ଥାନା ଅଧିକାରୀଙ୍କ ସାହସିକତା ପାଇଁ ମୃତ୍ୟୁମୁଖରୁ ବଞ୍ଚିଗଲେ ମହିଳା : ଏସସିବିରେ ଭର୍ତ୍ତି କରାଯାଇଥିବା ବେଳେ ସୁସ୍ଥ ଥିବା ସୂଚନା 

351

କନକ ବ୍ୟୁରୋ : ଜଗତପୁର ଥାନା ଅଧିକାରୀଙ୍କ ସାହସିକତା ପାଇଁ ମୃତ୍ୟୁମୁଖରୁ ବଞ୍ଚିଗଲେ ମହିଳା । ବିଳମ୍ବିତ ରାତିରେ ପାରେଶ୍ୱର ସାହିର ଜଣେ ମହିଳା ଯୋବ୍ରା ୱାଟର ରିଜର୍ଭର ୨୫ ଫୁଟ ତଳକୁ ଖସି ପଡିଥିଲେ । ବଞ୍ଚାଇବା ପାଇଁ ମହିଳା ଜଣଙ୍କ ଚିକ୍ରାର କରୁଥିଲେ । ମାତ୍ର ଲୋକମାନେ ତାଙ୍କୁ ବଞ୍ଚାଇବା ପାଇଁ ସାହସ ଜୁଟାଇ ପାରିନଥିଲେ ।

ନାଇଟ ପାଟ୍ରୋଲିଂ କରୁଥିବା ଜଗତପୁର ଥାନା କର୍ମଚାରୀ ସଙ୍ଗେ ସଙ୍ଗେ ସେଠାରେ ପହଞ୍ଚି ତାଙ୍କୁ ଉଦ୍ଧାର କରିବା ପାଇଁ ଉଦ୍ୟମ କରିଥିଲେ । ଅଗ୍ନିଶମ ବାହିନୀକୁ ଖବର ଦେବା ସହ ଦୁଇ, ତିନି ଜଣ ଧୀବରଙ୍କୁ ନେଇ ସେ ମହିଳାଙ୍କୁ ଉଦ୍ଧାର କରିଥିଲେ । ମହିଳାଙ୍କୁ ଏସସିବି ମେଡିକାଲରେ ଭର୍ତ୍ତି କରାଯାଇଥିବା ବେଳେ ସେ ଏବେ ସୁସ୍ଥ ଅଛନ୍ତି ।