ଉତ୍ତରପ୍ରଦେଶ ପୂର୍ବାଞ୍ଚଳ ଏକ୍ସପ୍ରେସ ୱେରେ ଏୟାରଶୋ ‘ଗୋ ଆଣ୍ଡ ଟଚ୍’ଆୟୋଜିତ । ଉଚ୍ଚ ଆକାଶରେ କଳାକୌଶଳ ଦେଖାଇବା ସହ ଏକ୍ସପ୍ରେସ ୱେରେ ଜରୁରୀକାଳୀନ ଅବତରଣ କଲେ ଲଢୁଆ ବିମାନ ।

231

କନକ ବ୍ୟୁରୋ: ଯଦି ଆବଶ୍ୟକ ପଡିବ ତେବେ ଭାରତୀୟ ସେନାର ଲଢୁଆ ବିମାନ ଏଣିକି ରନୱେ ବଦଳରେ ରାସ୍ତା ଉପରେ ଅବତରଣ କରିପାରିବେ । କାରଣ ଏଥିପାଇଁ ଉତ୍ତରପ୍ରଦେଶ ପୂର୍ବାଞ୍ଚଳ ଏକ୍ସପ୍ରେସ ୱେ ଖାସ କରି ନିର୍ମାଣ କରାଯାଇଛି । ଶନିବାର ଏଠାରେ ବାୟୁସେନାର ଲଢୁଆ ବିମାନ କଳାକୌଶଳ ପ୍ରଦର୍ଶନ କରିଛନ୍ତି । କିଏ ଉଚ୍ଚ ଆକାଶରେ ଶକ୍ତିପ୍ରଦର୍ଶନ କରିଛି ତ ପୁଣି କିଏ ରାସ୍ତା ଉପରକୁ ଅବତରଣ କରି କମାଲ କରିଛନ୍ତି । ଉତ୍ତରପ୍ରଦେଶର ଲକ୍ଷେ୍ନø ଗାଜିପୁର ପୂର୍ବାଞ୍ଚଳ ଏକ୍ସପ୍ରେସରେ ଶନିବାର ବାୟୁସେନାର ଲଢୁଆ ବିମାନ ଏୟାରଶୋରେ ଶକ୍ତିପ୍ରଦର୍ଶନ କରିଛନ୍ତି । ମିରାଜ, ସୁଖୋଇ, ଜାଗୁଆର,ତେଜସ, ମିରାଜ, ନିର୍ମିତ ନୂଆ ରନୱେରେ ଅବତରଣ ଅଭ୍ୟାସ ମଧ୍ୟ କରିଛନ୍ତି । କାର୍ଯ୍ୟକ୍ରମରେ ସେନାର ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ । ସ୍ୱତନ୍ତ୍ରଭାବେ ପୂର୍ବାଞ୍ଚଳ ଏକ୍ସପ୍ରେସରେ ସାଢେ ତିନି କିଲୋମିଟରେ ପ୍ରସ୍ତୁତ ହୋଇଛି ଜରୁରୀ ପରିସ୍ଥିତିରେ ଏହି ଏକ୍ସପ୍ରେସ ୱେରେ ଲଡୁଆ ବିମାନକୁ ଅବତରଣ କରାଯାଇପାରିବ । ଉତରପ୍ରଦେଶ ସରକାର ଓ ସେନା ମିଳିତଭାବେ ରନୱେ ଓ ହାଇୱେରର ମିଶ୍ରିତ ଢାଞ୍ଚାରେ ନିର୍ମାଣ କରାଯାଇଛି ।