ନାପିଏର ଦିନିକିଆରେ ନ୍ୟୁଜିଲାଣ୍ଡ ୧୫୭ରେ ସୀମିତ: କୁଲଦୀପ ଯାଦବଙ୍କୁ ୪ୱିକେଟ୍, ଶହେ ତମ ୱିକେଟ କ୍ଲବରେ ସାମୀ

ଧାୱାନଙ୍କ ୫ହଜାର ଦିନିକିଆ ରନ୍ ପୂରଣ, ଛୋଟ ବିଜୟ ଲକ୍ଷ୍ୟର ପିଛା କରୁଛି ଭାରତ

104

କନକ ବ୍ୟୁରୋ: ନାପିଏର ଦିନିକିଆରେ ନ୍ୟୁଜିଲାଣ୍ଡ ୧୫୭ରେ ସୀମିତ ହୋଇଛି । ଭାରତକୁ ୧୫୮ରନର ଟାର୍ଗେଟ ଦେଇଛି କିୱି ଦଳ । ଆଜିର ମ୍ୟାଚରେ ପ୍ରଥମରୁ ଆଧିପତ୍ୟ ବିସ୍ତାର କରିଥିଲେ ଭାରତୀୟ ବୋଲର । ଆଜିର ମ୍ୟାଚରେ କୁଲଦୀପ ଯାଦବଙ୍କୁ ୪ୱିକେଟ୍ ମିଳିଥିବାବେଳେ, ଶହେ ତମ ୱିକେଟ କ୍ଲବରେ ସାମିଲ ହୋଇଛନ୍ତି ମହମ୍ମଦ ସାମି ।

Source:hotstar.com

ସେହିପରି ଧାୱାନଙ୍କ ୫ହଜାର ଦିନିକିଆ ରନ୍ ପୂରଣ କରିଛନ୍ତି । ଛୋଟ ବିଜୟ ଲକ୍ଷ୍ୟର ପିଛା କରୁଛି ଭାରତ । ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଆଜି ନାପିଏରଠାରେ ଚାଲିଛି ପ୍ରଥମ ଦିନିକିଆ ମ୍ୟାଚ । ବିରାଟ କୋହଲିଙ୍କ ନେତୃତ୍ୱରେ ପ୍ରଥମ ଥର ପାଇଁ ଭାରତୀୟ ଦଳ ନ୍ୟୁଜିଲାଣ୍ଡ ମାଟିରେ ନ୍ୟୁଜିଲାଣ୍ଡ ବିରୋଧରେ ଖେଳୁଛି । ପ୍ରଥମ ଦିନିକିଆକୁ ଜିତି ସିରଜରେ ଦବଦବା ଜାହିର କରିବା ଲକ୍ଷ୍ୟ ନେଇ ପଡିଆକୁ ଓହ୍ଲାଇଛି ଟିମ୍ ଇଣ୍ଡିଆ ।