୧୯ରେ ମହାପ୍ରଭୁଙ୍କ ନବଯୌବନ ଦର୍ଶନ । ୨ ଘଣ୍ଟା ଧରି ସାହାଣମେଲା ଦର୍ଶନ କରିବେ ଭକ୍ତ, ଦିନ ୧୧ଟା ପରେ ସାଧାରଣ ଦର୍ଶନ ବନ୍ଦ ।

148

କନକ ବ୍ୟୁରୋ : ଆସନ୍ତା ୧୯ରେ ମହାପ୍ରଭୁଙ୍କ ନବଯୌବନ ଦର୍ଶନ । ସକାଳ ୮ଟାରୁ ଆରମ୍ଭ ହେବ ନବଯୌବନ ଦର୍ଶନ । ସକାଳ ୮ଟାରୁ ୯ଟା ଯାଏଁ ପାରମାଣିକ ଟିକେଟଧାରୀ କରିପାରିବେ ଦର୍ଶନ । ପାରମାଣିକ ଟିକେଟର ଦାମ ୧୦୦ ଟଙ୍କା ସ୍ଥିର କରାଯାଇଛି । ସେହିଭଳି ସକାଳ ୯ଟାରୁ ୧୧ଟା ଯାଏଁ ସାହାଣମେଲା ଦର୍ଶନ କରିପାରିବେ ଭକ୍ତ । ୨ ଘଣ୍ଟା ଧରି ସାହାଣ ମେଲା ଦର୍ଶନ କରିପାରିବେ ସାଧାରଣ ଲୋକେ । ଦିନ ୧୧ଟା ପରେ ସାଧାରଣ ଦର୍ଶନ ବନ୍ଦ ରହିବ । ଏନେଇ ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସ ।

ନବଯୌବନ ଦର୍ଶନର ପରଦିନ ଶ୍ରୀଜିଉ ରଥାରୁଢ ହେବେ । ଲକ୍ଷ ଲକ୍ଷ ଭକ୍ତଙ୍କ ଗହଣରେ ହେବ ବିଶ୍ୱପ୍ରସିଦ୍ଧ ରଥଯାତ୍ରା । ଯାହାର ନୀତି ନିଘଣ୍ଟ ଆସିଛି ।