ବନ୍ୟା ପାଇଁ ଆସାମରେ ହାହାକାର । ୨୨ଜିଲ୍ଲାର ୫ଲକ୍ଷ ଲୋକ ପ୍ରଭାବିତ । ଆଗାମୀ ୫ଦିନ ପାଇଁ ରେଡ ଆଲର୍ଟ ଜାରି । 

166

କନକ ବ୍ୟୁରୋ: ବନ୍ୟା ଯୋଗୁଁ ଆସାମରେ ହାହାକାର ପରିସ୍ଥିତି । ଲଗାଣବର୍ଷା ଯୋଗୁଁ ରାଜ୍ୟର ଅଧିକାଂଶ ସ୍ଥାନରେ ବନ୍ୟା ପରିସ୍ଥିତି ବଡ ସମସ୍ୟା ନେଇ ଆସିଛି । ୧୪ଜିଲ୍ଲାର ୫ଲକ୍ଷ ଲୋକ ଏବେ ସୁଦ୍ଧା ପ୍ରଭାବିତ ହେବା ସହ ୫ଜଣଙ୍କ ମୃତ୍ୟୁ ସୂଚନା ରହିଛି ।ପ୍ରଳୟଙ୍କାରୀ ବନ୍ୟାରେ ଏବେ ସୁଦ୍ଧା ୧୪ହଜାର ଲୋକଙ୍କ ଘରେ ପଶିଛି ବନ୍ୟା ପାଣି । ଦିନକୁ ଦିନ ଏଠାକାର ସ୍ଥିତି ବିଗିଡିବାରେ ଲାଗିଛି । ବନ୍ୟା ପାଣିରେ କିଛି ପୋଲ ଭାଙ୍ଗିବା ଫଳରେ ଗାଁରୁ ଗାଁ ବିଚ୍ଛିନ୍ନ ହୋଇପଡିଛି । କିଛି ସ୍ଥାନରେ ଲୋକମାନେ ଫଶି ରହିଥିବାବେଳେ ଏନଡିଆରଏଫ ଟିମ ଉଦ୍ଧାରକାର୍ଯ୍ୟ କରୁଛି ।  ୧୧ଜିଲ୍ଲା ପାଇଁ ଆଗାମୀ ଦିନ ୫ଦିନ ପାଇଁ ରେଡ ଆଲର୍ଟ, ୧୨ ଜିଲ୍ଲା ପାଇଁ ୟୋଲୋ ୱାର୍ଣ୍ଣି ଓ ବାକି ଜିଲ୍ଲା ପାଇଁ ଅଂରେଜ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ । ଏହି ସମୟରେ କିଛି ସ୍ଥାନରେ ଅତ୍ୟଧିକ ବର୍ଷା ପାଇଁ ଆଲର୍ଟ ରହିଛି । ୧୪ଶହ ଗାଁ ବନ୍ୟା ପାଣିରେ ବୁଡି ରହିଛି । ସେପଟେ କାଜିରଙ୍ଗା ଜାତୀୟ ଉଦ୍ୟାନରେ ମଧ୍ୟ ବର୍ଷା ପାଣିରେ ବୁଡି ରହିଛି । ପଶପକ୍ଷୀ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ପ୍ରାଣୀମାନଙ୍କୁ ସୁରକ୍ଷିତ ରଖିବାପାଇଁ ଚେଷ୍ଟା ଜାରି ରହିଛି ।