ଆପଣ ବି ଖୋଲି ପାରିବେ ପେଟ୍ରୋଲ ପମ୍ପ । ଘରେ ବସି ମାସକୁ ରୋଜଗାର କରିପାରିବେ ଲକ୍ଷାଧିକ ଟଙ୍କା, ଜାଣନ୍ତୁ ପୂରା ପ୍ରକ୍ରିୟା

57

ପେଟ୍ରୋଲ ପମ୍ପର ଡିଲରସିପ ନେବାକୁ ଇଚ୍ଛା ରଖିଥିବା ବ୍ୟକ୍ତିବିଶେଷଙ୍କ ପାଇଁ ଖୁସି ଖବର । କାହିଁକି ନା, ସରକାରୀ ପେଟ୍ରୋଲିୟମ କଂପାନୀମାନେ ସାରା ଦେଶରେ ୨୫ ହଜାର ନୂଆ ପେଟ୍ରୋଲ ପମ୍ପ ଖୋଲିବାକୁ ଯୋଜନା ପ୍ରସ୍ତୁତ କରିଛନ୍ତି । ଯାହାକୁ ଖୁବ୍ ଶୀଘ୍ର ସାରା ଦେଶରେ କାର୍ଯ୍ୟକାରୀ କରିଦିଆଯିବ । ଏହାପରେ ଇଚ୍ଛୁକ ବ୍ୟକ୍ତି ଏଥିପାଇଁ ଆବେଦନ କରିପାରିବେ ।

ସୂଚନା ମୁତାବକ, ପେଟ୍ରୋଲିୟମ ମନ୍ତ୍ରାଳୟ ପେଟ୍ରୋଲ ପମ୍ପର ଡିଲରମାନଙ୍କର ନିଯୁକ୍ତି ଉପରେ ସରକାରୀ ପଲିସିକୁ ରଦ୍ଦ କରିଦେଇଛି । ଏହାଦ୍ୱାରା ସରକାରୀ ପେଟ୍ରୋଲିୟମ କଂପାନୀ ଯେପରିକି, ଇଣ୍ଡିଆନ ଅଏଲ, ହିନ୍ଦୁସ୍ଥାନ ପେଟ୍ରୋଲିୟମ ଏବଂ ଭାରତ ପେଟ୍ରୋଲିୟମକୁ ନୂଆ ପେଟ୍ରୋଲ ପମ୍ପ ଖୋଲିବା ପାଇଁ ନିଜର ନିୟମ ପ୍ରସ୍ତୁତ କରିବାକୁ ସୁଯୋଗ ଦିଆଯିବ । ମନ୍ତ୍ରାଳୟ ନୂଆ ପେଟ୍ରୋଲ ପମ୍ପ ଡିଲରମାନଙ୍କ ନିଯୁକ୍ତି ପାଇଁ ଗତ ମାସରେ କଂପାନୀମାନଙ୍କୁ ନିଜର ଗାଇଡଲାଇନ୍ସ ପ୍ରସ୍ତୁତ କରିବାକୁ ଅନୁମତି ଦେଇଥିଲା । ଏହି କଂପାନୀମାନେ ସରକାରଙ୍କୁ କହିଥିଲେ କି, ପେଟ୍ରୋଲ ଓ ଡିଜେଲର ରିଟେଲ ପ୍ରାଇସ ଉପରେ ସରକାରୀ ନିୟନ୍ତ୍ରଣ ହଟାଯିବା ପରେ ଡିଲରମାନଙ୍କର ନିଯୁକ୍ତି ପାଇଁ ସରକାରଙ୍କର ଗାଇଡଲାଇନ୍ସର ଆଉ ଆବଶ୍ୟକତା ପଡିବନାହିଁ ।

ତିନୋଟି ଯାକ ସରକାରୀ କଂପାନୀ ମାସକ ମଧ୍ୟରେ ବିଜ୍ଞାପନ ଦେଇ ୨୫ ହଜାର ସ୍ଥାନରେ ପେଟ୍ରୋଲ ପମ୍ପ ଖୋଲିବା ପାଇଁ ଆବେଦନ ମାଗିବେ । ଏଥିମଧ୍ୟରୁ ସର୍ବାଧିକ ପେଟ୍ରୋଲ ପମ୍ପ ଗ୍ରାମୀଣ ଅଂଚଳରେ ରହିବ । ବର୍ତ୍ତମାନ ସରକାରୀ ପେଟ୍ରୋଲିମ କଂପାନୀମାନଙ୍କର ପାଖାପାଖି ୫୭ ହଜାର ପେଟ୍ରୋଲ ପମ୍ପ ରହିଥିବା ବେଳେ ଘରୋଇ କଂପାନୀର ପାଖାପାଖି ୬ ହଜାର ପେଟ୍ରୋଲ ପମ୍ପ ରହିଛିି । ଯଦିଓ ଏଯାବତ ସ୍ଥିର ହୋଇପାରିନି କି, ବିଜ୍ଞାପନରେ ଦିଆଯାଇଥିବା ସମସ୍ତ ସ୍ଥାନଗୁଡିକ ପାଇଁ ଆବେଦନ ମିଳିବ କି ନାହି କିମ୍ବା ସେଠାରେ ପେଟ୍ରୋଲ ପମ୍ପ ଖୋଲି ପାରିବ କି ନାହିଁ । ସରକାରୀ ପେଟ୍ରଲିୟମ କଂପାନୀମାନେ ପାଖାପାଖି ୪ ବର୍ଷ ପରେ ନୂଆ ଡିଲରମାନଙ୍କର ନିଯୁକ୍ତି କରୁଛନ୍ତି । ଜଣେ ବରିଷ୍ଠ ଅଧିକାରୀଙ୍କ କହିବା ମୁତାବକ, ଏହି ନୂଆ ଗାଇଡଲାଇନ୍ସରେ ସମାଜର ପଛୁଆ ବର୍ଗ ପାଇଁ ଆରକ୍ଷଣର ନିୟମର ପାଳନ କରାଯିବ , କିନ୍ତୁ ପେଟ୍ରୋଲିୟମ କଂପାନୀମାନଙ୍କୁ ଡିଲରମାନଙ୍କର ନିଯୁକ୍ତିରେ ସୁଯୋଗ ମିଳିବ । ନୂଆ ଗାଇଡଲାଇନ୍ସରେ ଆବେଦନକର୍ତ୍ତାଙ୍କ ନିକଟରେ ଫଣ୍ଡର ଆବଶ୍ୟକତାକୁ ବନ୍ଦ କରାଯାଇଛି ଏବଂ ଜମିର ମାଲିକାନା ହକକୁ ନେଇ ନିୟମଗୁଡିକରେ କୋହଳ କରି ଦିଆଯାଇଛି ।

ପୂର୍ବ ପଲିସିରେ ରେଗ୍ୟୁଲାର ଫ୍ୟୁଏ ଆଉଟଲେଟ ଖୋଲିବା ପାଇଁ ଆବେଦନକର୍ତ୍ତାଙ୍କ ପାଖରେ ବ୍ୟାଙ୍କ ଡିପୋଜିଟ୍ କିମ୍ବା ଅନ୍ୟାନ୍ୟ ଫାଇନାନ୍ସିଆଲ ଇନଷ୍ଟ୍ରୁମେଂଟ୍ସରେ ୨୫ ଲକ୍ଷ ଟଙ୍କା ଏବଂ ଗ୍ରାମାଂଚଳରେ ଆଉଟଲେଟ ପାଇଁ ୧୨ ଲକ୍ଷ ଟଙ୍କା ରହିଥିବା ଜରୁରୀ ଥିଲା । କିନ୍ତୁ ବର୍ତ୍ତମାନ ଜମି ଉପରେ ମାଲିକାନା ହକ ନ ରଖୁଥିବା ବ୍ୟକ୍ତିବିଶେଷ ବି ଆବେଦନ କରିପାରିବେ । ପେଟ୍ରୋଲ ପମ୍ପ ଡିଲର ଚୟନ କରିବାର ପୂରା ପ୍ରକ୍ରିୟା ଅନଲାଇନ ହେବ । ତେବେ ଆବେଦନକର୍ତାଙ୍କୁ ଅନଲାଇନ ଡ୍ର ଜରିଆରେ ଚୟନ କରାଯିବ ।