କାଲି ଇସ୍ତଫା, ଆଜି ପୁରସ୍କାର: ଦଳ ଛାଡ଼ିଥିଲେ, ପଦ ପାଇଲେ

8,876

କନକ ବ୍ୟୁରୋ: କାଲି ଦଳ ଛାଡିଥିଲେ, ଆଜି ମିଳିଲା ପୁରସ୍କାର । ବିଜେଡିରୁ ଗତକାଲି ଇସ୍ତଫା ଦେଇଥିବା ସିମୁଳିଆ ବିଧାୟକ ଜ୍ୟୋତିରଂଜନ ପାଣିଗ୍ରାହୀ ଆଜି ପୁଣି ଦଳକୁ ଫେରିଛନ୍ତି । ଜ୍ୟୋତି ପାଣିଗ୍ରାହୀଙ୍କୁ ନୂଆ ଦାୟିତ୍ୱ ଦେଇଛି ବିଜେଡି । ବାଲେଶ୍ୱର ଜିଲ୍ଲା ସଭାପତି ଦାୟିତ୍ୱ ଦେଇ ତାଙ୍କୁ ବୁଝାଇଦେଇଛି ଦଳ ।

ବାଲେଶ୍ୱର ଜିଲ୍ଲା ସମୁଳିଆ ରାଜନୀତିର ରୋଚକ ରାଜନୀତି । ଟିକେଟ୍ ମିଳିଲାନି ବୋଲି ଅସନ୍ତୋଷ ଜାହିର କରି ବିଜେଡିରୁ ଇସ୍ତଫା ଦେଇଥିଲେ ଦୁଇ ଦୁଇ ଥରର ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ । ଏକଥା ମଧ୍ୟ ଚର୍ଚ୍ଚା ହେଉଥିଲା ବିଜେପିରେ ଖୁବ୍ ଶୀଘ୍ର ସାମିଲ ହୋଇଥାନ୍ତେ । କିନ୍ତୁ ଇସ୍ତଫା ଦେଉ ଦେଉ ବିଜେଡିର ତୁଙ୍ଗ ନେତା ତାଙ୍କ ମାନଭଞ୍ଜନ କରିବା ପାଇଁ ଉଦ୍ୟମ କରିଥିଲେ । ବିଜେଡି ସଂଗଠନ ସଂପାଦକ ପ୍ରବଣ ପ୍ରକାଶ ଦାସଙ୍କ ସହ ଚର୍ଚ୍ଚା ଆଲୋଚନା ପରେ ନବୀନ ନିବାସ ଡକାଯାଇ ଦଳୀୟ ପଦପଦବୀ ଦିଆଯାଇଛି । ଇଏ ହେଉଛି ସେଇ ଚିଠି, ଅଶ୍ୱାନୀ ପାତ୍ରଙ୍କ ବଦଳରେ ଜ୍ୟୋତି ପ୍ରକାଶ ପାଣିଗ୍ରାହୀଙ୍କୁ ଜିଲ୍ଲା ସଭାପତି ଦାୟୀତ୍ୱ ଦେଇ ମନେଇବାକୁ ଉଦ୍ୟମ କରାଯାଇଛି ।

କୁହାଯାଉଥିଲା, ଜ୍ୟୋତି ପ୍ରକାଶ ପାଣିଗ୍ରାହୀ କୁଆଡେ ବିଭିନ୍ନ ପଂଚାୟତର ସମର୍ଥକଙ୍କୁ ନେଇ ବିଜେପିର ସାମିଲ ହୋଇଥାନ୍ତେ । କିନ୍ତୁ ଦଳର ଜଣେ ବରିଷ୍ଠ ନେତାଙ୍କୁ ହାତ ଛଡ଼ା ନକରିବା ପାଇଁ ବିଜେଡି ବ୍ରିଗେଡ୍ ବେଶ୍ କସରତ ଆରମ୍ଭ କରି ଦେଇଥିଲା । ବଡ଼ କଥା ହେଉଉଛି ଟିକେଟ ପାଇଲେନି ବୋଲି ଦଳ ଛାଡ଼ି ଦେଇଥିଲେ । କିନ୍ତୁ ପ୍ରଶ୍ନ ହେଉଛି ସମୁଳିଆର ବିଜେଡି ପ୍ରାର୍ଥୀ ସୁବାଶିନୀ ସାହୁଙ୍କ ପାଇଁ ପ୍ରଚାର କରିବେ ତ ଜ୍ୟୋତି ପାଣିଗ୍ରାହୀ?