ଗୋଟିଏ ହୃଦୟକୁ କେତେ ଥର ଜିତିବ ଯବାନ ! ପାକ୍ ଚଲାଉଥିଲା ଗୁଳି , ନିଜ ଜୀବନକୁ ଖାତିର ନକରି ସ୍କୁଲ୍ ପିଲାଙ୍କ ଜୀବନ ବଂଚାଇଲେ ଯବାନ , ଭିଡିଓ ହେଲା ଭାଇରାଲ୍ ।

575

ପୁଣି ମନ ଜିଣିଲା ଭାରତୀୟ ସେନା । ନିଜ ଜୀବନକୁ ଭ୍ରୁକ୍ଷେପ ନକରି କୁନି କୁନି ସ୍କୁଲ୍ ପିଲାଙ୍କ ଜୀବନ ବଂଚାଇଲେ ଯବାନ । ଶନିବାର ପାକିସ୍ତାନୀ ଯବାନ ନିୟନ୍ତ୍ରଣ ରେଖାର ଆରପଟେ ଭାରତୀୟ ସୀମା ଆଡକୁ ଅଚାନକ ଫାୟାରିଙ୍ଗ୍ କରିବା ଆରମ୍ଭ କରି ଦେଇଥିଲେ । ତେବେ କିଛି ସ୍କୁଲ୍ ପିଲା ଘରକୁ ଫେରୁଥିବା ସମୟରେ ଫାୟାରିଙ୍ଗ୍ ରେଞ୍ଜ ଭିତରେ ଚାଲିଆସିଥିଲେ । ରାସ୍ତାରେ ଫସିଥିବା ଏହି ସ୍କୁଲ୍ ପିଲାଙ୍କୁ ଭାରତୀୟ ସେନାର ଯବାନମାନେ ନିଜକୁ ଜୀବନକୁ ବାଜି ଲଗାଇ ବଂଚାଇଥିଲେ । ସେନାର ଯବାନମାନେ ବାଲାକୋଟ୍ ସ୍ଥିତ ସରକାରୀ ସ୍କୁଲର ପିଲାମାନଙ୍କୁ ବଂଚାଇ ତାଙ୍କୁ ଆର୍ମି ଗାଡିରେ ଫାୟାରିଙ୍ଗ୍ ରେଞ୍ଜ ଠାରୁ ସୁରକ୍ଷିତ ସ୍ଥାନକୁ ନେଇ ଯାଇଥିଲେ ।

ସେନା ଯବାନ ୨ ଟି ସ୍କୁଲର ପିଲାମାନଙ୍କୁ ବଂଚାଇ ଗାଡିରେ ସୁରକ୍ଷିତ ସ୍ଥାନକୁ ନେଇଯାଇଥିଲେ । ଗାଡିରେ ବସିବା କ୍ଷଣି ସ୍କୁଲ୍ ପିଲାମାନେ ସେନା ଯବାନଙ୍କୁ ହାତ ହଲାଇ ଧନ୍ୟବାଦ ଜଣାଇ ନିଜ ଖୁସି ଜାହିର କରିଥିଲେ । ଏହି ଘଟଣା ଜମ୍ମୁ-କାଶ୍ମୀରର ମେଢର୍ ତହସିଲ୍ ରେ ଘଟିଛି । ନ୍ୟୁଜ୍ ଏଜେନ୍ସୀ ଏନଆଇ ତରଫରୁ ଜମ୍ମୁ-କାଶ୍ମୀରର ପୁଞ୍ଝ ଜିଲ୍ଲାର ମେଢର୍ ତହସିଲ୍ ର ବାଲାକୋଟ୍ ଏବଂ ବେହରୋଟ୍ ଗାଁର ପିଲାଙ୍କୁ ସେନା ଦ୍ୱାରା କିଭଳି ସୁରକ୍ଷିତ ଉଦ୍ଧାର କରାଯାଇଛି ଏହାର ଏକ ଭିଡିଓ ଜାରି କରିଛି ।