ପୁଣି ବଢିବ ତାତି, କଲବଲ କରିବ ଖରା । ତାପମାତ୍ରା ୩ରୁ ୫ ଡିଗ୍ରୀ ବଢିବା ନେଇ ପୂର୍ବାନୁମାନ । କିଛି ସ୍ଥାନ ହେଇପାରେ ଘଡଘଡି ସହ ବର୍ଷା । 

208

କନକ ବ୍ୟୁରୋ: ପୁଣି ବଢିବ ତାତି, କଲବଲ କରିବ ଖରା । ଆଗାମୀ ଦୁଇରୁ ତିନି ଦିନ ଭିତରେ ତାପମାତ୍ରା ୩ରୁ ୫ଡିଗ୍ରୀ ବଢିବା ନେଇ ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର। ମିଳିଥିବା ସୂଚନା ମୁତାବକ, ଆଗାମୀ ୫ ଦିନରେ ଓଡ଼ିଶାରେ ଗୋଟିଏ ଦୁଇଟି ଜାଗାରେ ବିଜୁଳି ଘଡଘଡି ସହ ବର୍ଷା ସମ୍ଭାବନା ରହିଛି, କିନ୍ତୁ ଅନ୍ୟ ସ୍ଥାନରେ ଗ୍ରୀଷ୍ମପ୍ରବାହ ସ୍ଥିତି ରହିବ । ଆଞ୍ଚଳିକ ପାଣିପାଗ ବିଭାଗ କେନ୍ଦ୍ରର ନିର୍ଦ୍ଦେଶକ ମନୋରମା ମହାନ୍ତିଙ୍କ କହିବା ମୁତାବକ,ଆଗାମୀ ୨୪ ଘଣ୍ଟା ଗୁଳୁଗୁଳି ସ୍ଥିତି ରହିବ । ବର୍ତ୍ତମାନ ଆର୍ଦ୍ରତା ବହୁତ ଅଛି, ତାପମାତ୍ରା ମଧ୍ୟ ବଢିବା ସମ୍ଭାବନା ରହୁଛି । । ୨୯ ଓ ୩୦ ତାରିଖରେ ସୁନ୍ଦରଗଡ, ଝାରସୁଗୁଡା, ସମ୍ବଲପୁର ଓ ନୂଆପଡାରେ ଗ୍ରୀଷ୍ମପ୍ରବାହ ସ୍ଥିତି ରହିବ । ୩୦ ରୁ ୧ ତାରିଖରେ କିଛି ସ୍ଥାନରେ ବିଜୁଳି, ଘଡଘଡି ସହ ବର୍ଷା ପବନ ହୋଇପାରେ । ତେବେ ଆଗାମୀ ଚାରିଦିନ ଭିତରେ ସମୟାନୁସାରେ କେରଳ ଛୁଇଁବ ମୌସୁମୀ। ଓଡିଶାକୁ ମୌସୁମୀ ଛୁଇଁବା ଚାରିଦିନ ପୂର୍ବରୁ ଆକଳନ କରିହେବ । ଚଳିତ ବର୍ଷ ଓଡ଼ିଶାର କିଛି କିଛି ସ୍ଥାନରେ କମ ବର୍ଷା ହୋଇପାରେ, କିଛି ଜାଗାରେ ମେଘୁଆ ପାଗ ରହିବ । କିନ୍ତୁ ଚଳିତବର୍ଷ ମଧ୍ୟ କିଛି ଜିଲ୍ଲାରେ ନିଅଣ୍ଟିଆ ବର୍ଷା ରହିପାରେ ବୋଲି ଅନୁମାନ କରାଯାଉଛି ।