ଶ୍ରୀମନ୍ଦିର ଉତ୍ତର ଦ୍ୱାର ପାଖରେ ଥିବା କୂଅରେ ଗଳିପଡ଼ିଲେ ବୟସ୍କ ଭକ୍ତ । ଏକ ଘଣ୍ଟା କାଳ ରେସ୍କ୍ୟୁ ଅପରେସନ୍ ପରେ ହେଲେ ଉଦ୍ଧାର ।

349

କନକ ବ୍ୟୁରୋ: ଶ୍ରୀମନ୍ଦିରରେ ଅଭାବନୀୟ ଘଟଣା । ଉତ୍ତରଦ୍ୱାର ନିକଟରେ ଆନନ୍ଦ ବଜାରରେ ଥିବା କୂଅରେ ପଡ଼ିଗଲେ ପଶ୍ଚିମବଙ୍ଗର ୬୫ ବର୍ଷୀୟ ଭକ୍ତ ଧ୍ରୁବ ଚକ୍ରବର୍ତ୍ତୀ । ତୁରନ୍ତ ସେବାୟତମାନେ ସିଂହଦ୍ୱାର ଥାନା ଏବଂ ଅଗ୍ନିଶମ ବିଭାଗକୁ ସୂଚନା ଦେଇଥିଲେ । ଅଗ୍ନିଶମ ବିଭାଗର କର୍ମଚାରୀ ପହଞ୍ଚିବା ପରେ ରୋପ୍ ଲ୍ୟାଡର ଓ ଅକ୍ସିଜେନ୍ ସହାୟତାରେ ୭୦ ଫୁଟ୍ ତଳେ ଫସି ରହିଥିବା ବୃଦ୍ଧଙ୍କୁ ଉଦ୍ଧାର କରିଥିଲେ । ଭକ୍ତଙ୍କୁ ତୁରନ୍ତ ଆମ୍ବୁଲାନ୍ସ ଯୋଗେ ସଦର ଚିକିତ୍ସାଳୟ ନିଆଯାଇଥିଲା । ତେବେ ବୃଦ୍ଧ ଭକ୍ତ ଜଣକ କେମିତି କୂଅରେ ପଡ଼ିଲେ ଏବଂ କୂଅ ଉପରେ ଜାଲି ପଡ଼ିଥିଲା ନା ନାହିଁ, ତା’ର ତଦନ୍ତ ଆରମ୍ଭ କରିଛି ପୁଲିସ ।