Daily Archives

December 27, 2023

ଜିରୋ ନାଇଟ ସେଲିବ୍ରେସନ ପୂର୍ବରୁ ପୋଲିସକୁ ସୁରକ୍ଷା ଚିନ୍ତା । ହୋଟେଲ ଓ ବାରକୁ ଦେଲେ ଏଭଳି ଗାଇଡଲାଇନ

କନକ ବ୍ୟୁରୋ : ଜିରୋ ନାଇଟ ସେଲିବ୍ରେସନ ପାଇଁ ଲାଗିଛି ପ୍ରତିଯୋଗିତା । ଗ୍ରାହକଙ୍କୁ ହୋଟେଲ ମୁହାଁ କରିବାକୁ ରାଜଧାନୀର ବିଭିନ୍ନ ହୋଟେଲ, କ୍ଲବ ଆକର୍ଷଣୀୟ ଅଫର ସହ ଯୋଗାଇ ଦେଉଛନ୍ତି ମାଗଣା ସେବା । ରସିଆନ ଗର୍ଲଙ୍କ ଏଲଇଡି ସୋ, ଆତସବାଜି ଓ ସେଲିବ୍ରିଟି ଡିଜେଙ୍କୂୁ ନେଇ ସେଲିବ୍ରେସନ ହେବ…

ରାମମନ୍ଦିର ନିମନ୍ତ୍ରଣ ଓ ରାଜନୀତି: ପ୍ରାଣପ୍ରତିଷ୍ଠା କାର୍ଯ୍ୟକ୍ରମକୁ ଆସିବେନି ମମତା, ଆସିବେନି ବାମପନ୍ଥୀ ନେତା…

କନକ ବ୍ୟୁରୋ: ଅଯୋଧ୍ୟା ରାମମନ୍ଦିରରେ ରାମଲାଲାଙ୍କ ପ୍ରାଣପ୍ରତିଷ୍ଠା ପାଇଁ ଜୋରସୋରରେ ଚାଲିିଛି କାର୍ଯ୍ୟକ୍ରମ । ଅନ୍ତିମ ପର୍ଯ୍ୟାୟରେ ନିର୍ମାଣକାମ ପହଁଚିଥିବାବେରେ ରାମଲାଲାଙ୍କ ପ୍ରାଣପ୍ରତିଷ୍ଠା ପାଇଁ ଦିନ ସମୟ ଧାର୍ଯ୍ୟ ହୋଇସାରିଛି । ସେପଟେ ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟ…

ଜନତାଙ୍କୁ ନ୍ୟାୟ ଦେବାକୁ ରାସ୍ତାକୁ ଓହ୍ଲାଇବ କଂଗ୍ରେସ: ଜାନୁଆରୀ ୧୪ରୁ ଦଳ କରିବ ଭାରତ ନ୍ୟାୟ ଯାତ୍ରା

କନକ ବ୍ୟୁରୋ: ୫ବିଧାନସଭା ନିର୍ବାଚନରେ ନୈରାଶଜନକ ପ୍ରଦର୍ଶନ ପରେ କଂଗ୍ରେସ ୨୦୨୪ ସାଧାରଣ ନିର୍ବାଚନରେ ସଫଳତା ପାଇବାକୁ ଅଂଟା ଭିଡିଛି । ଜାନୁଆରୀ ୧୪ରୁ ଦଳ ଭାରତ ଯୋଡ଼ ଯାତ୍ରାର ୨ୟ ସଂସ୍କରଣ କୁହାଯାଉଥିବା ଭାରତ ନ୍ୟାୟ ଯାତ୍ରା ଆରମ୍ଭ କରିବାକୁ ଯାଉଛି । ଏଥରକ ମଧ୍ୟ ଯାତ୍ରାର କମାଣ…

ରାଜ୍ୟରେ ୨୪ ଘଂଟାରେ ଆଉ ୨ କୋଭିଡ ଆକ୍ରାନ୍ତ ଚିହ୍ନଟ । ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୫କୁ ବୃଦ୍ଧି, କୋଭିଡ଼ ନିୟମ ପାଳନ…

କନକ ବ୍ୟୁରୋ : ଦେଶରେ କରୋନା ସଂକ୍ରମଣ ବଢିବାରେ ଲାଗିଛି । ଆଶ୍ୱସ୍ତିକର କଥା ହେଉଛି ଓଡିଶାରେ ସଂକ୍ରମଣ ଉଦବେଗଜନକ ସ୍ଥିତିରେ ନାହିଁ । କିନ୍ତୁ ପାଖ ପଡୋଶୀ ରାଜ୍ୟରେ ସଂକ୍ରମଣ ବଢିଲେ ଓଡିଶା ପ୍ରତି ବିପଦ ରହିଛି । ସେପଟେ ରାଜ୍ୟରେ ଗତ ୨୪ ଘଂଟାରେ ଆଉ ଦୁଇ କରୋନା ଆକ୍ରାନ୍ତ ଚିହ୍ନଟ…

ବାଲିଯାତ୍ରାରେ ଦୁର୍ନୀତି ଅଭିଯୋଗ । ସିଏମସି ବୈଠକରେ ହଙ୍ଗାମା, ଅଧାରୁ ଉଠିଗଲେ କଟକ ମେୟର

କନକ ବ୍ୟୁରୋ : କଟକ ମହାନଗର ନିଗମ କାଉନସିଲ ବୈଠକରେ ହୋହଲ୍ଲା, ପାଟିତୁଣ୍ଡ । ବାଲିଯାତ୍ରାରେ ଦୁର୍ନୀତି ଅଭିଯୋଗ ଆଣିଥିବା ବିରୋଧୀ ଦଳର କର୍ପୋରେଟର୍, ଦୁର୍ନୀତିର ତଦନ୍ତ ଦାବିରେ ଅଡ଼ି ବସିଥିଲେ । ନାରାବାଜି ଓ ପାଟିତୁଣ୍ଡ କରିବା ସହ ପ୍ଲା-କାର୍ଡ ଦେଇ ବିରୋଧ କରିଥିଲେ । ଫଳରେ ବୈଠକ ଚାଲି…

ସ୍କୁଲରେ ଗପ ଶୁଣିବେ ଛାତ୍ରଛାତ୍ରୀ । ରାଜ୍ୟର ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଚିଠି ଲେଖିଲା ଓସେପା

କନକ ବ୍ୟୁରୋ : ପିଲାମାନେ ଗପ ଶୁଣିବାକୁ ବେଶ ଆଗ୍ରହୀ ଥାନ୍ତି । ଏହାକୁ ଦୃଷ୍ଟିରେ ରଖି ପିଲାଙ୍କ ଶୁଣିବା ଓ କହିବା ଅଭ୍ୟାସକୁ ବିକଶିତ କରିବାକୁ ସରକାର ଅଭିନବ ପଦକ୍ଷେପ ନେଇଛନ୍ତି ।  କେନ୍ଦ୍ର ସରକାରଙ୍କ ପ୍ରକଳ୍ପ ଅନୁମୋଦନ ବୋର୍ଡ, ପିଏବି ନିର୍ଦ୍ଦେଶ ଅନୁସାରେ ମାର୍ଗଦର୍ଶିକା ଜାରି କରିଛି…