ବଜରଙ୍ଗବାଲୀଙ୍କୁ ଦଳିତ କହି ଫସିଗଲେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ! ଆଇନଗତ ନୋଟିସ୍ ପଠାଇଲା ସର୍ବ ବ୍ରାହ୍ମଣ ସମାଜ । ଦେଖନ୍ତୁ ଭିଡିଓ

189

ରାଜସ୍ଥାନରେ ଏବେ ବିଧାନସଭା ନିର୍ବାଚନ ଚରମ ପର୍ଯ୍ୟାୟରେ ଚାଲିଥିବା ବେଳେ ସବୁ ଛୋଟ ବଡ ନେତାଙ୍କୁ ଏବେ ଏଠାରେ ଦେଖିବାକୁ ମିଳିଛି । ବିଜେପିର ଫାୟାର ବ୍ରାଣ୍ଡ ନେତା ତଥା ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଧ୍ୟ ରାଜସ୍ଥାନରେ ନିର୍ବାଚନ ପାଇଁ ଅଟକିଥିଲେ । ଏବେ ଖବର ଆସୁଛି କି, ରାଜସ୍ଥାନ ସର୍ବ ବ୍ରାହ୍ମଣ ସମାଜର ରାଷ୍ଟ୍ରୀୟ ଅଧ୍ୟକ୍ଷ ପଣ୍ଡିତ ସୁରେଶ ମିଶ୍ରା ଯୋଗୀ ଆଦିତ୍ୟନାଥଙ୍କୁ ଆଇନଗତ ନୋଟିସ୍ ପଠାଇଛନ୍ତି । ଏହା ପଛରେ କାରଣ ରହିଛି ଯୋଗୀ ଆଦିତ୍ୟନାଥଙ୍କ ଏକ ବୟାନ । ଯେଉଁଥିରେ ସେ ଭଗବାନ ହନୁମାନଙ୍କୁ ଦଳିତ ସମ୍ବୋଧନ କରିଛନ୍ତି ।

ତେବେ ଯୋଗୀ ଆଦିତ୍ୟନାଥ ନଭେମ୍ବର ୨୭ ତାରିଖରେ ରାଜସ୍ଥାନରେ ଥିଲେ । ସେତେବେଳେ ସେ ନିର୍ବାଚନୀ ସଭାରେ କହିଥିଲେ ଯେ , ଆମ ସମସ୍ତଙ୍କ ସଂକଳ୍ପ ବଜରଙ୍ଗୀ ସଂକଳ୍ପ ହେବା ଦରକାର । ବଜରଙ୍ଗବାଲୀ ଭାରତୀୟ ପରମ୍ପରାର ଏଭଳି ଜଣେ ଲୋକଦେବତା ଯେ ସ୍ୱୟଂ ଜଙ୍ଗଲବାସୀ,ଆଦିବାସୀ,ଦଳିତ ଏବଂ ବଂଚିତ । ସବୁ ଦିଗକୁ ନେଇ ସେ ଯୋଡିବା କାମ କରୁଛନ୍ତି । ତେଣୁ ଆମକୁ ମଧ୍ୟ ବଜରଙ୍ଗବାଲୀଙ୍କ ଭଳି ସଂକଳ୍ପ ନେବାକୁ ହେବ ।