ତାମିଲନାଡୁରେ ତେଜିଲା ଓଡିଶା ରାଜନୀତି । ପ୍ରଧାନମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀ ଷ୍ଟାଲିନଙ୍କ ଟାର୍ଗେଟ ,ଟୁଇଟ୍ କରି କହିଲେ, ଓଡିଶାରେ ଭୋଟ୍ ପାଇଁ ତାମିଲ ଲୋକଙ୍କୁ ବଦନାମ କରୁଛନ୍ତି ମୋଦୀ ।

1,529

କନକବ୍ୟୁରୋ:ତାମିଲନାଡୁରେ ଓଡିଶା ରାଜନୀତି । ଓଡିଶାରେ ନିର୍ବାଚନ ପ୍ରଚାରବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାମିଲ ଲୋକଙ୍କୁ ବଦ୍ନାମ କରୁଥିବା ନେଇ ଆକ୍ଷେପ କରିଛନ୍ତି ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ୍.କେ ଷ୍ଟାଲିନ୍ । ସୋସିଆଲ ମିଡିଆରେ ପୋଷ୍ଟ କରି ଷ୍ଟାଲିନ୍ କହିଛନ୍ତି, ଅନ୍ୟ ରାଜ୍ୟରେ ଭୋଟ୍ ହାତେଇବା ପାଇଁ ପ୍ରଧାନମନ୍ତ୍ରୀ ମୋଦୀ ତାମିଲ ଲୋକଙ୍କୁ ବଦ୍ନାମ କରୁଛନ୍ତି । ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ହଜିବା ନେଇ ତାମିଲ ଲୋକଙ୍କୁ ମିଛରେ ଦୋଷାରୋପ କରୁଛନ୍ତି ପ୍ରଧାନମନ୍ତ୍ରୀ ।

ପୂର୍ବ ରାଜ୍ୟରେ ତାମିଲ ଲୋକଙ୍କ ବିରୋଧରେ ମନ୍ତବ୍ୟ ଦେଇ ରାଜ୍ୟ ରାଜ୍ୟ ମଧ୍ୟରେ ମୋଦୀ, ବିଭେଦ ସୃଷ୍ଟି କରୁଥିବା ଅଭିଯୋଗ କରିଛନ୍ତି ଷ୍ଟାଲିନ୍ । ଭୋଟ୍ ପାଇଁ ପ୍ରଧାନମନ୍ତ୍ରୀ ଦିନକୁ ଦିନ ଏଭଳି ଦରିଦ୍ର ଭଳି ବ୍ୟବହାର ଦେଖାଇବା ବନ୍ଦ କରିବା ଉଚିତ୍ ବୋଲି ନିଜ ପୋଷ୍ଟରେ ଉଲ୍ଲେଖ କରିଛନ୍ତି ଷ୍ଟାଲିନ୍ ।

ତାଙ୍କର ଏଭଳି ଟୁଇଟ୍ର ଉତର ରଖିଛନ୍ତି, ତାମିଲନାଡୁ ବିଜେପି ସଭାପତି ଅନ୍ନାମଲାଇ । ନିଜ ରାଜ୍ୟରେ ପ୍ରତ୍ୟେକ ଦିନ ଅନେକ ଘଟଣା ଘଟୁଥିବାବେଳେ ଏହାକୁ ଅଣଦେଖା କରି ମୁଖ୍ୟମନ୍ତ୍ରୀ ଷ୍ଟାଲିନ୍ ଅନ୍ୟ ରାଜ୍ୟ ପ୍ରସଙ୍ଗରେ ମନ୍ତବ୍ୟ ରଖୁଛନ୍ତି । ଆଉ ଏହାକୁ ନେଇ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଆକ୍ଷେପ କରିବା ହାସ୍ୟାସ୍ପଦ ବୋଲି ଆନ୍ନାମଲାଇ ଏକ ଭିଡିଓ ବାର୍ତା ଜାରି କରି କହିଛନ୍ତି ।