ଆପ ନେତ୍ରୀ ସ୍ୱାତୀ ମାଲିୱାଲଙ୍କୁ ଆକ୍ରମଣ ମାମଲା: ତଦନ୍ତ ପାଇଁ ଘରେ ବୃଦ୍ଧ ବାପା-ମାଙ୍କ ସହ ଅପେକ୍ଷା କରି ରହିଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ, କିନ୍ତୁ ଆସିଲାନି ଦିଲ୍ଲୀ ପୋଲିସ

143

କନକ ବ୍ୟୁରୋ: ପ୍ରଚାରର ଶେଷ ଦିନରେ ମୈଦାନରେ ନୁହେଁ, ବରଂ ବାପା ମାଆଙ୍କ ସହ ରହିଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ସ୍ୱାତୀ ମାଲିୱାଲ୍ ମାମଲାରେ ପୋଲିସ ଆଜି ତଦନ୍ତ କରିବାର ଥିଲା । ତେଣୁ ମୁଖ୍ୟମନ୍ତ୍ରୀଙ୍କ ବାସଭବନକୁ ପୋଲିସ ଆସିବ ବୋଲି ଜଣାପଡିଥିଲା । ଏହାପୂର୍ବରୁ ଅରବିନ୍ଦ କେଜ୍ରିୱାଲ ନିଜ ବୃଦ୍ଧ ମାତା ପିତାଙ୍କ ସହ ନଜର ଆସିଥିଲେ । ଫଟୋରେ କେଜ୍ରିୱାଲ ତାଙ୍କ ବାପାଙ୍କ ହାତ ଧରିଥିବା ବେଳେ, ପତ୍ନୀ ସୁନିତା କେଜ୍ରିୱାଲଙ୍କ ତାଙ୍କ ମାଙ୍କ ହାତ ଧରିଥିବା ଦେଖିବାକୁ ମିଳିଛି । କିନ୍ତୁ ଶେଷ ଖବର ସୁଦ୍ଧା ପୋଲିସ ଆଜି ତଦନ୍ତ ପାଇଁ ଆସିନଥିଲା ।

ମୁହଁ ଖୋଲିଲେ ଆପ୍ ସାଂସଦ ସ୍ୱାତୀ ମାଲିୱାଲ । ଦିଲ୍ଲୀରେ ମହିଳା ସୁରକ୍ଷା ନେଇ ଆପ୍ ସରକାରଙ୍କ ମୁଖା ଖୋଲିଛନ୍ତି ସ୍ୱାତୀ । ଏକ ସାକ୍ଷାତକାରରେ କହିଛନ୍ତି, ଆଜି ତାଙ୍କ ସହ ଯାହା ଘଟିଛି ତାହା, ଆସନ୍ତାକାଲି କାହା ସହ ବି ଘଟିପାରେ । ଶକ୍ତିଶାଳୀ ଲୋକଙ୍କ ସହ ଲଢିବାକୁ ହେଲେ ସାହସ ଦରକାର । ଦିଲ୍ଲୀରେ ମହିଳା ସୁରକ୍ଷା ନେଇ ପ୍ରଶ୍ନ ଉଠାଇଛନ୍ତି ସ୍ୱାତୀ । ନିର୍ଭୟା ଘଟଣାରେ ଯେଉଁଭଳି ପୀଡିତାଙ୍କୁ ନିର୍ଯାତନା କରାଯାଇଥିଲା ଏବେ ବି ତାହା କରାଯାଉଛି ବୋଲି କହିଛନ୍ତି ସ୍ୱାତୀ ମାଲିୱାଲ ।