ରଖେ ହରି ତ ମାରେ କିଏ ? ଆତ୍ମହତ୍ୟା ପାଇଁ କୁନି ପୁଅ ସହ ଧାରଣାରେ ଶୋଇଥିଲା ମା’ ! ଚଢିଗଲା ଟ୍ରେନ, ଆଉ ତା ପରେ…

24

ଏମିତି ବି ଅଦ୍ଭୁତ ଓ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଥାଏ ଆପଣ ବି ଜାଣିଲେ ଆଶ୍ଚର୍ୟ୍ୟ ହୋଇଯିବେ । କଥାରେ ଅଛି ଦଇବ ଯାହାକୁ ସାହା ତାହା ଉପରେ ବା କି ପ୍ରକାର ବିପଦ । ଏଭଳି ଉକ୍ତି କହିବାର ଯଥାର୍ଥ ହେଉଛି, ନିଜ ପିଲାକୁ ଧରି ଟ୍ରେନ୍ ଆଗକୁ ଆତ୍ମହତ୍ୟା କରିବାକୁ ଯାଇଥିବା ଜଣେ ମହିଳା ସୌଭାଗ୍ୟବଶତଃ ବର୍ତ୍ତି ଯାଇଛନ୍ତି । ଏହି ଦୃଶ୍ୟକୁ ଦେଖିଥିବା ଲୋକମାନଙ୍କ ଲୋମମୂଳ ଟାଙ୍କୁରି ଉଠିଥିଲା ।

ସୂଚନାଯୋଗ୍ୟ, ଉତ୍ତରପ୍ରଦେଶର ପ୍ରତାପଗଢ଼ରେ ବସବାସ କରୁଥିବା ଜଣେ ମହିଳା ତାଙ୍କ ଦେଢ଼ ମାସର ଶିଶୁ ପୁତ୍ରକୁ ଧରି ଗତ ଶନିବାର ସକାଳ ୧୧ଟା ବାଜି ୩୦ମିନିଟରେ ଗୋରଖପୁରରୁ ମୁମ୍ବାଇ ଯାଉଥିବା କାଶୀ ଏକ୍ସପ୍ରେସ ବୁରହାନପୁର ଷ୍ଟେସନରେ ଓହ୍ଲାଇ ଥିଲେ । ଏହି ସମୟରେ ଅନ୍ୟ ଏକ ଟ୍ରାକରେ ପୁଷ୍ପକ ଏକ୍ସପ୍ରେସ୍ ଆସୁଥିବା ଦେଖି ମହିଳା ଆଖି ପିଛୁଳାକେ ତାଙ୍କ ଦେଢ଼ ମାସର ପୁଅକୁ ଧରି ସେହି ଟ୍ରେନ୍ ଆଗରେ ଶୋଇ ପଡ଼ିଥିଲେ । ଏହି ଦୃଶ୍ୟ ଦେଖୁଥିବା ଲୋକମାନେ ହତବାକ୍ ହୋଇପଡ଼ିଥିଲେ । କ’ଣ କରିବେ କିଛି ବୁଝି ବିଚାରି ପାରି ନଥିଲେ । ଲୋକମାନେ ମା’ ଓ ଶିଶୁକୁ ବଞ୍ଚାଇବାକୁ ଯାଉଥିବା ସମୟରେ ଟ୍ରେନଟି ଦୁହିଁଙ୍କ ଉପର ଦେଇ ଚାଲି ଯାଇଥିଲା । ସମସ୍ତଙ୍କ ନିଶ୍ୱାସ ଗୋଟିଏ ସମୟ ପାଇଁ ଅଟକି ଯାଇଥିଲେ ହେ ଭଗବାନ ବୋଲି ସମସ୍ତଙ୍କ ମୁଖରୁ ଅଜଣାତରେ ବାହାରି ପଡ଼ିଥିଲା । ଟ୍ରେନଟି ଚାଲିଯିବା ପରେ ଲୋକମାନେ ମହିଳାଙ୍କୁ ସେଭଳି ଧାରଣାରେ ଆଖି ବନ୍ଦ କରି ପଡ଼ି ଥିବା ସହିତ ଶିଶୁଟି ମା’ ପେଟ ଉପରେ ଖେଳୁଥିବା ଦେଖିବାକୁ ପାଇଥିଲେ । ସୌଭାଗ୍ୟବଶତଃ ମା’ପୁଅ ଦୁହେଁ ଜୀବିତ ଥିଲେ । ଦୁହିଁଙ୍କ ଦେହରେ ଟିକିଏ ବି ଆଘାତ ଲାଗି ନ ଥିଲା । ତୁରନ୍ତ ଘଟଣା ସମ୍ପର୍କରେ ଷ୍ଟେସନ ମାଷ୍ଟରଙ୍କୁ ସୂଚନା ଦିଆଯାଇଥିଲା ।

ମହିଳା ଜଣଙ୍କ କହିବା ଅନୁଯାୟୀ, ତାଙ୍କ ସାବତ ମା’ ଜୋର ଜବରଦସ୍ତ ଜଣେ ବିବାହିତ ପୁରୁଷଙ୍କ ସହିତ ବିବାହ କରାଇ ଦେଇଥିଲା । ବିବାହ ପରେ ତାଙ୍କ ସ୍ୱାମୀ ତାଙ୍କୁ ଶାରୀରିକ ଏବଂ ମାନସିକ ନିର୍ଯ୍ୟାତନା ଦେବା ପରେ ଛାଡ଼ପତ୍ର ଦେଇଥିଲେ । ସେବେଠାରୁ ସେ ଚିନ୍ତାରେ ରହୁଥିଲେ । ପୁଅ ହେବା ପୂର୍ବରୁ ମଧ୍ୟ ସେ ଥରେ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ବର୍ତ୍ତମାନ ତାଙ୍କୁ ସଖୀ ସେଣ୍ଟରରେ ରଖାଯାଇ ତାଙ୍କ ପରିବାର ଲୋକଙ୍କ ସହିତ ଯୋଗାଯୋଗ କରାଯାଉଛି ବୋଲି ପୁଲିସ ପକ୍ଷରୁ ସୂଚନା ମିଳିଛି ।