ପୁଣି ସାମ୍ନାକୁ ଆସିଲା ଚୀନର ଦୋମୁହାଁ ନୀତି: ଗନ୍ ପଏଣ୍ଟରେ ଟାରୋନକୁ ଅପହରଣ କରିଥିଲା ପିଏଲଏ

139

କନକ ବ୍ୟୁରୋ: ପୁଣି ସାମ୍ନାକୁ ଆସିଲା ଚୀନର ଦୋମୁହାଁ ନୀତି । ପ୍ରଥମେ ବନ୍ଧୁତା ଦେଖାଇବା ଆଚରଣ କରିବା ପରେ ଏବେ ସାମ୍ନାକୁ ଆସିଛି ଚୀନର ଅସଲ ଚେହେରା । ଅରୁଣାଚଲ ପ୍ରଦେଶ ସୀମାରୁ ନିଖୋଜ ହୋଇଥିବା ମିରାମ ଟାରୋନଙ୍କୁ ସରକାତ୍ମକ ଭାବେ ଫେରାଇବା ପରେ ଚୀନର ପିପୁଲ ଲିବରେସନ୍ ଆର୍ମିର କରାଯାଉଥିଲା ପ୍ରଶଂସା । ହେଲେ ମିରାମ୍ ଭାରତ ଫେରିବା ପରେ ସତ କଥା ସାମ୍ନାକୁ ଆସିଛି । ଚୀନ୍ ଆର୍ମି ମିରାମ୍ଙ୍କ ଉପରେ ଅକଥନୀୟ ଅତ୍ୟାଚାର କରିଥିବା ତାଙ୍କ ବାପା ଓପାଙ୍ଗ ଟାରୋନ କହିଛନ୍ତି । ଯାହାକୁ ନେଇ ମିରାମଙ୍କୁ ଲାଗିଛି ମାନସିକ ଆଘାତ । ଚୀନ ସୀମାରେ ବିତାଇଥିବା ଦିନ ଗୁଡିକ ଆଜିବି ତାଙ୍କ ସ୍ୱପ୍ନରେ ଆସି ତାଙ୍କୁ ଭବବୀତ କରୁଛି ।

ମିରାମଙ୍କ ବାପା କହିଛନ୍ତି, ତାଙ୍କ ପୁଅ ନିଖୋଜ ନୁହେଁ, ବରଂ ଚୀନର ପିଏଲଏ ଆର୍ମି ଭାରତୀୟ ସୀମା ଭିତରକୁ ପ୍ରବେଶ କରି ଉଠେଇ ନେଇଥିଲେ । କେବଳ ସେତିକି ନୁହେଁ ଚୀନ ସୀମାରେ କାଟିଥିବା ଦିନ ଗୁଡିକରେ ମିରାମଙ୍କ ହାତ ଗୋଡ ବାନ୍ଧି ତାଙ୍କୁ ଇଲେକ୍ଟ୍ରିକ୍ ସକ୍ ଦିଆଯାଉଥିବା କହିଛନ୍ତି ମିରାମଙ୍କ ବାପା । ଜାନୁଆରୀ ୧୮ ତାରିଖ ସଂନ୍ଧ୍ୟା ୬ ବେଳେ ଗନ ପଏଂଟ ରଖି ଆଖିରେ କଳା ପଟି ଘୋଡାଇ ତାଙ୍କୁ ଚୀନର ପିଏଲଏ ଆର୍ମି ମିରିଆମକୁ ଚୀନ ନେଇ ଯାଇଥିଲେ । ଆଉ ସେତେବେଳେ ଛାଡି ଦେବା ପାଇଁ ସେ ବହୁତ କାକୁତି ମିନତି ମଧ୍ୟ କରିଥିଲେ । ୧୨ରୁ ଅଧିକ ପିଏଲଏ ସୋଲଜର ମିରାମାଙ୍କୁ ଉଠାଇ ନେଇଯାଇଥିବା କହିଛନ୍ତି ତାଙ୍କ ବାପା ।