ଜନତାଙ୍କ ସୁରକ୍ଷା ପାଇଁ ସରକାରଙ୍କ ବଡ ପଦକ୍ଷେପ । ଏଣିକି ଗୋଟିଏ ନମ୍ବର ଡାଏଲ କଲେ ମିଳିବ ଏଟିଏମ, ପେଟ୍ରୋଲ, ମେଡିକାଲ ଏବଂ ଆମ୍ବୁଲାନ୍ସ ସମେତ ଅନେକ ଜରୁରୀକାଳୀନ ସେବା

57

ଯଦି ଆପଣ କେଉଁଆଡେ ଛୁଟି ବିତାଇବାକୁ ଯାଉଛନ୍ତି ତେବେ ଆପଣଙ୍କର ଯାତ୍ରାକୁ ସୁଖଦ ଏବଂ ସହଜ କରିବା ପାଇଁ କେନ୍ଦ୍ର ସରକାର ଲଂଚ କରିଛନ୍ତି ଏକ ନୂଆ ଆପ । ଯାହାର ନାଁ ରଖାଯାଇଛି ‘ସୁଖଦ ଯାତ୍ରା’ ଆପ । କେନ୍ଦ୍ରୀୟ ସଡକ ପରିବହନ ଏବଂ ଜାତୀୟରାଜପଥ ମନ୍ତ୍ରୀ ନିତିନ ଗଡକରୀ ଏହି ସୁଖଦ ଯାତ୍ରା ଆପ ସହିତ ହାଇୱେ ଇମରଜେନ୍ସି ନମ୍ବର ୧୦୩୩ ଲଂଚ ମଧ୍ୟ କରିଛନ୍ତି । ଏହି ଆପ ଜରିଆରେ ଆପଣ ହାଇୱେରେ ଥିବା ଟୋଲ ସର୍ଭିସ, ଟୋଲ ରେଟ୍, ୱେଟିଂ ଟାଇମ, ହୋଟେଲ, ରେଷ୍ଟୁରାଂଟ, ଏଟିଏମ, ମେଡିକାଲ, ପେଟ୍ରୋଲ ପମ୍ପ ଏବଂ ଆମ୍ବୁଲାନ୍ସ ଇତ୍ୟାଦି ସଂପର୍କରେ ସୂଚନା ପାଇପାରିବେ ।

ଖାଲି ଏତିକି ନୁହେଁ ଆପଣ ଯାତ୍ରା କରୁଥିବା ରାସ୍ତାଟି ସୁରକ୍ଷିତ କି ନୁହେଁ ଏବଂ ଦୁର୍ଘଟଣା ସଂପର୍କରେ ବି ଅଭିଯୋଗ କରିପାରିବେ । ଆଉ ଏହି ଆପ ଜରିଆରେ ଆପଣ ଫାଷ୍ଟାଗ ମଧ୍ୟ କିଣିପାରିବେ । ଏହି ଆପ ଜରିଆରେ ଆପଣ ଜାଣି ପାରିବେ କି ହାଇୱେରେ କୌଣସି ସଡକ ଦୁର୍ଘଟଣା ହୋଇଛି କି ନାହିଁ । ଏହି ଆପ ସହାୟତାରେ ଆପଣ ଟୋଲ ଗେଟରେ ଲାଗୁଥିବା ସମୟ ସଂପର୍କରେ ବି ସୂଚନା ପାଇପାରିବେ । ଏନଏଚଏଆଇ ତରଫରୁ ଏହି ମୋବାଇଲ ନମ୍ବର ଆପଟିକୁ ବିକଶିତ କରାଯାଇଛି । ଏନଏଚଏଆଇର ଦାବି ରହିଛି କି, ଏହି ଆପ ଜରିଆରେ ଲୋକମାନଙ୍କୁ ବହୁତ ସାରା ସୁବିଧା ମିଳିବ । ରାଜ୍ୟ ହାଇୱେ ସହ ଜଡିତ ସମସ୍ତ ଅଭିଯୋଗକୁ ବି ଏହି ଆପ ଜରିଆରେ କରାଯାଇପାରିବ ।

ସେହିପରି ଜାତୀୟ ରାଜପଥରେ ଘଟୁଥିବା ଦୁର୍ଘଟଣା ସଂପର୍କିତ ସୂଚନା ପାଇଁ ୧୦୩୩ ଟୋଲ୍ ଫ୍ରି ନମ୍ବର ଆପଣଙ୍କୁ ଆପତକାଳୀନ ସେବା ଯୋଗାଇଦେବ । ଟୋଲ ଫ୍ରି ନମ୍ବର ୧୦୩୩କୁ ଆମ୍ବୁଲାନ୍ସ ତଥା ଗାଡି ଉଠାଇବା ଟୋ-ଓବେ କ୍ରେନ ସେବାଗୁଡିକ ସହିତ ଲୋକେସନ ଟ୍ରାକିଂ ଫିଚର ସହିତ ବି ସଂଯୋଗ କରାଯାଇଛି । ଏଥିରେ ବିଭିନ୍ନ ଭାଷାରେ କଥା ହୋଇପାରିବେ । କେନ୍ଦ୍ର ସରକାର ପ୍ରତ୍ୟେକ ରାଜ୍ୟରେ ଅତି କମରେ ଗୋଟିଏ ଲେଖାଏଁ ମଡେଲ ମୋଟର ଡ୍ରାଇଭିଂ ଟ୍ରେନିଂ ସେଂଟର ଖୋଲିବେ । ଯେଉଁଥିପାଇଁ ସଡକ ମନ୍ତ୍ରାଳୟ ତରଫରୁ ପ୍ରତିଟି ସେଂଟରରୁ ୫୦ ଲକ୍ଷ ଟଙ୍କାରୁ ଆରମ୍ଭ କରି କୋଟିଏ ପର୍ଯ୍ୟନ୍ତ ଆର୍ଥିକ୍ ସହାୟତା ପ୍ରଦାନ କରାଯିବ ।