ବେଙ୍ଗଲରେ ବାଂଲାଦେଶ ସାଂସଦ ହତ୍ୟା ମାମଲା: ୫ କୋଟି ଟଙ୍କା ସୁପାରୀ ଦେଇ ମର୍ଡର ପାଇଁ ଷଡଯନ୍ତ୍ର ହୋଇଥିବା ସୂଚନା

306

କନକ ବ୍ୟୁରୋ: ବାଂଲାଦେଶ ସାଂସଦଙ୍କ ହତ୍ୟା ପାଇଁ କିଏ ଦେଇଥିଲା ସୁପାରୀ । ପ୍ରଥମେ ତଂଟି ଚିପି ହତ୍ୟା ପରେ ଖଣ୍ଡ ଖଣ୍ଡ କରି ଫିଙ୍ଗିଦେଲେ । ପଶ୍ଚିମବଙ୍ଗରେ ବାଂଲାଦେଶ ସାସଂଦଙ୍କ ହତ୍ୟା ଘଟଣାରେ ଆସିଛି ଚାଞ୍ଚଲ୍ୟକର ତଥ୍ୟ । ମେ ୧୨ ରେ ସାସଂଦ ଅନୱରୁଲ ଅଜିମ ଭାରତ ପହଂଚିବାର ୨୪ ଘଣ୍ଟା ଭିତରେ ହିଁ ତାଙ୍କୁ ହତ୍ୟା କରାଯାଇଛି । ଘଟଣାରେ ଦୁଇ ଦେଶ ଏବେ କରୁଛନ୍ତି ମିଳିତ ତଦନ୍ତ ।

ବାଂଲାଦେଶ ସାଂସଦଙ୍କୁ ହତ୍ୟା ପଛରେ ସୁପାରୀ?
ତଦନ୍ତ ବେଳେ ସାମ୍ନାକୁ ଆସିଲା ଚାଂଚଲ୍ୟକର ତଥ୍ୟ
ସାସଂଦ ଅନୱରୁଲ ଅଜିମ
ବାଂଲାଦେଶର ଶାସକ ଆୱାମୀ ଲିଗ୍ ପାର୍ଟିର ସାଂସଦ
ଯାହାଙ୍କୁ ପଶ୍ଚିମବଙ୍ଗରେ ଅତି ବିଭତ୍ସ ଭାବେ ହତ୍ୟା କରାଯାଇଛି

ପଡୋଶୀ ଦେଶର ସାଂସଦଙ୍କୁ କିଏ ଓ କାହିଁକି ମାରିଲା ତାହା ଏବେ ବଡ ପ୍ରଶ୍ନ ଠିଆ କରିଛି । ପୁଲିସଙ୍କୁ ପ୍ରାଥମିକ ତଦନ୍ତରୁ ଯେଉଁ ତଥ୍ୟ ମିଳିଛି ତାହା ଚକିତ କରିଦେଇଛି । ସାଂସଦଙ୍କୁ ହତ୍ୟା ବହୁ ପୂର୍ବରୁ କରାଯାଇଥିଲା । ହତ୍ୟା ପାଇଁ ସାଂସଦଙ୍କ ବନ୍ଧୁ ୫ କୋଟିର ସୁପାରୀ ଦେଇଥିବା ସନ୍ଦେହ କରାଯାଉଛି ।

ପୁଲିସ ତଦନ୍ତରେ ଜଣାପଡିଛି
ମେ’ ୧୨ରେ ଭାରତ ଆସିଥିଲେ ସାସଂଦ ଅନୱରୁଲ ଅଜିମ
ମେ’ ୧୩ରେ ସାଂସଦଙ୍କ ହତ୍ୟା କରାଯାଇଥିଲା
କଲିକତାର ନ୍ୟୁଟାଉନ ସ୍ଥିତ ଏକ ଫ୍ଲାଟକୁ ଅଣାଯାଇଥିଲା
ପ୍ରଥମେ ତଂଟିଚିପି ମାରିବା ପରେ ମୁଣ୍ଡକୁ ଛେଚି ଦିଆଯାଇଥିଲା
ପରେ ଶରୀରକୁ ଅନେକ ଭାଗରେ ଖଣ୍ଡଖଣ୍ଡ କରାଯାଇଥିଲା
ସନ୍ଦେହ ନହେବା ପାଇଁ ଫ୍ରିଜରରେ ଶରୀର ଖଣ୍ଡକୁ ରଖାଯାଇଥିଲା
ମେ ୧୪, ୧୫ ଓ ୧୮ରେ ହତ୍ୟାକାରୀ ମାନେ ଶରୀରର ଖଣ୍ଡକୁ ଫିଙ୍ଗିଦେଇଥିଲେ

ବାଂଲାଦେଶର ଶାସକ ଆୱାମୀ ଲିଗ ପାର୍ଟିର ସାଂସଦ ଅନୱରୁଲ ଅଜିମଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଥିବା ଅଭିଯୋଗ ଲଗାଇଛି ବାଂଲାଦେଶ । ଘଟଣାରେ ସଠିକ ତଦନ୍ତ ସହ ଦୃଢ କାର୍ଯାନୁଷ୍ଠାନ ପାଇଁ ଦାବି କରିଛି ।

ସେପଟେ ପଶ୍ଚିମବଙ୍ଗର ବିପର୍ପ୍ୟସ୍ଥ ଆଇନଶୃଙ୍ଖଳାର ଚିତ୍ର ଅନେକ ସମୟରେ ସାମ୍ନାକୁ ଆସିଛିା ଆଉ ଏବେ ଜଣେ ବିଦେଶୀ ସାଂସଦଙ୍କ ହତ୍ୟା ପରେ ମମତା ସରକାରଙ୍କୁ ଟର୍ଗେଟ୍ କରିଛନ୍ତି ବିରୋଧୀ । ଘଟଣାରେ ଏବେ ପୁଲିସ ସବୁ ଦିଗକୁ ନେଇ ତଦନ୍ତ ଆରମ୍ଭ କରିଦେଇଛି । ସାଂସଦଙ୍କ ଗାଡି ଓ ସିସିଟିଭି ଯାଂଚ କରାଯାଉଛି । ବାଂଲାଦେଶ ଓ ଭାରତ ମିଳିତ ତଦନ୍ତ ଆରମ୍ଭ କରିଛନ୍ତି ।