ଧୋଇଗଲା ସରକାରଙ୍କ ‘ସ୍ୱଚ୍ଛ ଭାରତ ଅଭିଯାନ’ ! ସର୍ବସାଧାରଣ ସ୍ଥାନରେ ପରିସ୍ରା କରି ବିବାଦରେ ବିଜେପି ମନ୍ତ୍ରୀ ରାଧାମୋହନ

95

ପରିବେଶକୁ ସ୍ୱଚ୍ଛ ରଖିବା ପାଇଁ ସାରା ଦେଶରେ ମୋଦି ସରକାର ସଚେତନତା ସୃଷ୍ଟି କରୁଛନ୍ତି । ଯାହାର ଏକ ଅଂଶ ହେଉଛି ସ୍ୱଚ୍ଛ ଭାରତ ଅଭିଯାନ । ତେବେ ଏଭଳି ସମୟରେ ବିଜେପିର ଏକ ଅସ୍ୱଚ୍ଛ ରୂପ ସାମ୍ନାକୁ ଆସିଛି । କେନ୍ଦ୍ରୀୟ କୃଷି ମନ୍ତ୍ରୀ ରାଧାମୋହନ ସିଂ ସର୍ବସାଧାରଣ ସ୍ଥାନରେ ପରିସ୍ରା କରି ସରକାରଙ୍କ ଏହି ‘ସ୍ୱଚ୍ଛ ଭାରତ ଅଭିଯାନ’କୁ ସଂପୂର୍ଣ୍ଣ ରୂପେ ଧୋଇଦେଇଉନ୍ତି । ରାଧାମୋହନଙ୍କ ବାହାରେ ପରିସ୍ରା କରିବା ସମୟରେ କ୍ୟାମେରାରେ ଧରା ପଡିଯାଇଛି । ଯାହାକୁ ନେଇ ଏବେ ଅନେକ ପ୍ରଶ୍ନ ସୃଷ୍ଟି ହୋଇଛି ।

ଫଟୋରେ ଦେଖିବାକୁ ମିଳିଛି ରାଧାମୋହନ ଏକ କାନ୍ଥ ପାଖରେ ଛିଡା ପରିସ୍ରା କରିବା ବେଳେ ତାଙ୍କ ସୁରକ୍ଷାକର୍ମୀ ଅନ୍ୟଆଡକୁ ଚାହିଁ ଛିଡାହୋଇଛନ୍ତି । ସୂଚନା ଅନୁସାରେ, ଫଟୋଟି ହେଉଛି ରାଧାମୋହନ ମୋତିହାରୀ ଯିବା ସମୟର । ତେବେ ଏହା ପ୍ରଥମ ଥର ନୁହେଁ ଯେତେବେଳେ ରାଧାମୋହନ କୌଣସି ବିବାଦୀୟ କାମ କରି ଚର୍ଚ୍ଚାକୁ ଆସିଛନ୍ତି । ଏହା ପୂର୍ବରୁ ଯେତେବେଳେ ମଧ୍ୟପ୍ରଦେଶରେ ପୁଲିସ୍ ଫାୟାରିଂରେ ୫ଜଣ ଚାଷୀଙ୍କ ମୃତ୍ୟୁରେ ସମଗ୍ର ରାଜ୍ୟରେ ବିକ୍ଷୋଭ ଚାଲିଥିଲା ସେତେବେଳେ ରାଧାମୋହନ ,ରାମଦେବଙ୍କ ଏକ ଯୋଗ ଇଭେଂଟରେ ଯୋଗ ଦେଇ ବିବାଦୀୟ ହୋଇପଡିଥିଲେ ।