ଘର ଯେବେ ପର କରିଦିଏ, ଅସହାୟମାନଙ୍କୁ ଆପଣାଇ ନିଅନ୍ତି ଏମାନେ । ରକ୍ତ ସମ୍ପର୍କଠୁ ବି ଅଧିକ ଭଲପାଆନ୍ତି… ନିରାଶୟୀଙ୍କୁ ନୂଆ ଜୀବନଟେ ଦିଅନ୍ତି ।

127

କନକ ବ୍ୟୁରୋ: ପରିବାର ଯେତେବେଳେ ପର କରିଦିଏ, ପିଲାଛୁଆ ଯେତେବେଳେ ଘରୁ ବିଦା କରିଦିଅନ୍ତି ଆଉ ପୁଅବୋହୂ ଯେବେ ବୁଢା ବାପାମାଆଙ୍କୁ ବୋଝ ବୋଲି ଭାବି ତଡିଦିଅନ୍ତି ସେତେବେଳେ ସମାଜରେ ଏମିତି କିଛି ଦୃଶ୍ୟ ଦେଖିବାକୁ ମିଳେ । ରକ୍ତ ବିତାଡିତ କରିବା ପରେ, ଆଶା ବାଟବଣା ହେବା ପରେ ଏମିତି କିଛି ଆଶ୍ରୟସ୍ଥଳ ସେମାନଙ୍କୁ ଆପଣାଇନିଏ । ନିରାଶ୍ରୟୀଙ୍କୁ ନିଜର କରିନିଏ । ନା କିଛି ସ୍ୱାର୍ଥ ଥାଏ ନା କିଛି ଲାଭ । ସମାଜରେ ଏମିତି କିଛି ନିସ୍ୱାର୍ଥପର ଘର ଅଛି ବୋଲି ତ ନିଜ ଘରୁ ପର ହୋଇ ଆସିଲା ପରେ କୋଳେଇ ନିଅନ୍ତି ଏମାନେ । କେହି କେହି ୟାକୁ ଜରାଶ୍ରମ କୁହନ୍ତି, କିନ୍ତୁ ନା ବୋଧେ ଜୀବନ ଜିଇଁବାର ନୂଆ ଆଶ୍ରମ ହେଉଛି ଏହି ସ୍ଥାନ ।

ସେମିତି ଏକ ନିରାଶ୍ରୟ ଅନୁଷ୍ଠାନ ହେଉଛି ବାଲେଶ୍ୱର ସୋର ଗୁଡ ଠାକୁରପଦା ଶିବମୁନି ନିରାଶ୍ରୟଶ୍ରମ ସେବା ସଙ୍ଗଠନ । ୨୦୧୨ରୁ ଏହା ପଞ୍ଜିକୃ ହୋଇଥିବା ବେଳେ ସ୍ଥାନୀୟ ଲୋକଙ୍କ ଅବଦାନରେ ପକ୍କାଘର ନିର୍ମାଣ କରାଯାଇଥିଲା । ତେବେ ଆଶ୍ରମରେ ମୋଟ ୨୦ ଜଣ ଅନ୍ତେବାସୀ ରହୁଥିବା ବେଳେ ସେଥିରୁ ୧୫ ଜଣ ବୃଦ୍ଧ ଏବଂ ୫ ଜଣ ବୃଦ୍ଧା ଅଛନ୍ତି ।
ବାଲେଶ୍ୱର, ଭଦ୍ରକ, କେନ୍ଦୁଝର ପରି ଆଖପାଖ ଜିଲ୍ଲାରୁ ବୁଢାବୁଢି ଆସି ଏଠି ରହୁଥିବା ବେଳେ ପଶ୍ଚିମବଙ୍ଗରୁ ବି ଆସି ଏଠାରେ ଆଶ୍ରୟ ନେଇଛନ୍ତି । ଘର ପରିବାର ଯେବେ ପର କରିଦଲା ସେବେ ଏହି ଶିବମୁନି ଆଶ୍ରମ ହିଁ ତାଙ୍କ ପାଇଁ ସାହା ତେଣୁ ଏଠାରେ ନିଜ ଜୀବନର ବାକିତକ ଆୟୁଷ ସାରିଦେବାକୁ ନିଷ୍ପତ୍ତି ନେଇଛନ୍ତି ଅନ୍ତେବାସୀ । ଆଉ ଏଠାରେ ହସଖୁସିରେ ବାକି ଜୀବନ କାଟୁଛନ୍ତି ।

ଆଶ୍ରମରେ ବିଭିନ୍ନ ଫୁଲ ଫଳ ଚାଷ ସହ ଔଷଧୀୟ ଗଛ ଲଗାଇ ତାର ସେବା ଯତ୍ନ ନିଅନ୍ତି । ତା ସହ ଯୋଗ ପ୍ରାଣାୟମ, ବିଭିନ୍ନ ପର୍ବ ପାଳନ କରି ସମୟ ଅତିବାହିତ କରୁଥିବା ଅନ୍ତେବାସୀ । ତେବେ ବିଡମ୍ବନାର ବିଷୟ ଏହି ବୃଦ୍ଧାଶ୍ରମକୁ ଏଯାଏଁ କୌଣସି ପ୍ରଶାସନିକ କିମ୍ବା ସରକାରୀ ସ୍ତରରେ ସହାୟତା ମିଳିନି ।