କୌପିନ୍ ବାବାଙ୍କ ପାଖରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ: କୌପିନ୍ ସମାଜର ମନ୍ଦିର ଓ ଟୁଙ୍ଗି ଘର ନେଇ ଆଲୋଚନା

377

କନକ ବ୍ୟୁରୋ: ଯୋରନ୍ଦା ମହିମାଗାଦି ପରିଦର୍ଶନ କରିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ମହିମାଗାଦିରେ ଉଚ୍ଛେଦ ହେବାର ୧୦ ଦିନରେ ପରେ ମନ୍ତ୍ରୀ ଏହି ଅଂଚଳ ପରିଦର୍ଶନ କରିଛନ୍ତି । ମହିମା ପୀଠରେ ଉଚ୍ଛେଦ ହୋଇଥିବା ସ୍ଥାନ ସବୁ ବୁଲି ଦେଖିଛନ୍ତି । କୌପୀନ୍ ସମାଜଙ୍କ ମନ୍ଦିର ଓ ଟୁଙ୍ଗୀ ଘର ସବୁ ଭାଙ୍ଗି ଯାଇଛି । ସେମାନେ ଏବେ କେଉଁଠି ଓ କିଭଳି ଉପାସନା କରିବେ ସେ ନେଇ ମନ୍ତ୍ରୀୀଙ୍କ ସହ ଆଲୋଚନା କରିଛନ୍ତି । ଯେଉଁ ବୀବାଦୀୟ ସମସ୍ୟା ରହିଛି ସେ ନେଇ ଉଭୟ ମିଳିମିଶି ସମାଧାନ କରିବାକୁ ଅନୁରୋଧ କରିଛନ୍ତି ମହିମାସାଧୁ । ସେମାନଙ୍କର ଉପାସନା ସ୍ଥଳୀର ଖୁବଶିଘ୍ର ବ୍ୟବସ୍ଥା କରିବାକୁ ମଧ୍ୟ ସେମାନେ ଗୁହାରୀ କରିଛନ୍ତି ମନ୍ତ୍ରୀଙ୍କୁ ।