ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଦେହାନ୍ତର ମାସେ ପରେ ଆଗ୍ରା ବିଶ୍ୱବିଦ୍ୟାଳୟରୁ ମିଳିଲା ସ୍ନାତକୋତର ଶିକ୍ଷାର ପ୍ରମାଣପତ୍ର

31

କନକ ବ୍ୟୁରୋ : ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ବିୟୋଗକୁ ମାସେ ପୂରଣ ହେବାକୁ ଯାଉଥିବା ବେଳେ ଆଗ୍ରା ବିଶ୍ୱବିଦ୍ୟାଳୟ (ବର୍ତ୍ତମାନର ଡକ୍ଟର ବି ଆର୍ ଆମ୍ବେଦକର ବିଶ୍ୱବିଦ୍ୟାଳୟ) କର୍ତ୍ତୃପକ୍ଷଙ୍କୁ ଅଟଳଜୀଙ୍କ ଶିକ୍ଷାଗତ ଯୋଗ୍ୟତାର ରେକର୍ଡ ମିଳିଥିବା ଜଣା ପଡ଼ିଛି। ଏ ନେଇ ବିଶ୍ୱବିଦ୍ୟାଳୟ ତରଫରୁ ଆନୁଷ୍ଠାନିକ ଭାବେ ଘୋଷଣା କରାଯାଇଥିବା ବେଳେ ଅଟଳଜୀ ୧୯୪୭ରେ ନିଜର ସ୍ନାତକତ୍ତୋର ଶିକ୍ଷା ଶେଷ କରିଥିବା ତାଙ୍କ ଶିକ୍ଷାଗତ ରେକର୍ଡରୁ ଜଣା ପଡ଼ିଛି। ଉଲ୍ଲେଖଯୋଗ୍ୟ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ପରଲୋକ ପରେ ଯେବେବେଳେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (ପିଏମ୍ଓ) ପକ୍ଷରୁ କୁହାଗଲା ଯେ ଅଟଳଜୀଙ୍କ ଶିକ୍ଷାଗତ ଯୋଗ୍ୟତା ସଂପର୍କିତ କୌଣସି ରେକର୍ଡ ପିଏମ୍ଓରେ ନାହିଁ, ସେତେବେଳେ ଅଟଳଜୀଙ୍କ ଶିକ୍ଷାଗତ ଯୋଗ୍ୟତାର ରେକର୍ଡ ଖୋଜିବା ପାଇଁ ଆଗ୍ରା ବିଶ୍ୱବିଦ୍ୟାଳୟ ପକ୍ଷରୁ ଏ ଅଭିଯାନ ଆରମ୍ଭ ହୋଇଥିଲା।

 

ଏ ସଂପର୍କରେ ସୂଚନା ଦେଇ ଆଗ୍ରା ବିଶ୍ୱବିଦ୍ୟାଳୟର କୁଳପତି ଅରବିନ୍ଦ ଦୀକ୍ଷିତ୍ କହଛନ୍ତି ଯେ ଅଟଲଜୀଙ୍କ ବିୟୋଗ ପରେ ପରେ ବିଶ୍ୱବିଦ୍ୟାଳୟର ସବୁ କର୍ମଚାରୀ ତାଙ୍କ ଶିକ୍ଷାଗତ ରେକର୍ଡ ସବୁକୁ ଖୋଜିବାରେ ଲାଗି ପଡ଼ିଥିଲେ। ଶେଷରେ ତାଙ୍କ ଶିକ୍ଷାଗତ ଅଭିଲେଖ ମିଳିବା ପରେ ସେ ସମୟରେ ତାଙ୍କ ରୋଲ ନମ୍ବର. ୫୬୧ ଥିବା ବେଳେ ଏନରୋଲମେଣ୍ଟ ନମ୍ବର ଥିଲା ୪୩୨୦୫୫ ବୋଲି ଜଣା ପଡ଼ିଥିଲା। ଏହା ସହ ଅଟଲଜୀ କଳାରେ ସ୍ନାତକତ୍ତୋର କରିଥିବା ବେଳେ ଏଥିରେ ସେ ଥାର୍ଡ଼ ଡ଼ିଭିଜନରେ ଉତ୍ତୀର୍ଣ୍ଣ ହୋଇଥିଲେ ବୋଲି ଜଣା ପଡ଼ିଛି । ବିଶ୍ୱବିଦ୍ୟାଳୟର ଏହି ସଫଳତା ପରେ ରାଜ୍ୟପାଳ ରାମ୍ ନାୟକ ବିଶ୍ୱବିଦ୍ୟାଳୟର କୁଳପତିଙ୍କୁ ପ୍ରଶଂସା କରିଛନ୍ତି ।