ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ନେଲା ଲଘୁଚାପର ରୂପ । ଉତ୍ତର ପୂର୍ବ ଦିଗକୁ ଗତି କରି ୨୪ତାରିଖ ବେଳକୁ ଅବପାତର ରୂପ ନେବ ।

2,141

କନକ ବ୍ୟୁରୋ: ଓଡ଼ିଶା ଉପରେ ପଡିବ ନାହିଁ ଲଘୁଚାପର ପ୍ରଭାବ । ଉତ୍ତର ଓଡ଼ିଶା, ଦକ୍ଷିଣ ଓଡ଼ିଶା ସମେତ ଉପକୂଳ ଓଡ଼ିଶାର କେତେକ ଜିଲ୍ଲାରେ କେବଳ କାଳବୈଶାଖିର ପ୍ରଭାବ ଦେଖିବାକୁ ମିଳିବ । ଏଥି ସହିତ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ମଧ୍ୟ ସାମାନ୍ୟ କମିବ । ଏନେଇ ସୂଚନା ଦେଇଛନ୍ତି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ନିର୍ଦ୍ଦେଶକ ମନୋରମା ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଏବେ ଅଧିକ ଘନୀଭୁତ ହେଉଥିବା ବେଳେ ସମୁଦ୍ରରୁ ଫେରି ଆସିବାକୁ ମତ୍ସ୍ୟଜୀବୀଙ୍କୁ ପରାମର୍ଶ ଦିଆଯାଇଛି । ଓଡ଼ିଶାରେ କାଳବୈଶାଖି ପ୍ରଭାବ ଦେଖାଯିବା ସହ ତାପମାତ୍ରାରେ ମଧ୍ୟ ହ୍ରାସ ଘଟିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି ।