ମ୍ୟାଚରେ କମେଣ୍ଟ୍ରି କରୁଥିବା ବେଳେ ଅସୁସ୍ଥ ହୋଇପଡିଲେ ରିକି ପଣ୍ଟିଂ, ମେଡିକାଲରେ ଭର୍ତ୍ତି

182

କନକ ବ୍ୟୁରୋ : ଅଷ୍ଟ୍ରେଲିଆ କ୍ରିକେଟ ଟିମର ପୂର୍ବତନ କ୍ୟାପଟେନ ତଥା ବ୍ୟାଟ୍ସମ୍ୟାନ ରିକି ପଣ୍ଟିଂ ହଠାତ ଅସୁସ୍ଥ ହୋଇପଡିଛନ୍ତି । ଶୁକ୍ରବାର ଦିନ ସେ ଅଷ୍ଟ୍ରେଲିଆ ଓ ୱେଷ୍ଟଇଣ୍ଡିଜ ମ୍ୟାଚର ତୃତୀୟ ଦିନରେ କମେଣ୍ଟ୍ରି କରୁଥିବା ବେଳେ ହଠାତ୍ ଅସୁସ୍ଥ ହୋଇପଡିଥିଲେ । ଏହାପରେ ତାଙ୍କୁ ତୁରନ୍ତ ମେଡିକାଲ ନିଆଯାଇଛି । ଏନେଇ କମେଣ୍ଟ୍ରି କରୁଥିବା ଅନ୍ୟ ସଦସ୍ୟମାନେ ସୂଚନା ଦେଇଛନ୍ତି ।

ଟିମ୍ ତରଫରୁ ସୂଚନା ଦିଆଯାଇଛି କି ରିକି ପଣ୍ଟିଂଙ୍କ ଦେହ ହଠାତ ଅସୁସ୍ଥ ହୋଇପଡିବାରୁ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ଏହି କାରଣରୁ ସେ ଆଗାମୀ ମ୍ୟାଚରେ କମେଣ୍ଟ୍ରି କରିପାରିବେ ନାହିଁ । ଏବେ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି, ତେଣୁ ତାଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତା କରିବାର କୌଣସି କାରଣ ନଥିବା କଥା ଟିମ୍ କହିଛି ।

ପଣ୍ଟିଂ ଅଷ୍ଟ୍ରେଲିଆ ଓ ୱେଷ୍ଟଇଣ୍ଡଇଜ ମଧ୍ୟରେ ପର୍ଥରେ ଖେଳାଯାଉଥିବା ଟେଷ୍ଟ ମ୍ୟାଚର ତୃତୀୟ ଦିନରେ ଅସୁସ୍ଥ ହୋଇପଡିଛନ୍ତି । ତାଙ୍କୁ ହୃଦଘାତ ହୋଇଥିବା କଥା ସୂଚନା ରହିଛି । ପଣ୍ଟିଂ କମେଣ୍ଟ୍ରି କରୁଥିବା ବେଳେ ହଠାତ ଅସୁସ୍ଥ ହୋଇପଡିଥିଲେ । ଏହାପରେ କମେଣ୍ଟେଟର ଟିମ୍ ସହାୟତା ମାଗିଥିଲା । ଏହାପରେ ପର୍ଥର ଏକ ହସ୍ପିଟାଲରେ ତାଙ୍କୁ ଆଡମିଶନ କରାଯାଇଛି ।
ଅଷ୍ଟ୍ରେଲିଆ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ଦୁଇଟି ଟେଷ୍ଟ ମ୍ୟାଚ ଖେଳାଯିବ । ଏହା ମଧ୍ୟରେ ପ୍ରଥମ ଟେଷ୍ଟ ମ୍ୟାଚ ନଭେମ୍ବର ୩୦ ତାରିଖରୁ ଆରମ୍ଭ ହୋଇଛି ।