କଂଗ୍ରେସ ପାଇଁ ବ୍ୟାଡଲକ୍ ସାଜିଲେ ପ୍ରିୟଙ୍କା ଗାନ୍ଧୀ ! ଯେଉଁ ଯେଉଁ ସ୍ଥାନରେ ପ୍ରିୟଙ୍କା କଲେ ପ୍ରଚାର , ସେହି ସେହି ସ୍ଥାନରେ ହାରିଲା କଂଗ୍ରେସ ।

310

ଲୋକସଭା ନିର୍ବାଚନର କିଛି ମାସ ପୂର୍ବରୁ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ଭଉଣୀ ପ୍ରିୟଙ୍କା ଗାନ୍ଧୀଙ୍କୁ ପୂର୍ବ ଉତ୍ତରପ୍ରଦେଶର ପ୍ରଭାରୀ ଦାୟିତ୍ୱ ଦିଆଗଲା । କୁହାଗଲା ଯେ ୨୦୧୯ ନିର୍ବାଚନରେ ପ୍ରିୟଙ୍କା କଂଗ୍ରେସ ପାଇଁ ଟପ୍ କାର୍ଡ ଭାବରେ ସାବ୍ୟସ୍ତ ହେବେ । ଦାୟିତ୍ୱ ମିଳିବା ପରେ ପ୍ରିୟଙ୍କା ମଧ୍ୟ କାମ ଆରମ୍ଭ କରିସାରିଥିଲେ । କିନ୍ତୁ ଏବେ ନିର୍ବାଚନ ଫଳାଫଳ କହୁଛି ଯେ ପ୍ରିୟଙ୍କାଙ୍କ ପାର୍ଟିକୁ ଆସିବା ଲାଭ ବଦଳରେ କ୍ଷତି ଆଣିଦେଲା । ଯେଉଁ ଯେଉଁ ଅଞ୍ଚଳରେ ସେ ପ୍ରଚାର କରିଥିଲେ ସେହି ଅଞ୍ଚଳରେ କଂଗ୍ରେସ ମୂଳପୋଛ ହେଲା । ୟୁପିରୁ ନେଇ ପଞ୍ଜାବ ଏବଂ ଦିଲ୍ଲୀରେ ମଧ୍ୟ ଏଭଳି ପରିସ୍ଥିିତି ଦେଖାଗଲା । ଏତେ ପ୍ରଚାର ପରେ ମଧ୍ୟ ଗୋଟି ଗୋଟି କରି ସବୁ କଂଗ୍ରେସ ପ୍ରାର୍ଥୀଙ୍କୁ ପରାଜୟର କଡ଼ା ସ୍ୱାଦ ଚାଖିବାକୁ ପଡିଲା ।

ଉତ୍ତରପ୍ରଦେଶ ବାହାରେ ୧୨ ଟି ସିଟରେ ପ୍ରିୟଙ୍କା ନିଜ ପାର୍ଟି ପାଇଁ ପ୍ରଚାର କରିଥିଲେ । ଯେଉଁଥିରୁ ୧୧ ଟି ସ୍ଥାନରୁ କଂଗ୍ରେସକୁ ପରାଜୟ ସ୍ୱୀକାର କରିବାକୁ ପଡିଥିଲା । ଏହି ସମୟରେ ସେ ଆସାମର ସିଲଚର,ହରିୟାଣାର ଅମ୍ବାଲା,ହିସାର ଏବଂ ରୋହତକରେ ମଧ୍ୟ ପ୍ରଚାର କରିଥିଲେ । ସେ ଦିଲ୍ଲୀ,ମଧ୍ୟପ୍ରଦେଶର ରତଲାମ,ଇନ୍ଦୋର ଏବଂ ହିମାଚଳ ପ୍ରଦେଶର ମଣ୍ଡିରେ ମଧ୍ୟ ପ୍ରଚାର କରିଥିଲେ । କିନ୍ତୁ ପାର୍ଟିରୁ ସବୁ ଜାଗାରୁ ହାର୍ ହିଁ ମିଳିଥିଲା । ସେ ପୂର୍ବ ୟୁପିର ପ୍ରଭାରୀ ଥିଲେ । କିନ୍ତୁ ଏଠାରେ କଂଗ୍ରେସର ମୂଳପୋଛ ହୋଇଗଲା । ଗାନ୍ଧୀ ପରିବାରର ଗଡ଼ କୁହାଯାଉଥିବା ଅମେଠିକୁ ମଧ୍ୟ ପରାଜୟ ସ୍ୱୀକାର କରିବାକୁ ପଡିଛି ।