ଷଷ୍ଠ ପର୍ଯ୍ୟାୟ ମତଦାନ ପାଇଁ ଶେଷ ହେଲା ପ୍ରଚାର: ବିଜେପି, କଂଗ୍ରେସ, ଆପ, ଟିଏମସି ଭଳି ଦଳ କଲେ ଜୋରଦାର ପ୍ରଚାର

62

କନକ ବ୍ୟୁରୋ: ଆସନ୍ତା ୨୫ରେ ପଡିବ ଦେଶରେ ଷଷ୍ଠ ପର୍ଯ୍ୟାୟ ଭୋଟ୍ । ଏଥିପାଇଁ ଆଜି ଶେଷ ହୋଇଛି ପ୍ରଚାର । ଆଜି ପ୍ରଚାରର ଶେଷ ଦିନ ଥିବାରୁ ବିଜେପି, କଂଗ୍ରେସ, ଆମ୍ ଆଦମୀ ପାର୍ଟି, ସମାଜବାଦୀ ପାର୍ଟି ଭଳି ଦଳ ଜୋରଦାର ପ୍ରଚାର କରିଛନ୍ତି । ଷଷ୍ଠ ପର୍ଯ୍ୟାୟରେ ଦେଶର ୬ ରାଜ୍ୟ ଓ ୨ କେନ୍ଦ୍ରଶାସିତ ଅଂଚଳର ୫୮ଟି ଆସନରେ ହେବ ମତଦାନ । ଏଥିରେ ରହିଛି ଦିଲ୍ଲୀର ୭ଟି, ବିହାରର ୮ଟି, ହରିୟାଣାର ୧୦ଟି , ଝାଡଖଣ୍ଡର ୪ଟି, ଓଡିଶାର ୬ଟି, ଉତ୍ତରପ୍ରଦେଶର ୧୪ଟି, ପଶ୍ଚିମବଙ୍ଗର ୮ଟି ଓ ଜାମ୍ମୁକାଶ୍ମୀରର ଗୋଟିଏ ଆସନ । ଷଷ୍ଠ ପର୍ଯ୍ୟାୟରେ ୫୮ଟି ଆସନରେ ୮୮୯ ପ୍ରାର୍ଥୀଙ୍କ ହେବ ଭାଗ୍ୟ ପରୀକ୍ଷା । ମୈଦାନରେ ମନୋଜ ତିୱାରୀ, ବାଂଶୁରୀ ସ୍ୱରାଜ,କହ୍ନେୟା କୁମାର, ମେନକା ଗାନ୍ଧୀ, ଦିନେଶ ଲାଲ୍ ଯାଦବ, ମେହବୁବା ମୁଫତୀ ଭଳି ହେବିୱେଟଙ୍କ ହେବ ଭାଗ୍ୟ ପରୀକ୍ଷା ।