୨୬ରେ ଭୀଷଣ ବାତ୍ୟା! ଓଡ଼ିଶା ଉପରେ ପଡ଼ିବନି ପ୍ରଭାବ!

1,296

କନକ ବ୍ୟୁରୋ: ସମ୍ଭାବ୍ୟ ବାତ୍ୟାର ଗତିପଥ ସାମ୍ନାକୁ ଆସିଛି । ଆଶ୍ୱସ୍ତିର କଥା ହେଉଛି ପାଣିପାଗ ବିଭାଗ କହିଛି ଓଡିଶା ଉପରେ ଏହାର ପ୍ରଭାବ ପଡିବ ନାହିଁ । କିନ୍ତୁ ୨୬ ତାରିଖ ବେଳକୁ ଏହା ଭୀଷଣ ବାତ୍ୟାର ରୂପ ନେଇପାରେ । ବାତ୍ୟା ସୃଷ୍ଟି ହେବା ପରେ ଏହାର ନା ରେମାଲ ରହିବ । ଓଡିଶା ଉପକୂଳ ଠାରୁ ଅନେକ ଦୂରରେ ବାତ୍ୟା ରେମାଲ ଗତି କରିବ । ପ୍ରଭାବରେ ୨୪ରୁ ୨୬ ତାରିଖ ରାତି ଯାଏଁ ଉପକୂଳ ଓ ଉତର ଉପକୂଳ ଓଡିଶାରେ ବର୍ଷା ଆଶଙ୍କା ରହିଛି ।

ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଘନିଭୂତ ହୋଇ ସୁଦୃଶ୍ୟ ଲଘୁଚାପରେ ପରିଣତ ହୋଇଛି । ଏହା ଅଧିକ ଘନିଭୂତ ହୋଇ କେନ୍ଦ୍ରୀୟ ବଙ୍ଗୋପସାଗରରେ
୨୪ ତାରିଖ ସକାଳ ସୁଦ୍ଧା ନେଇପାରେ ଅବପାତର ରୂପ
ଏହା ପରେ ଉତ୍ତର-ପୂର୍ବ ଦିଗରେ ଗତି କରିବା ସହ ଏହା ଆହୁରି ତୀବ୍ର ରୂପ ଧାରଣ କରିବ
୨୫ ତାରିଖ ସକାଳ ସୁଦ୍ଧା ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରରେ ବାତ୍ୟା ଆଶଙ୍କା
୨୬ ତାରିଖରେ ନେଇପାରେ ଭୀଷଣ ବାତ୍ୟାର ରୂପ

ଯଦି ବାତ୍ୟା ଆସେ, ତେବେ ଏହାର ନାଁ ‘ରେମାଲ’ ରହିବ । ଏହା କେଉଁ ଦିଗରେ ଗତି କରି କେଉଁଠିକୁ ଯିବ, ବାତ୍ୟାର ଗତିପଥ ଦେଇଛି ଭାରତୀୟ ପାଣିପାଗ ବିଭାଗ । ୨୬ ତାରିଖ ସଂଧ୍ୟା ସୁଦ୍ଧା ଏହା ଭୀଷଣ ବାତ୍ୟାର ରୂପ ନେଇ ବାଂଲାଦେଶ ପାଶ୍ୱବର୍ତୀ ପଶ୍ଚିମବଙ୍ଗ ଉପକୂଳ ପାଖାପାଖି ସମୁଦ୍ର ମଧ୍ୟରେ ପହଁଚିବାର ସମ୍ଭାବନା ରହିଛି । ଓଡ଼ିଶା ଉପକୂଳଠାରୁ ଅନେକ ଦୂରରେ ବାତ୍ୟା ‘ରେମାଲ’ ଗତି କରିବ ବୋଲି ପୂର୍ବନୁମାନ କରାଯାଇଛି । ତେଣୁ ଓଡ଼ିଶାରେ ଏହାର ସିଧାସଳଖ ପ୍ରଭାବ ପଡ଼ିବ ନାହଁ ବୋଲି ଆକଳନ କରାଯାଇଛି । ତେବେ
ଆସୁଛି ଭୀଷଣ ବାତ୍ୟା ‘ରେମାଲ’!
ଅଶାନ୍ତ ରହିବ ସମୁଦ୍ର
ଆସନ୍ତା ୨୭ ତାରିଖ ଯାଏଁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମନା
୨୪ ତାରିଖ ରାତିରୁ ୨୬ ତାରିଖ ରାତି ଯାଏଁ ଉପକୂଳ ଓ ଉତ୍ତର ଉପକୂଳ ଓଡ଼ିଶାରେ ବର୍ଷା ଆଶଙ୍କା
କିଛି ଅଂଚଳରେ ହୋଇପାରେ ପ୍ରବଳ ବର୍ଷା
ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର ଜିଲ୍ଲାର କିଛି ଅଂଚଳରେ ଅତି ପ୍ରବଳ ବର୍ଷା ଆଶଙ୍କା
୨୭ ତାରିଖରେ ବାଲେଶ୍ୱର ଓ ମୟୂରଭଂଜରେ ପ୍ରବଳ ବର୍ଷା ସମ୍ଭାବନା
ସମୁଦ୍ର ଉପକୂଳରେ ପବନର ବେଗ ରହିପାରେ ୪୦ରୁ ୫୦ କିଲୋମିଟର

ସମ୍ଭାବ୍ୟ ବାତ୍ୟାକୁ ନେଇ ଭିନ୍ନ ଭିନ୍ନ ମଡେଲ ଭିନ୍ନ ଭିନ୍ନ ଆକଳନ କରୁଛନ୍ତି । ଉତ୍ତର-ପୂର୍ବ ଓ ଏହାର ପାଖାପାଖି ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ପହଁଚିବା ପରେ ଉପକୂଳ ଅତିକ୍ରମ କରିପାରେ ବାତ୍ୟା । ଯଦିଓ ଓଡ଼ିଶା ଉପରେ ଏହା ପ୍ରଭାବ ନାହିଁ ବୋଲି କୁହାଯାଉଛି, ତେବେ ଓଡ଼ିଶାଠାରୁ ବାଂଲାଦେଶ ଉପକୂଳ ଯାଏଁ ତୀକ୍ଷ୍ଣ ନଜର ରଖିଛି ପାଣିପାଗ ବିଭାଗ ।