Daily Archives

April 24, 2023

ଡାକ୍ତରଖାନାରେ ମାତାଲ ଡାକ୍ତର। ନିଶା ସେବନ କରି ଟଳମଳ ହେଉଛନ୍ତି ଶିଶୁ ରୋଗ ବିଶେଷଜ୍ଞ ସୁଜିତ୍ କୁମାର ଟୁଡୁ।

କନକ ବ୍ୟୁରୋ: ଡାକ୍ତରଖାନାରେ ମାତାଲ ଡାକ୍ତର । ନିଶାଶକ୍ତ ଅବସ୍ଥାରେ ଡାକ୍ତର କରୁଛନ୍ତି ରୋଗୀ ସେବା । ଡାକ୍ତରବାବୁ ଏତେ ମାତ୍ରାରେ ନିଶା ସେବନ କରିଛନ୍ତି ଯେ ଟଳମଳ ହେଉଛନ୍ତି । ନିଜ ଚେୟାରରେ ଭଲ ଭାବରେ ବସି ପାରୁନାହାନ୍ତି । ସେ ପୁଣି ଏହି ଅବସ୍ଥାରେ ରୋଗୀ ସେବା କରିବେ । ଡାକ୍ତର ବାବୁ…

ମୋର କେମିତି ହେବ ବାହାଘର? ଜନଶୁଣାଣି ଶିବିରରେ କୋରାପୁଟ ଜିଲ୍ଲାପାଳ ଓ ଏସପିଙ୍କୁ ପ୍ରଶ୍ନ କଲେ ମଙ୍ଗୁଳା କନ୍ୟା।

କନକ ବ୍ୟୁରୋ: କେମିତି ବାହା ହେବ ମଙ୍ଗୁଳା କନ୍ୟା? ବାହାଘର ଆଗରୁ ଘରୁ ଚୋରି ହୋଇଗଲା ବାହାଘର ପାଇଁ ଥିବା ସୁନାଗହଣା ଓ ଟଙ୍କା । ଚୋରି ସୁନା ଫେରାଇ ଆଣିବାକୁ ଜିଲ୍ଳାପାଳ ଓ ଏସପିଙ୍କ ନିକଟରେ ଗୁହାରି କଲେ ମଙ୍ଗୁଳା କନ୍ୟା । ଆଜି ଜୟପୁର ଉପଜିଲ୍ଳାପାଳଙ୍କ କାର୍ଯ୍ୟାଳୟରେ ଜନଶୁଣାଣି ଶିବିର…

ହକି ଟିମର ପ୍ରାୟୋଜକ ଅବଧି ବଢାଇଲେ ରାଜ୍ୟ ସରକାର । ୨୦୩୩ ପର୍ଯ୍ୟନ୍ତ ଭାରତୀୟ ହକିର ପ୍ରାୟୋଜକ ରହିବ ଓଡିଶା

କନକ ବ୍ୟୁରୋ: ଆଉ ୧୦ବର୍ଷ ବଢ଼ିଲା ଭାରତୀୟ ଜାତୀୟ ହକି ଦଳ ମାନଙ୍କର ପ୍ରାୟୋଜକ ଅବଧି । ଆଜି ରାଜ୍ୟ କ୍ୟାବିନେଟ୍ ଉଭୟ ପୁରୁଷ ଓ ମହିଳା ଭାରତୀୟ ଜାତୀୟ ହକି ଦଳର ପ୍ରାୟୋଜକ ଚୁକ୍ତିକୁ ଆଉ ୧୦ବର୍ଷ ପାଇଁ ବୃଦ୍ଧି ପ୍ରସ୍ତାବ ଉପରେ ମୋହର ବାଜିଛି । ଅର୍ଥାତ ୨୦୨୩ରୁ ୨୦୩୩ ପର୍ଯ୍ୟନ୍ତ ହକି ଟିମ୍…

ରାଜ୍ୟ କ୍ୟାବିନେଟରେ ୧୫ ପ୍ରସ୍ତାବକୁ ମୋହର। କଟକ ରିଂ ରୋଡ ୬ ଲେନ ବିଶିଷ୍ଟ ହେବ।

କନକ ବ୍ୟୁରୋ: ରାଜ୍ୟ କ୍ୟାବିନେଟରେ ୧୫ ପ୍ରସ୍ତାବକୁ ମୋହର ମିଳିଛି । ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏହି ସବୁ ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି । କଟକ ରିଂ ରୋଡ ୬ ଲେନ ବିଶିଷ୍ଟ ହେବ । ସେହିଭଳି ଓଡିଶା ଇଭି ପଲିସି-୨୦୨୧ରେ ସଂଶୋଧନକୁ କ୍ୟାବିନେଟ ମୋହର ମିଳିଛି ।…

ବ୍ୟାଙ୍କ ଋଣ କରାଇଦେବାକୁ କହି ଲକ୍ଷ ଲକ୍ଷ ଟଙ୍କାର ଲୁଟ୍ । ପାଇଛନ୍ତି ୧୦ ହଜାର, ବୋହୁଛନ୍ତି ଲକ୍ଷେ ଟଙ୍କାର ଋଣ ବୋଝ ।

କନକ ବ୍ୟୁରୋ: ସରକାରୀ ସହାୟତା କହି ଠକି ଦେଲେ । ଗରିବଙ୍କ ନାଁରେ ଋଣ କରି ଲକ୍ଷ ଲକ୍ଷ ଟଙ୍କା ଖାଇଗଲେ ଦଲାଲ ଓ ବ୍ୟାଙ୍କ କର୍ମଚାରୀ । ୧୦ ହଜାର ଟଙ୍କା ଦେଇ ଗରିବ ଖଟିଖିଆଙ୍କ ମୁଣ୍ଡରେ ଲଦିଦେଲେ ଲକ୍ଷେ ଟଙ୍କାର ଋଣ ବୋଝ । ସରକାରୀ ସହାୟତା କହି ଠକି ଦେଲା ଦଲାଲ! ଗରିବଙ୍କ ମୁଣ୍ଡରେ…

ଜୀବନ ଫେରିବ ଯୁଦ୍ଧଭୂମିରୁ… ସୁଦାନରେ ଫସିଥିବା ଭାରତୀୟଙ୍କ ପାଇଁ ‘ଅପରେସନ କାବେରୀ’

କନକ ବ୍ୟୁରୋ: ଗୃହଯୁଦ୍ଧ ପାଇଁ ସୁଦାନରେ ସାଙ୍ଘାତିକ ସ୍ଥିତି । ସୁଦାନରେ ପରିସ୍ଥିତି ଏତେ ଶୋଚନୀୟ ଏବଂ ସଙ୍କଟମୟ ହୋଇଛି ଯେ ସେଠାରେ ଫସିରହିଥିବା ଭାରତୀୟଙ୍କ ପାଇଁ ବିପଦ ଦିନକୁ ଦିନ ବଢିବାରେ ଲାଗିଛି । ଆଉ ଏହାକୁ ଦୃଷ୍ଟିରେ ରଖି ଭାରତ ସରକାରଙ୍କ ପକ୍ଷରୁ ଫସି ରହିଥିବା ଭାରତୀୟଙ୍କୁ…