ବିର୍ଲ୍ଲା ଗ୍ଲୋବାଲ ୟୁନିଭରସିଟିର ପ୍ରଥମ ରିସର୍ଚ୍ଚ ସ୍କଲାର୍ସ ମିଟ୍ ୨୦୨୩ ଆୟୋଜିତ । ଗୁଣାତ୍ମକ ରିସର୍ଚ୍ଚ ଉପରେ ଗୁରୁତ୍ୱାରୋପ କଲେ କୁଳପତି ପି.ପି ମାଥୁର

132

କନକ ବ୍ୟୁରୋ : ବିର୍ଲ୍ଲା ଗ୍ଲୋବାଲ ୟୁନିଭରର୍ସିଟି ପକ୍ଷରୁ ଏହାର ଦୁଇ ଦିନିଆ ରିସର୍ଚ୍ଚ ସ୍କଲାର୍ସ ମିଟ୍ ୨୦୨୩ ଆୟୋଜିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ପ୍ରଥମ ଦିନରେ କୁଳପତି ପି.ପି ମାଥୁର ତାଙ୍କ ବକ୍ତବ୍ୟରେ ଗୁଣାତ୍ମକ ରିସର୍ଚ୍ଚ ଉପରେ ଗୁରୁତ୍ୱାରୋପ କରିଥିଲେ । ଏକ୍ସଆଇଏମ୍ ବିଶ୍ୱବିଦ୍ୟାଳୟର ଆସୋସିଏଟ୍ ପ୍ରଫେସର୍ ଶୁଭଜିତ୍ ଭଟ୍ଟାଚାର୍ଯ୍ୟ ପି.ଏଚ୍.ଡି ସ୍କଲାର୍ସମାନଙ୍କୁ ପବ୍ଲିକେସନ୍ ଏଥିକ୍ସ ଏବଂ ପବ୍ଲିକେସନ୍ ଦୁଣତ୍ମାକମାନ ଉପରେ କହିଥିଲେ । ଅଧିକରୁ ଅଧିକ ରିସର୍ଚ୍ଚ ଆବଶ୍ୟକତା ଏବଂ ରିସର୍ଚ୍ଚ କମ୍ୟୁନିଟିକୁ ନୂତନ ଜ୍ଞାନ ପ୍ରଦାନ କରିବା ଉପରେ ବିଜିୟୁର କୁଳସଚିବ ବିକେ ଦାସ ଗୁରୁତ୍ୱ ଦେଇଥିଲେ ।

ୟୁନିଭରସିଟିର ରିସର୍ଚ୍ଚ ଏବଂ ଡେଭଲପମେଣ୍ଟର କମିଟି ମୁଖ୍ୟ ଡକ୍ଟର ପି. ନାୟକ ରିସର୍ଚ୍ଚର କ୍ରିଟିକାଲ କନସେପ୍ଟକୁ ସେୟାର କରି ପିଏଚଡି ୱାର୍କର ସମୟାନୁଯାୟୀ ଅଗ୍ରଗତି ପାଇଁ ଉତ୍ସାହିତ କରିଥିଲେ । ରିସର୍ଚ୍ଚ ସ୍କଲାର୍ସମାନଙ୍କ ଏହି ସମ୍ମିଳନୀର ଦ୍ୱିତୀୟ ଦିନରେ ଏକ୍ସଆଇଏମ୍ ୟୁନିଭରସିଟିର ପ୍ରଫେସର୍ ରାଜେସ୍ ପଣ୍ଡା ଗବେଷଣା ପଦ୍ଧତି ଏବଂ ଗବେଷଣାର ବିଭିନ୍ନ ଦିଗ ବିଷୟରେ ତାଙ୍କ ସାରଗର୍ଭକ ବକ୍ତବ୍ୟ ଦେଇଥିଲେ । ଏହି କାର୍ଯ୍ୟକ୍ରମ ବିଶେଷ କରି ଡକ୍ଟରାଲ ସ୍କଲାର୍ସ, ଅଧ୍ୟାପକ ଓ ଅଧ୍ୟାପିକା ଏବଂ ରିସର୍ଚ୍ଚରେ କ୍ୟାରିୟର କରିବାକୁ ଆଗ୍ରହୀ ଶିକ୍ଷକମାନଙ୍କ ପାଇଁ ଏକ ପ୍ଲାଟଫର୍ମ ଯୋଗାଇବା ନିମନ୍ତେ ଆୟୋଜିତ ହୋଇଥିଲା । ଉକ୍ତ ସମ୍ମିଳନୀରେ ୭୦ରୁ ଅଧିକ ଅଂଶଗ୍ରହଣକାରୀ ଯୋଗଦେଇଥିଲେ । ବିଜିୟୁର ଆସିଷ୍ଟାଣ୍ଟ ପ୍ରଫେସର୍ ତଥା କାର୍ଯ୍ୟକ୍ରମର ଆବାହାକ ସିଦ୍ଧାର୍ଥ ମିଶ୍ର ଉଦଘାଟନୀ ସମାରୋହରେ ଅତିଥିମାନଙ୍କୁ ସ୍ୱାଗତ କରିଥିଲେ ଏବଂ ଆସିଷ୍ଟାଣ୍ଟ୍ ପ୍ରଫେସର ବିବେକ ମିଶ୍ର ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରି ସମିଳନୀକୁ ଶେଷ କରିଥିଲେ ।