ନବଦାସ ହତ୍ୟାକାଣ୍ଡ ପଛର କାରଣକୁ ନେଇ ବଢ଼ୁଛି ବିବାଦ । ବିଜେପି ବିଧାୟକ କହିଲେ, ହତ୍ୟା ପଛରେ ରହିଛନ୍ତି ଉପକୂଳ ଓଡିଶାର ଜଣେ ପ୍ରଭାବଶାଳୀ ନେତା

241

କନକ ବ୍ୟୁରୋ: ମନ୍ତ୍ରୀ ନବ ଦାସଙ୍କ ହତ୍ୟାକୁ ନେଇ ସନ୍ଦେହ ବଢୁଥିବାବେଳେ ବିଜେପି ବିଧାୟକ ସୁବାସ ପାଣିଗ୍ରାହୀଙ୍କ ଏକ ବୟାନ ରାଜନୈତିକ ମହଲରେ ଚର୍ଚ୍ଚା ସାଉଣ୍ଟିଛି । ସେ ସିଧାସଳଖ କହିଛନ୍ତି, ମନ୍ତ୍ରୀଙ୍କ ହତ୍ୟା ପଛରେ ଉପକୂଳ ଓଡିଶାର ଜଣେ ପ୍ରଭାବଶାଳୀ ନେତାଙ୍କ ହାତ ରହିଛି ।

  • ନବ ଦାସଙ୍କ ହତ୍ୟା ପଛରେ ଉପକୂଳ ଓଡ଼ିଶାର ପ୍ରଭାବଶାଳୀ ନେତା!
  • ସାଂଘାତିକ ଅଭିଯୋଗ ଆଣିଲେ ବିଜେପି ବିଧାୟକ

ମନ୍ତ୍ରୀ ନବ ଦାସଙ୍କ ମୃତ୍ୟୁକୁ ୮ ଦିନ ବିତିଗଲାଣି, ହେଲେ ରହସ୍ୟ ଭେଦ କରିବାକୁ ସମର୍ଥ ହୋଇନାହିଁ କ୍ରାଇମବ୍ରାଞ୍ଚ । ଏଭଳି ଏକ ଘଡ଼ିସନ୍ଧି ମୁହୂର୍ତ୍ତରେ ବିସ୍ଫୋରକ ମନ୍ତବ୍ୟ ଦେଇଛନ୍ତି ବିଜେପି ବିଧାୟକ ସୁବାସ ପାଣିଗ୍ରାହୀ । କହିଛନ୍ତି, ମନ୍ତ୍ରୀଙ୍କ ହତ୍ୟାକାଣ୍ଡରେ ପ୍ରଭାବଶାଳୀଙ୍କ ସଂପୃକ୍ତି ରହିଛି । କେବଳ ସେତିକି ସେ ଅଟକି ଯାଇନାହାନ୍ତି, ସମସ୍ତଙ୍କୁ ଚମକାଇ ଦେବା ଭଳି ଅଭିଯୋଗ କରିଛନ୍ତି ଯେ ନବ ଦାସଙ୍କ ହତ୍ୟା ପଛରେ ଉପକୂଳ ଓଡ଼ିଶାର ପ୍ରଭାବଶାଳୀ ନେତାଙ୍କ ହାତ ରହିଛି ।  ତେବେ ବିଜେପି ବିଧାୟକ ସୁବାସ ପାଣିଗ୍ରାହୀଙ୍କ ଅଭିଯୋଗ ହେଉଛି…

  • ହତ୍ୟା ପଛରେ ରହିଛି ବଡ଼ ଷଡ଼ଯନ୍ତ୍ର
  • ମନ୍ତ୍ରୀ ନବ ଦାସଙ୍କ ବଡ଼ ବ୍ୟବସାୟିକ କାରବାର ଥିଲା
  • ବ୍ୟବସାୟିକ ସାମ୍ରାଜ୍ୟକୁ ହାତେଇବାକୁ ହୋଇଛି ଷଡ଼ଯନ୍ତ୍ର
  • ବ୍ୟବସାୟ ପାଇଁ ରାଜନୈତିକ ହତ୍ୟା ସନ୍ଦେହ
  • ସିବିଆଇ ତଦନ୍ତ ହେଲେ ସାମନାକୁ ଆସିବ ସତ

ବିଜେପି ବିଧାୟକଙ୍କ ଭଳି ହତ୍ୟା ପଛରେ ଷଡ଼ଯନ୍ତ୍ରର ଅଭିଯୋଗ ଦୋହରାଇଛନ୍ତି କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା । ହେଲେ ବିରୋଧୀଙ୍କ ଏପରି ଅଭିଯୋଗକୁ ଖଣ୍ଡନ କରିଛି ବିଜେଡି । ତେବେ ଏଠି ପ୍ରଶ୍ନ ଉଠୁଛି…

  • କେତେ ସତ ବିଜେପି ବିଧାୟକଙ୍କ ଅଭିଯୋଗ?
  • କିଏ ସେହି ଉପକୂଳ ଓଡ଼ିଶାର ନେତା, କାହିଁକି କହୁନାହାନ୍ତି ସୁବାସ?
  • ପଶ୍ଚିମ ଓଡ଼ିଶାରେ କ’ଣ ରହିଛି ଉପକୂଳ ଓଡ଼ିଶା ନେତାଙ୍କ ସ୍ୱାର୍ଥ?
  • ଅଭିଯୋଗର ଆଧାର ଅଛି ନା’ କେବଳ ରାଜନୈତିକ ବୟାନବାଜି?