ଆଦାନୀଙ୍କୁ ନେଇ ସଂସଦରେ ହୋହାଲ୍ଲା, ଏକାଠୀ ହେଲେ ୧୬ ବିରୋଧୀ ଦଳ ନେତା।

137

କନକ ବ୍ୟୁରୋ: ଆମେରିକୀୟ ସଂସ୍ଥା ହିଣ୍ଡେନବର୍ଗ ରିସର୍ଚ୍ଚ ରିପୋର୍ଟ ପରେ ଆଦାନୀ ଗ୍ରୁପର ସେୟାର କ୍ରମାଗତ ଭାବେ ହ୍ରାସ ପାଉଥିବା ବେଳେ ଏହାକୁ ନେଇ ସଂସଦରେ ମୋଦୀ ସରକାରଙ୍କୁ ଘେରିଛନ୍ତି ବିରୋଧୀ । ଆଦାନୀ ଗ୍ରୁପ୍ ବିରୋଧରେ ଆସିଥିବା ଅଭିଯୋଗର ନିରପେକ୍ଷ ତଦନ୍ତ ଦାବିରେ ସୋମବାର କଂଗ୍ରେସ ସମେତ ବିରୋଧୀ ଦଳ ନେତାମାନେ ସଂସଦର ଉଭୟ ଗୃହରେ ହୋହାଲ୍ଲା କରିଛନ୍ତି । ଏହି ଘଟଣା ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମୁହଁ ଖୋଲନ୍ତୁ ବୋଲି ବିରୋଧୀ ଦଳ ନେତା ମଲ୍ଲିକାର୍ଜୁନ ଖଡଗେ ଦାବି କରିଛନ୍ତି । ସୋମବାର ସଂସଦର ଅଧିବେଶନ ଆରମ୍ଭ ହେବା ପୂର୍ବରୁ ୧୬ ବିରୋଧୀ ଦଳର ନେତା ମଲ୍ଲିକାର୍ଜୁନ ଖଡଗେଙ୍କ ଚାମ୍ବରରେ ଆଲୋଚନା କରିଥିଲେ । ପରେ ସମସ୍ତେ ଏକାଠୀ ହୋଇ ସଂସଦର ଉଭୟ ଗୃହରେ ମୋଦୀ ସରକାରଙ୍କୁ ସମାଲୋଚନା କରିଥିଲେ ବିରୋଧୀ ।

ଦୁଇ ସପ୍ତାହ ଧରି ଆଦାନୀ ଗ୍ରୁପ୍ର ସେୟାର କମୁଥିବା ବେଳେ କମ୍ପାନୀ ୧୦ ଲକ୍ଷ କୋଟି ଟଙ୍କା ହରାଇସାରିଲାଣି । ଆଦାନୀ ଗ୍ରୁପ ସେୟାର ମୂଲ୍ୟ ୫୮ ପ୍ରତିଶତ ହ୍ରାସ ପାଇଛି । ନିବେଶକମାନେ ଆଦାନୀ ଗ୍ରୁପର କମ୍ପାନୀଗୁଡିକର ସେୟାର ବିକ୍ରି କରୁଥିବାରୁ ଆଦାନୀଙ୍କ ବିଭିନ୍ନ କମ୍ପାନୀର ସେୟାର ମୂଲ୍ୟ ଲଗାତାର ହ୍ରାସ ପାଇବାରେ ଲାଗିଛି । ଜାନୁଆରୀ ୨୪ରୁ ଫେବ୍ରୁଆରୀ ୩ ତାରିଖ ଦୁଇ ସପ୍ତାହ ମଧ୍ୟରେ ଆଦାନୀରେ ସେୟାର ବହୁ ପରିମାଣରେ ହ୍ରାସ ପାଇଥିବା ଦେଖିବାକୁ ମିଳିଛି ।
                                                                     ଆଦାନୀ ଗ୍ରୁପ୍ର ବଜାର ପୁଞ୍ଜି ହ୍ରାସ
କମ୍ପାନୀ                                                 ଜାନୁଆରୀ ୨୪ ତାରିଖ                                          ଫେବ୍ରୁଆରୀ ୩ ତାରିଖ
ଆଦାନୀ ଟୋଟାଲ ଗ୍ୟାସ                           ୪. ୨୮ ଲକ୍ଷ କୋଟି ଟଙ୍କା                                      ୧. ୭୯ ଲକ୍ଷ କୋଟି ଟଙ୍କା
ଆଦାନୀ ଏଂଟରପ୍ରାଇଜେସ୍                         ୩. ୯୨ ଲକ୍ଷ କୋଟି ଟଙ୍କା                                      ୧. ୮୧ ଲକ୍ଷ କୋଟି ଟଙ୍କା
ଆଦାନୀ ଟ୍ରାନ୍ସମିସନ                                  ୩. ୪ ଲକ୍ଷ କୋଟି ଟଙ୍କା                                         ୧.୫୬ ଲକ୍ଷ କୋଟି ଟଙ୍କା
ଆଦାନୀ ଗ୍ରୀନ ଏନର୍ଜୀ                                ୩. ଲକ୍ଷ କୋଟି ଟଙ୍କା                                             ୧. ୪୮ ଲକ୍ଷ କୋଟି ଟଙ୍କା
ଆଦାନୀ ପୋଟସ୍                                     ୧. ୬୪ ଲକ୍ଷ କୋଟ ଟଙ୍କା                                      ୧. ୮ ଲକ୍ଷ କୋଟି ଟଙ୍କା
ଆଦାନୀ ପାୱାର                                       ୧.୦୫ ଲକ୍ଷ କୋଟି ଟଙ୍କା                                        ୭୪ ହଜାର କୋଟି ଟଙ୍କା
ହିଣ୍ଡେନବର୍ଗ ରିପୋର୍ଟ ପରେ ବେଳେ କେବଳଯେ ଆଦାନୀ ଗୁପ୍ର ସେୟାର କମୁଛି ତାହା ନୁହେଁ । ଭାରତୀୟଳ ଷ୍ଟକ ବଜାର ମଧ୍ୟ ପ୍ରଭାବିତ ହୋଇଛି । ଚଳିତ ବର୍ଷ ବିଦେଶୀ ନିବେଶକମାନେ ଭାରତୀୟ ଷ୍ଟକ ବଜାରରୁ ୩୪ ହଜାର ୬୦୫ କୋଟି ଟଙ୍କାର ପୁଞ୍ଜି ପ୍ରତ୍ୟାହାର କରିଛନ୍ତି ।

କମ୍ପାନୀର ସେୟାର ମୂଲ୍ୟ ହ୍ରାସ ପାଉଥିବାରୁ ବିଶ୍ୱର ଧନୀ ତାଲିକାରେ ୩ ନମ୍ବରରେ ଥିବା ଗୌତମ ଆଦାନୀ ଏବେ ୧୮ ନମ୍ବର ସ୍ଥାନକୁ ଖସିଆସିଛନ୍ତି । ଯଦି ଏଭଳି ଭାବେ ଆଦାନୀ ଗୁୁପର ସେୟାର ହ୍ରାସ ପାଏ ତେବେ ଭାରତୀୟ ଷ୍ଟକ ବଜାର ଅଧିକ ପ୍ରଭାବିତ ହେବାର ଆଶଙ୍କା ଦେଖାଦେଇଛି ।