୫ଟି କଥାରୁ ସ୍ଥିର ହୋଇଥାଏ ଆପଣଙ୍କ ବ୍ୟାଙ୍କ ଖାତା ସନ୍ଦିଗ୍ଧ ଦେଣ-ନେଣର ପରିସରରେ ରହିଛି କି ନାହିଁ ?

49

ଗତ ବର୍ଷ ହୋଇଥିବା ବିମୁଦ୍ରାକରଣ ପରେ ସାରା ଦେଶରେ ଜନତା ବହୁ ସଂଖ୍ୟାରେ ନିଜ ନିଜର ବ୍ୟାଙ୍କ ଖାତାରେ ନଗଦ ଟଙ୍କା ଜମା କରିବାରେ ଲାଗିପଡିଥିଲେ, ଏପରିକି କିଛି ଲୋକ ତ ଏହି ସମୟରେ ମ୍ୟୁଚୁଆଲ ଫଣ୍ଡ ଏବଂ ଷ୍ଟକ ମାର୍କେଟରେ ବି ଟଙ୍କା ନିବେଶ କରିଦେଇଥିଲେ । ଆଉ ଠିକ୍ ଏହି ସମୟରେ ହିଁ କିଛି ଅନଆକାଉଂଟେଡ୍ ଫଣ୍ଡ ମଧ୍ୟ ବ୍ୟାଙ୍କ ଖାତାରେ ଜମା କରାଯାଇଥିବା ନେଇ ଖବର ପ୍ରକାଶ ପାଇଥିଲା ।

ଯାହାକି ରିର୍ଜଭ ବ୍ୟାଙ୍କ ଅଫ ଇଣ୍ଡିଆର ବାର୍ଷିକ ରିପୋର୍ଟରେ ବି ଦର୍ଶାଯାଇଛି । ବ୍ୟାଙ୍କ ଏବଂ ଅନ୍ୟ ସଂସ୍ଥାମାନଙ୍କଠାରୁ ରିଜର୍ଭ ବ୍ୟାଙ୍କକୁ ଯେଉଁ ସୂଚନା ମିଳିଥିଲା ତାହା ଅନୁସାରେ, ୨୦୧୬-୧୭ରେ ସନ୍ଦିଗ୍ଧ ଦେଣ-ନେଣର ସଂଖ୍ୟାରେ ପାଖାପାଖି ୬ ଗୁଣା ବୃଦ୍ଧିପାଇଥିବା ଅଭିଯୋଗ ଆସିଛି । ଏହି ଆକଳନ ସଂପୂର୍ଣ୍ଣ ବଜେଟ୍ ବର୍ଷର ନା କେବଳ ବିମୁଦ୍ରାକରଣ ସମୟର ଅଟେ ।

ଏଠାରେ ଆମେ କହି ରଖୁଛୁ କି, ଟଙ୍କା ଦେଣ-ନେଣ ସଂପର୍କିତ ସୂଚନା ବ୍ୟାଙ୍କ କିମ୍ବା ଅନ୍ୟ ଅର୍ଥ ସଂସ୍ଥାଗୁଡିକ ସରକାରଙ୍କର ଆର୍ଥିକ ଖୁଫିଆ ଏଜେନ୍ସିଙ୍କୁ ଜଣାଇଥାନ୍ତି । ଆନୁମାନିକ ହିସାବରେ ଗୋଟିଏ ମାସରେ ୧୦ ଲକ୍ଷ ଟଙ୍କାରୁ ଅଧିକ ନଗଦ ଟ୍ରାଂଜାକ୍ସନ ସନ୍ଦିଗ୍ଧ ଦେଣ-ନେଣ ପରିସରଭୁକ୍ତରେ ଆସିଥାଏ । ଏହାବ୍ୟତୀତ ଆହୁରୀ ମଧ୍ୟ ଅନେକ ତଥ୍ୟ ରହିଛି, ଯାହା ଆଧାରରେ ଅର୍ଥ ସଂସ୍ଥାଗୁଡିକ ଦେଣ-ନେଣର ନିର୍ଦ୍ଧାରଣ କରିଥାଏ । ତେଣୁ ଆପଣ ବି ସେହି ୫ଟି କଥା ଜାଣି ରଖିବା ଦରକାର, ଯେଉଁଥିରେ ସ୍ଥିର କରାଯାଇଥାଏ ଆପଣଙ୍କ ଦ୍ୱାରା କରାଯାଇଥିବା ଜମା-ଉଠାଣ ଅର୍ଥ ରାଶି କୌଣସି ସନ୍ଦିଗ୍ଧ ଦେଣ-ନେଣ ନୁହେଁ ତ ?

ବ୍ୟାଙ୍କ ଟ୍ରାଂଜାକ୍ସନର ମାତ୍ରା

ଯଦି ଆପଣ ସାମାନ୍ୟତଃ ପୂର୍ବରୁ କରାଯାଇଥିବା ଜମା ରାଶିର ପରିମାଣଠାରୁ ଅଧିକ ରାଶି ଖାତାରେ ଜମା କରିଛନ୍ତି କିମ୍ବା ତାକୁ ଉଠାଇଛନ୍ତି କିମ୍ବା ଜମା କରି ତାକୁ ତୁରନ୍ତ ଉଠାଇ ଦେଇଛନ୍ତି ତେବେ ଏହାର ରିପୋର୍ଟିଂ ସନ୍ଦିଗ୍ଧ ଦେଣ-ନେଣ ରୂପରେ ହୋଇପାରେ । ଏହାବ୍ୟତୀତ ବ୍ୟାଙ୍କଦ୍ୱାରା ନିର୍ଦ୍ଧାରିତ କରାଯାଇଥିବା ଟଙ୍କାର ପରିମାଣଠାରୁ ଅଧିକ ଟଙ୍କା ନିଜ ଖାତାରେ ଜମା କିମ୍ବା ଉଠାଇଛନ୍ତି ତେବେ ଏହା ମଧ୍ୟ ସନ୍ଦିଗ୍ଧ ଦେଣ-ନେଣ ପରିସରର୍ଭୁକ୍ତରେ ଆସିପାରେ ।

ବ୍ୟାଙ୍କ ଆକାଉଂଟର କାର୍ଯ୍ୟକଳାପ

ବ୍ୟାଙ୍କ ଖାତାରେ ଆପଣ ଆନୁମାନିକ ମାସରେ କେତେ ଟଙ୍କା ଜମା-ଉଠାଣ କରିଛନ୍ତି ସେ ନେଇ ମଧ୍ୟ ଗୁରୁତ୍ୱ ଦେବା ଆବଶ୍ୟକ । ଯଦି ଆପଣ କୌଣସି ବନ୍ଦ ପଡିଥିବା ଖାତାରେ ହଠାତ୍ ଅର୍ଥରାଶି ଜମା କିମ୍ବା ଉଠାଉଛନ୍ତି ତେବେ ଏହାକୁ ସନ୍ଦିଗ୍ଧ ଦେଣ-ନେବ ଭାବେ ସନ୍ଦେହ କରାଯାଇପାରେ । ଏହା ବ୍ୟତୀତ ଆପଣଙ୍କ ଖାତାର ବିଗତ ଦିନର ଟଙ୍କା କାରବାର, ଟ୍ରାଂଜାକ୍ସନ ଏବଂ ଅସାମାନ୍ୟ କ୍ରିୟାକଳାପ ମଧ୍ୟ ଏହାର ପରିସରରେ ଆସିଥାଏ । ଏହାଛଡା ଘୋଷଣା କରାଯାଇଥିବା ବ୍ୟବସାୟ ବ୍ୟତୀତ କୌଣସି ଅଲଗା ଉପାୟରେ ଆପଣଙ୍କ ଖାତାରେ ଅଚାନକ ଅଧିକ ଧନରାଶିର ଜମା-ଉଠାଣରେ ମଧ୍ୟ ସନ୍ଦିଗ୍ଧ ଦେଣ-ନେଣର ଘେରରେ ଆସି ପାରେ ।

ଏକାଧିକ ଆକାଉଂଟ୍

ଯଦି ଜଣେ ଖାତାଧାରୀଙ୍କ ନିକଟରେ ବିଭିନ୍ନ ବ୍ୟାଙ୍କର ଅନେକ ଆକାଉଂଟ୍ ବିନା କୌଣସି କାରଣରୁ ରହିଥାଏ ତେବେ ତାହା ମଧ୍ୟ ଏହି ପରିସରରେ ଆସିପାରେ । ଏହା ବ୍ୟତୀତ ଏକାଧିକ ଆକାଉଂଟ୍ ମଧ୍ୟରେ ବିନା କୌଣସି ଠୋସ୍ କାରଣର ଫଣ୍ଡ ଟ୍ରାନ୍ସଫର ବି ସନ୍ଦିଗ୍ଧ ଦେଣ-ନେଣ କୁହାଯାଇପାରେ ।

ବ୍ୟାଙ୍କରେ ଜମା-ଉଠାଣର ପ୍ରକୃତି

ଯଦି ଆପଣ ଅସାମାନ୍ୟ କିମ୍ବା ଅନୁଚିତ ଜଟିଳତା ସହିତ ବ୍ୟାଙ୍କିଂ କାରବାର କରୁଛନ୍ତି କିମ୍ବା ନଗଦ ଟଙ୍କା ସହ ଡ୍ରାଫ୍ଟ କିମ୍ବା ନେଗୋସିଏବୁଲ ଟ୍ରାନ୍ସିଟ୍ରୁମେଂଟ୍ସର କିଣାବିକା କରିଛନ୍ତି ତେବେ ତାହା ମଧ୍ୟ ସନ୍ଦିଗ୍ଧ ଦେଣ-ନେଣ ପରିସରରେ ଆସିପାରେ । ଏଥିସହିତ ହିଁ ଘୋଷିତ କାରବାର ବ୍ୟତୀତ ଅସାମାନ୍ୟ ଦେଣ-ନେବ ମଧ୍ୟ ସନ୍ଦିଗ୍ଧ ଦେଣ-ନେଣ ପରିସରରେ ଆସି ପାରେ ।

ଖାତାଧାରକଙ୍କ ପରିଚୟ

ଯଦି ବ୍ୟାଙ୍କ ଖାତାଧାରକ କିମ୍ବା ଅଥରାଇଜଡ ସିଗ୍ନେଟରିଜ୍ ଭୁଲ ପରିଚୟ ପତ୍ର ଦେିଛନ୍ତି କିମ୍ବା କେୱାଇସିର ଔପଚାରିକତା ବାଂଛିତ ସମୟ ସୀମାରେ ପୁରଣ ହୋଇ ନପାରେ ତେବେ ସେହି ଖାତାରୁ କରାଯାଇଥିବା ପ୍ରତିଟି ଦେଣ-ନେଣ କାରବାର ସନ୍ଦିଗ୍ଧ ହୋଇପାରେ । କୌଣସି ସ୍ଥାପିତ କାରବାର କିମ୍ବା ବ୍ରାଣ୍ଡର ନାମ କିମ୍ବା ସମାନ ନାଁରେ ଅନ୍ୟ ଖାତା ଖୋଲିବା ମଧ୍ୟ ସନ୍ଦିଗ୍ଧ ପରିସରରେ ଆସିଥାଏ ।