ପ୍ରଧାନମନ୍ତ୍ରୀ ମୋଦି ଦେଲେ ଅଟୋଗ୍ରାଫ୍ : ଯୁବତୀଙ୍କ ପାଖକୁ ଆସିଲା ଗୋଟିଏ ପରେ ଗୋଟିଏ ବିବାହ ପ୍ରସ୍ତାବ

34

ପଶ୍ଚିମବଙ୍ଗ ମିଦନାପୁରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ରାଲି ସମୟରେ ଟେଂଟର ଏକ ଅଂଶ ଭାଙ୍ଗିପଡ଼ିଥିଲା । ଯାହାଦ୍ୱାର ଅନେକ ଲୋକ ଆହତ ହୋଇଥିଲେ । ଏହି ଅଘଟଣରେ ଅଳ୍ପକେ ବଂଚିଯାଇଥିଲେ ରୀତା ମୁଦି ନାମକ ଜଣେ ଯୁବତୀ । ଆଉ ପ୍ରଧାନମନ୍ତ୍ରୀ ମୋଦି ରୀତାଙ୍କୁ ଭେଟିବାକୁ ଯାଇ ରୀତାଙ୍କୁ ଅଟୋଗ୍ରାଫ୍ ଦେଇଥିଲେ । ଆଉ ଏହି ଅଟୋଗ୍ରାଫ୍ କାରଣରୁ ନିଜ ଗାଁରେ ସେଲିବ୍ରିିଟି ପାଲଟି ଯାଇଛନ୍ତି ରୀତା । କଲିକତା ଠାର ୨୩୦ କିମି ଦୂର ଏକ ଗାଁ ରାଣୀବନ୍ଧରେ ରୁହନ୍ତି ରୀତା ଓ ତାଙ୍କ ପରିବାର ।

ମୋଦିଙ୍କ ଠାରୁ ଅଟୋଗ୍ରାଫ୍ ମିଳିବା ପରେ ରୀତା ଏବେ ଚର୍ଚ୍ଚାର ପରିଧିକୁ ଆସିଛନ୍ତି । ଆଉ ଏବେ ପର୍ଯ୍ୟନ୍ତ ତାଙ୍କ ପାଖକୁ ୨ଟି ବିବାହ ପ୍ରସ୍ତାବ ଆସିସାରିଛି । ଗତ ୧୦ ଦିନ ଦିନ ତାଙ୍କ ପାଇଁ ବେଶ ବ୍ୟସ୍ତମୟ ଥିଲା । ସେ କହିଛନ୍ତି, ଘଟଣାଦିନ ଯେବେ ପ୍ରଧାନମନ୍ତ୍ରୀ ମୋତେ ଭେଟିବା ପାଇଁ ଆସିଥିଲେ । ତାଙ୍କୁ ଦେଖିବ ମୁଁ ବହୁତ ଖୁସି ହୋଇଯାଇଥିଲା । ସୂଚନାଯୋଗ୍ୟ ଜୁଲାଇ ୧୬ ତାରିଖ ଦିନ ରୀତା ତାଙ୍କ ମା’ ଓ ଭଉଣୀଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ସଭାରେ ଯୋଗଦେବା ପାଇଁ ଆସିଥିଲେ ।

ରୀତା ଓ ତାଙ୍କ ପରିବାର ସେହି ଟେଂଟ ତଳେ ବସିଥିଲେ ଯାହା ଭାଙ୍ଗିପଡ଼ିଥିଲା । ଏହି ଅଘଟଣରେ ରୀତା ଆହତ ହୋଇଥିଲେ ଓ ତାଙ୍କୁ ମେଡ଼ିକାଲ ନିଆଯାଇଥିଲା । ତେବେ ରାଲି ଶେଷ ହେବା ପରେ ପ୍ରଧାନମନ୍ତ୍ରୀ ମୋଦି ଆହତଙ୍କୁ ଭେଟିବା ପାଇଁ ମେଡ଼ିକାଲ ପହଞ୍ଚିଥିଲେ । ମୋଦିଙ୍କୁ ଦେଖି ରୀତା ଅଟୋଗ୍ରାଫ ଦେବାପାଇଁ ଅନୁରୋଧ କରିଥିଲେ । ମୋଦି ଏକ କାଗଜରେ ଲେଖିଲେ ‘ରୀତା ତୁମେ ସବୁବେଳେ ଖୁସି ରୁହ’ । ନରେନ୍ଦ୍ର ମୋଦି ।

ରୀତା କହିଛନ୍ତି, ଏହି ଘଟଣାର ପର ଦିନ ଆମ ଗରେ ଲୋକଙ୍କ ଭିଡ଼ ଜମିଯାଇଥିଲା । ସମସ୍ତେ ପ୍ରଧାନମନ୍ତ୍ରୀଙ୍କ ଅଟୋଗ୍ରାଫ ଦେଖିବା ପାଇଁ ଚାହୁଁଥିଲେ । ରୀତାଙ୍କ ମା’ କହିଛନ୍ତି ଲୋକେ ଅଟୋଗ୍ରାଫ ଦେଖିବା ସହ ଘରକୁ ବିବାହ ପ୍ରସ୍ତାବ ମଧ୍ୟ ନେଇ ଆସିଥିଲେ ।