନ୍ତ ଜଗଦ୍ଦେବଙ୍କ ଗିରଫଦାରୀ ପ୍ରସଙ୍ଗ । ପ୍ରେସମିଟ୍ କରି ବର୍ଷିଲେ ଅପରାଜିତା ଷଡଙ୍ଗୀ । କହିଲେ, ଜଗଦ୍ଦେବ ବାବୁଙ୍କ ଲୋକପ୍ରିୟତା ଦେଖି ଡରିଗଲେ କି?

2,294

କନକ ବ୍ୟୁରୋ : ଚିଲିକା ବିଧାୟକ ତଥା ଖୋର୍ଦ୍ଧା ବିଜେପି ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ଜଗଦ୍ଦେବଙ୍କ ଗିରଫଦାରୀ ପ୍ରସଙ୍ଗରେ ପ୍ରେସମିଟ୍ କରି ବର୍ଷିଛନ୍ତି ଭୁବନେଶ୍ୱର ସାଂସଦ ପ୍ରାର୍ଥୀ ଅପରାଜିତା ଷଡଙ୍ଗୀ । ସିଧା ସିଧା ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିବା ସହିତ କେଉଁ ପରିସ୍ଥିତିରେ ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ଗିରଫ କରାହେଲା ବୋଲି ସେ ପ୍ରଶ୍ନ କରିଛନ୍ତି ।

ଅପରାଜିତା କହିଛନ୍ତି, ଯେଉଁ ବୁଥରେ ଇଭିଏମ୍ ଭଙ୍ଗା ହେଇଥିଲା, ସେହି ସ୍ଥାନକୁ ସେ ସାଙ୍ଗେ ସାଙ୍ଗେ ପହଞ୍ଚିଥିଲେ । ହେଲେ ସେଠାରେ ପ୍ରଶାନ୍ତ ଜଗଦ୍ଦେବ ଇଭିଏମ୍ ଭାଙ୍ଗିଥିବା ନେଇ କେହି ବି ଲୋକ ଅଭିଯୋଗ କରିନଥିଲେ । ଅନ୍ୟପଟେ ଡ୍ରାଇଭର ବନବାଳୀ ବାବୁ ଗତକାଲି ଯେଉଁ କଥା କହିଛନ୍ତି, ସେଥିରୁ ସ୍ପଷ୍ଟ ହେଇଛି ଯେ, ପ୍ରଶାନ୍ତ ଜଗଦ୍ଦେବ ଇଭିଏମ୍ ଭାଙ୍ଗିନାହାଁନ୍ତି । ବନମାଳୀ ବାବୁଙ୍କୁ ୪ ଜଣ ପୋଲିସ୍ ହଇରାଣ କରିଥିଲେ । ସେମାନେ ଚାହୁଁଥିଲେ ସେ କୁହନ୍ତୁ, ପ୍ରଶାନ୍ତ ଜଗଦ୍ଦେବ ସେହି ଇଭିଏମ୍ ଭାଙ୍ଗିଛନ୍ତି ।

ଅନ୍ୟପଟେ ଅପରାଜିତା ଆହୁରି ମଧ୍ୟ କହିଛନ୍ତି ଯେ, ପ୍ରଶାନ୍ତ ଜଗଦ୍ଦେବ ବାବୁଙ୍କ ଲୋକପ୍ରିୟତାକୁ ସରକାର ଡରିଗଲେ କି? ତାଙ୍କ ବିରୋଧରେ ଷଡଯନ୍ତ୍ର କରାଯାଇଛି । ତାଙ୍କ ପାଖରେ ସିସିଟିଭି ଫୁଟେଜ୍ ରହିଛି । ସେହି ଫୁଟେଜରେ ପ୍ରଶାନ୍ତ ଜଗଦ୍ଦେବ ଇଭିଏମ୍ ଭାଙ୍ଗିଥିବା ନେଇ କୌଣସି ପ୍ରମାଣ ନାହିଁ ବୋଲି କହିଛନ୍ତି ଅପରାଜିତା ଷଡଙ୍ଗୀ ।