ବିଛଣାରେ ସ୍ମାର୍ଟଫୋନ ବ୍ୟବହାର ! ସୃଷ୍ଟି କରିପାରେ ସ୍ତନ ଓ ପ୍ରୋଷ୍ଟେଟ୍ କ୍ୟାନସର

98

ଦୈନିକ ଜୀବନଶୈଳୀରେ ଏପରି ଗତିବିଧି ବା ଚାଲିଚଳନ କରିଥାଉ । ଯାହା ସ୍ୱାସ୍ଥ୍ୟ ଉପରେ କୁପ୍ରଭାବ ପକାଇଥାଏ । ଫଳାରେ ଏହି ଅଭ୍ୟାସ ଆମ ଜୀବନର ଅଂଶ ପାଲଟିଯାଏ । ତେଣୁ ଏସବୁ କୁଅଭ୍ୟାସକୁ ଜୀବନରୁ ଦୂର କରିବା ଜରୁରୀ ।

• ଦାନ୍ତରେ ନଖ ଛିଣ୍ଡାଇବା ଦ୍ୱାରା ନଖର ବିକାଶ ପ୍ରଭାବିତ ହୋଇଥାଏ । ଫଲରେ ନଖ ଛୋଟ ଓ ଚଉଡା ହେଇ ଖରାପ ଦେଖାଯାଏ । ବେଳେବେଳେ କ୍ୟୁଟିକଲ୍ଟ କ୍ଷତିଗ୍ରସ୍ତ ହେବାଦ୍ୱାରା ଯନ୍ତ୍ରଣା ହୋଇଥାଏ । ନଖରେ ଥିବା ମଇଳା ବା କୀଟାଣୁ ପାଟି ମାଧ୍ୟମରେ ପେଟକୁ ଯାଇ ବିଭିନ୍ନ ପ୍ରକାର ରୋଗ ସୃଷ୍ଟି କରିଥାଏ ।

• ବିଛଣାରେ ସ୍ମାର୍ଟଫୋନ ବ୍ୟବହାର କରିବା ସ୍ୱାସ୍ଥ୍ୟ ପ୍ରତି ହାନୀକାରକ ହୋଇଥାଏ । ଫୋନରୁ ନିର୍ଗତ ରଶ୍ମୀ ଉଷ୍ମ ହୋଇଥାଏ । ଏହା ସ୍ତନ ଓ ପ୍ରୋଷ୍ଟେଟ୍ କ୍ୟାନସର ହେବାର କାରଣ ପାଲଟିଥାଏ । ଏହା ବ୍ୟତୀତ ହର୍ମୋନ ଉପରେ ମଧ୍ୟ ପ୍ରଭାବ ପକାଇ ଥାଏ । ଯାହାଦ୍ୱାରା ଅନିଦ୍ରା ଭଳି ସମସ୍ୟା ସୃଷ୍ଟି ହୋଇଥାଏ ।

• କିଛି ଲୋକଙ୍କର ମଳ-ମୂତ୍ରକୁ ଅଟକାଇ ରଖିବାର ଖରାପ ଅଭ୍ୟାସ ଥାଏ । ଏହା କରିବା ଦ୍ୱାରା ଗ୍ୟାସ ଭଳି ସମସ୍ୟା ଦେଖାଦେବା ସହ ପେଟ ଜନିତ ବିଭିନ୍ନ ରୋଗ ସୃଷ୍ଟି କରିଥାଏ । ଏହାବ୍ୟତୀତ କିଡନୀ ଉପରେ ମଧ୍ୟ ସିଧାସଳଖ ପ୍ରଭାବ ପଡିଥାଏ ।