ତୃତୀୟ ପର୍ଯ୍ୟାୟ ଭୋଟିଂ ସହ ମେଜରିଟି ପାଇବାକୁ ଯାଉଛି ବିଜେପି  । ଆସନ୍ତା ୪ ତାରିଖରେ ବିଜେପି ସରକାର ହେବାକୁ ଯାଉଛି : ବିଜେପିର ଦୃଢତା

1,995

କନକ ବ୍ୟୁରୋ: ୨୫ ବର୍ଷରେ ୨୪ ଟି ତଦନ୍ତ ରିପୋର୍ଟ ଚାପିଛନ୍ତି ସରକାର  । କିନ୍ତୁ ବିଜେପି ସରକାରକୁ ଆସିଲେ ସବୁ ତଦନ୍ତ ରିପୋର୍ଟ ସର୍ବଜନୀନ କରିବ । ବିଜେଡି ଶାସନକାଳରେ ଯେଉଁ ସବୁ ତଦନ୍ତ କମିଶନ ବସିଛି ସେ ସବୁ ରିପୋର୍ଟକୁ ଚାପି ଦେଇଛନ୍ତି ବିଜେଡି ସରକାର ବିଜେପି ସରକାରକୁ ଆସିଲେ ସବୁ ତଦନ୍ତ କମିଶନ ଗୁଡିକର ରିପୋର୍ଟ ସର୍ବଜନୀନ କରିବ ।

ଏହାସହ  ରତ୍ନଭଣ୍ଡାର ଚାବି ହଜିବା ତଦନ୍ତ ରିପୋର୍ଟ ଲୋକଙ୍କ ପାଖରେ ପହଞ୍ଚାଯିବ  । ଏହାସହ ଖଣି ଦୁର୍ନୀତି ତଦନ୍ତ ରିପୋର୍ଟକୁ ଖୋଲିବୁ, ୨୫ ବର୍ଷ ଭିତରେ ରାଜ୍ୟ ସରକାର କରିଥିବା ସବୁ ଦୁର୍ନୀତିର ଗୁମର ଫିଟାଇବ ବିଜେପି । ଏହା ସହ ୩ ମାସରେ ଚିଟଫଣ୍ଡ ତଦନ୍ତ ରିପୋର୍ଟ ବି ଲୋକଲୋଚନକୁ ଆଣିବ ଏବଂ ଟଙ୍କା ଫେରାଇବାର ବ୍ୟବସ୍ଥା କରିବ ବୋଲି କହିଛନ୍ତି ରାଜ୍ୟ ବିଜେପି ପୂର୍ବତନ ସଭାପତି କନକ ବର୍ଦ୍ଧନ ସିଂଦେଓ ।