ଏଣିକି ପେଟ୍ରୋଲ ପମ୍ପରେ ଆପଣଙ୍କୁ କରିବାକୁ ପଡିବନି ଅପେକ୍ଷା । ତେଲ ଭରିବାଠାରୁ ଆରମ୍ଭ କରି ପେମେଂଟ କରିବା ପର୍ଯ୍ୟନ୍ତ ସବୁ କାମ କରିବ ଏହି ଛୋଟିଆ ଡିଭାଇସ୍

21

ଅଧିକାଂଶ ସମୟରେ ପେଟ୍ରୋଲ ଚାଳିତ ଗାଡିରେ ଡିଜେଲ ଏବଂ ଡିଜେଲ ଚାଳିତ ଗାଡିରେ ପେଟ୍ରୋଲ ଭରିଦେବା ଭଳି ଅଭିଯୋଗ ସାମ୍ନାକୁ ଆସିଛି । ଯାହାର ସିଧା ପ୍ରଭାବ ଗାଡି ଉପରେ ହିଁ ପଡିଥାଏ । କିନ୍ତୁ ଏବେ ଆଉ ଏହି ସମସ୍ୟା ବୋଧହୁଏ ରହିବନାହିଁ । ଗାଡି ମାଲିକ ଏବେ ନିଃଚିନ୍ତାରେ ଟାଙ୍କିରୁ ତେଲ ଭରିପାରିବେ । କାହିଁକି ନା, ହିନ୍ଦୁସ୍ତାନ ପେଟ୍ରୋଲିୟମ କର୍ପୋରେସନ ଲିମିଡେଟ୍ ଏବଂ ଏଜିଏସ କଂପାନୀ ମିଳିତ ଭାବରେ ଏଭଳି ଏକ ‘smart-fuel-nozzle’ ଲଂଚ କରିବାକୁ ଯାଉଛି ।

ଏହି ଡିଭାଇସ ଏକ ଚିପ୍ ଦ୍ୱାରା ଚିହ୍ନଟ କରିଦେବ କି ଗାଡିଟି ଡିଜେଲ ଚାଳିତ ନା ପେଟ୍ରୋଲ । ଆଉ ସେହି ହିସାବରେ ଗାଡିରେ ଫ୍ୟୁଏଲ ମଧ୍ୟ ଭରିବ । ଏହା ବ୍ୟତୀତ, ପେମେଂଟ କଲେକ୍ଟ କରିବାର କାମ ମଧ୍ୟ ଏହି ଡିଭାଇସ ଦ୍ୱାରା ହୋଇପାରିବ । ଇନଟରପ୍ସନ ଫ୍ରି କମ୍ୟୁନିକେସନ ପାଇଁ ଏହି ଚିପ ଫ୍ୟୁଏଲ ଟ୍ୟାଙ୍କ ପାଖରେ ଲଗାଯିବ । ଗାଡି ମାଲିକଙ୍କୁ ଆପ ମାଧ୍ୟମରେ କହିପାରିବେ କି ସେ କେତେ ଟଙ୍କାର ତେଲ ଭରିବେ ।

ବର୍ତ୍ତମାନ ଏହି ସୁବିଧା ମୁମ୍ବାଇରେ ଉପଲବ୍ଧ । ତେବେ ସାରା ଦେଶରେ ଏହି ସୁବିଧା ଯୋଗାଇ ଦେଉଥିବା ଭାରତ ହେଉଛି ପ୍ରଥମ ଦେଶ । କାରଣ ଏଯାବତ ଅନ୍ୟ କେଉଠି ଏହି ସୁବିଧା ପ୍ରଚଳିତ ହୋଇନାହିଁ । ଏଚପିସିଏଲ ଏହି ସୁବିଧାକୁ ‘ଫାଷ୍ଟଲେନ’ର ନାଁ ଦେଇଛି । ମୁମ୍ବାଇ ପରେ ଏଭଳି ପ୍ରକାରର ସ୍ମାର୍ଟ ନୋଜଲ ଦିଲ୍ଲୀରେ ମଧ୍ୟ ଉପଲବ୍ଧ କରାଇବାର ଯୋଜନା ରହିଛି । ଏଥିପାଇଁ ପେଟ୍ରୋଲ ପମ୍ପମାନଙ୍କରେ ସ୍ମାର୍ଟ ଚିପ ରିଡର ଏବଂ radio frequency identification (RFID) କନଂଟ୍ରୋଲରକୁ ଇନଷ୍ଟଲ କରିବାକୁ ପଡିବ ।