ନାତିକୁ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ଚେତାବନୀ: ଯୌନ ନିର୍ଯାତନା ମାମଲାରେ ଆତ୍ମସମର୍ପଣ ପାଇଁ ଏନଡିଏ ପ୍ରାର୍ଥୀ ପ୍ରଜୱଲ ରେବନ୍ନାଙ୍କୁ ଦେବଗୌଡାଙ୍କ ପରାମର୍ଶ

221

କନକ ବ୍ୟୁରୋ: ଯୌନ ନିର୍ଯାତନା ମାମଲାରେ ଫସିଥିବା ଜେଡିଏସ ସାଂସଦ ପ୍ରଜ୍ଜ୍ୱଲ ରେଭାନ୍ନାଙ୍କ ଥମୁନି ଅଡୁଆ । ପ୍ରଜ୍ଜ୍ୱଲ ରେଭାନ୍ନାଙ୍କ ଜେଜେ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଏଚଡି ଦେବଗୌଡା ଏବେ ଦେଇଛନ୍ତି କଡା ଚେତାବନୀ । ତୁରନ୍ତ ଆତ୍ମସମର୍ପଣ ନକଲେ ତାଙ୍କ କ୍ରୋଧର ଶିକାର ହେବେ ବୋଲି କହିଛନ୍ତି । ଏନେଇ ସୋସିଆଲ ମିିଡିଆ ଏକ୍ସରେ ପୋଷ୍ଟ କରିଛନ୍ତି ଦେବଗୌଡା । ସେ କହିଛନ୍ତି, ପ୍ରଜ୍ଜ୍ୱଲ ଯେଉଁଠି ବା ଲଚିଥାଉ ସେ ତୁରନ୍ତ ଫେରିଆସି ଆଇନଗତ କାର୍ଯ୍ୟାନୁଷ୍ଠାନର ସମ୍ମ୍ରୁଖୀନ ହେବା ଦରକାର । ଏଥିସହିତ ସେ କହିଛନ୍ତି ତାଙ୍କ ନାତିକୁ ଦୃଷ୍ଟାନ୍ତମୂଳକ ଦଣ୍ଡ ମିଳିବା ଦରକାର ଯଦି ସେ ଦୋଷୀ ସାବ୍ୟସ୍ତ ହୁଅନ୍ତି । ସେପଟେ ପ୍ରଜ୍ଜ୍ୱଲଙ୍କ ଡିପ୍ଲୋମାଟିକ୍ ପାସପୋର୍ଟ ରଦ୍ଦ ହୋଇପାରେ । ଏନେଇ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖିଛନ୍ତି । ଏଥିସହିତ ଜେଡିଏସ ସାଂସଦ ପ୍ରଜ୍ଜ୍ୱଲ ରେଭାନ୍ନାଙ୍କୁ ଭାରତ ଫେରାଇ ଆଣିବା ପାଇଁ ଠୋସ୍ ପଦକ୍ଷେପ ଗ୍ରହଣ କରିବା ଉଚିତ୍ ବୋଲି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଚିଠିରେ ଉଲ୍ଲେଖ କରିଛନ୍ତି । ଗତ ମାସ ଏପ୍ରିଲ ୨୭ରେ ପ୍ରଜ୍ଜ୍ୱଲ ରେଭାନ୍ନାଙ୍କ କଳାକାରନାମାର ପର୍ଦ୍ଦାଫାସ ହୋଇଥିଲା । ସେବେଠୁ ନିଜ ରାଜନୈତିକ ପାସପୋର୍ଟ୍ ବ୍ୟବହାର କରି ଜର୍ମାନୀ ପଳାୟନ କରିଥିଲେ ।