ଜେଲ ଗଲେ ନବରଙ୍ଗପୁର ଉପଜିଲ୍ଲାପାଳ ପ୍ରଶାନ୍ତ ରାଉତ: ୭ ଜୁଲାଇ ଯାଏଁ ବିଚାର ବିଭାଗୀୟ ହାଜତରେ ରହିବେ

541

କନକ ବ୍ୟୁରୋ: ଜୁଲାଇ ୭ ତାରିଖ ଯାଏଁ ବିଚାର ବିଭାଗୀୟ ହାଜତକୁ ଗଲେ ନବରଙ୍ଗପୁର ଅତିରିକ୍ତ ଉପ-ଜିଲ୍ଲାପାଳ ପ୍ରଶାନ୍ତ ରାଉତ । ଭିଜିଲାନ୍ସ ତାଙ୍କୁ ଗିରଫ କରିବା ପରେ ସୁନ୍ଦରଗଡ ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟରେ ହାଜର କରାଯାଇଥିଲା । ଏହାପରେ ତାଙ୍କୁ ଜେଲ ପଠାଇ ଦିଆଯାଇଛି । ଗୋଟିଏ ପଟେ ଯେତେବେଳେ ଓଡିଶାର ଲକ୍ଷ ଲକ୍ଷ ଲୋକ ପେଟ ପାଇଁ ସଂଘର୍ଷ କରୁଛନ୍ତି, ଭଲ କରି ଦିମୁଠା ଖାଇବା ପାଇଁ ଦିନରାତି ପରିଶ୍ରମ କରୁଛନ୍ତି, ସେତିକି ବେଳେ, ସରକାରୀ ଚାକିରି କରୁଥିବା ନବରଂଗପୁର ଅତିରିକ୍ତ ଉପ-ଜିଲ୍ଲାପାଳ, ପେଟି ପେଟି ଟଙ୍କା ଫୋପାଡିବା ଖବର ସମସ୍ତଙ୍କୁ ଚକିତ କରିଛି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ବାବୁଙ୍କ ସମ୍ପତି କେତେ ଜାଣିବା ପାଇଁ ଭିଜିଲାନ୍ସ ଖୋଳତାଡରୁ ସାମନାକୁ ଆସିଛି ତାଜୁବ କଲା ଭଳି ତଥ୍ୟ । ଦୁଇ ଦିନର ଆକଳନ ପରେ ବାବୁ ୫କୋଟିରୁ ଅଧିକ ଟଙ୍କାର ଆୟ ବର୍ହିଭୂତ ସମ୍ପତି ଠୁଳ କରିଥିବା ସୂଚନା ଦେଇଛି ଭିଜିଲାନ୍ସ । ଏହାସହ ବାବୁଙ୍କ ଆୟର ଉତ୍ସ ଖୋଜୁଛି ତଦନ୍ତକାରୀ ଟିମ୍ ।