ଅପରେସନ ଅଲଆଉଟରେ ସୁରକ୍ଷାକର୍ମୀଙ୍କ ବଡ ସଫଳତା : ଅନନ୍ତନାଗ ବିଜବେହେରାରେ ୬ଆତଙ୍କବାଦୀ ନିହତ

ମୃତଦେହ ଚିହ୍ନଟ ପ୍ରକ୍ରିୟା ଆରମ୍ଭ

78

କନକ ବ୍ୟୁରୋ : ଜମ୍ମୁକଶ୍ମୀରରେ ସୁରକ୍ଷାକର୍ମୀଙ୍କୁ ସଫଳତା । ଆଜି ଦକ୍ଷିଣ କଶ୍ମୀରର ଅନନ୍ତନାଗଠାରେ ୬ ଜଣ ଆତଙ୍କବାଦୀଙ୍କୁ ନିପାତ କରିଛନ୍ତି ଭାରତୀୟ ଯବାନ । ସେକିପୁରା ଅଂଚଳର ବିଜବେହେରାରେ ୬ ନିହତ ଆତଙ୍କବାଦୀଙ୍କ ମୃତଦେହ ଜବତ କରାଯାଇଛି । ବିଜବେହେରାରେ ଆତଙ୍କବାଦୀ ଲୁଚି ଥିବା ଖବର ପାଇ ସେନା ଓ ପୁଲିସ ମିଳିତ ଭାବେ ଅପରେସନ ଅଲଆଉଟ ଆରମ୍ଭ କରିଥିଲେ । ସୁରକ୍ଷା କର୍ମୀଙ୍କୁ ଦେଖିବା ମାତ୍ରେ ଆତଙ୍କବାଦୀ ଗୁଳି ମାଡ କରିଥିଲେ ।

ସେନାର ପାଲଟା ଆକ୍ରମଣରେ ୬ ଜଣ ଆତଙ୍କବାଦୀ ନିହତ ହୋଇଥିବା ବେଳେ ତାଙ୍କ ମୃତଦେହ ମଧ୍ୟ ଜବତ କରାଯାଇଛି । ଗତ ମଙ୍ଗଳବାର ହୁରିୟାତ ନେତା ହାଫିଜୁଲ୍ଲା ମିରଙ୍କୁ ଅଜଣା ଦୁର୍ବୃତ୍ତ ଦକ୍ଷିଣ କାଶ୍ମୀରର ଅଚଳବଲ ଅଂଚଳରେ ଗୁଳି କରି ହତ୍ୟା କରିଥିଲେ । ବିଚ୍ଛନ୍ନବାଦୀ ନେତାଙ୍କ ହତ୍ୟା ପଛରେ ଆତଙ୍କବାଦୀଙ୍କ ହାତ ଥିବା ନେଇ ପୁଲିସ ସନ୍ଦେହ କରି ତଦନ୍ତ ଚଲାଇଥିଲା । ରାତିରେ ବିଜବେହେରାରେ ଆତଙ୍କୀ ଲୁଚିଥିବା ଖବର ମିଳିବା ପରେ ଭୋରରୁ ଅପରେସନ ଆରମ୍ଭ ହୋଇଥିଲା ।