#MeToo ପରେ ମୁଣ୍ଡ ଟେକିଲା #MenToo : ଏବେ ପୁରୁଷଙ୍କ ସହ ହୋଇଥିବା ଯୌନ ଶୋଷଣର ହେବ ଖୁଲାସା

32

#MeToo ଅଭିଯାନ ପରେ ଆସିଲା #MenToo। #MeToo ଅଭିଯାନ ଅନୁସାରେ, ୧୫ ଲୋକଙ୍କ ଏକ ସମୂହ #MenToo ଆନ୍ଦୋଳନର ଆରମ୍ଭ କରିଛନ୍ତି । ଏବଂ ପୁରୁଷଙ୍କୁ କହିଛନ୍ତି କି, ସେମାନେ ମହିଳାଙ୍କ ଦ୍ୱାରା ତାଙ୍କର ଯୌନ ଶୋଷଣ ବିଷୟରେ ଖୋଲି କି କୁହନ୍ତୁ । ଏହି ଲୋକଙ୍କ ମଧ୍ୟରେ ଫ୍ରାନ୍ସର ଜଣେ ପୂର୍ବ ରାଜନେତା ବି ସାମିଲ ଅଛନ୍ତି । ଯାହାଙ୍କୁ ୨୦୧୭ରେ ଯୌନ ଉତ୍ପୀଡନର ଏକ ମାମଲାରେ ଅଦାଲତ ଅପରାଧମୁକ୍ତ କରିଦେଇଥିଲା ।

#MenToo ଆନ୍ଦୋଳନର ଆରମ୍ଭ ଶନିବାର ଦିନ ଅଣ-ସରକାରୀ ସଂଗଠନ କ୍ରିସ୍ପ(Children Rights Initiative for Shared Parenting) କରିଥିଲା । କ୍ରିସ୍ପର ଜାତୀୟ ଅଧ୍ୟକ୍ଷ କୁମାର ୱି ଦାବି କଲେ କି, ମି ଟୁ ଅଭିଯାନ ଅଧିନରେ ମିଛ ମାମଲା ଦାଏର କରିଥିବା ଲୋକଙ୍କୁ ଦଣ୍ଡ ମିଳିବା ଉଚିତ୍ । ସେ କହିଲେ କି, ମି ଟୁ ରେ ଯେଉଁଠି ପୀଡିତାମାନେ ଦଶକ ପୁର୍ବରୁ ହୋଇଥିବା ଯୌନ ଉତ୍ପୀଡନ କଥା ଆଣୁଛନ୍ତି, ସେଇଠି ଏହାର ବିପରୀତରେ ମେନ୍ ଟୁ ଆନ୍ଦୋଳନରେ ନିକଟରେ ଘଟିଥିବା ଘଟଣାକୁ ଉଠାଯିବ । ମି ଟୁ ଆନ୍ଦୋଳନ ମାମଲାରେ କହିଲେ କି, ଯୌନ ଉତ୍ପୀଡନ ମାମଲା ଯଦି ସତ, ତେବେ ପୀଡିତାଙ୍କୁ ସୋଶିଆଲ ମିଡିଆରେ ଆସିବା ବଦଳରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବା ଉଚିତ୍ ।