ସତ ଲୁଚାଇବାକୁ ପାକିସ୍ତାନର ଆପ୍ରାଣ ଉଦ୍ୟମ ! ଦେଖନ୍ତୁ କିଭଳି ଭାରତୀୟ ସେନାର ଆକ୍ରମଣରେ ନିହତ ଆତଙ୍କୀଙ୍କ ଶବ ଲୁଚାଇବାକୁ ଜୁଟି ପଡିଛି ପାକ୍

885

ପାକିସ୍ତାନର ବାଲାକୋଟରେ ଭାରତୀୟ ବାୟୁସେନାର ଅତର୍କିତ ଆକ୍ରମଣରେ ଜଳି ପୋଡି ପାଉଁଶ ହୋଇଯାଇଛି ବହୁ ଆତଙ୍କୀ ସଂଗଠନଗୁଡିକର ଆଡ୍ଡା । ଯେଉଁଥିରେ ଜୈସ୍-ଏ- ମୋହମ୍ମଦର ବହୁ ଶକ୍ତିଶାଳୀ ଆତଙ୍କୀମାନେ ନିହତ ହୋଇଥିବା ଖବର ଆସିଛି । ଆୁ ଏହାରି ଭିତରେ ପୁଲୱାମା ଆକ୍ରମଣର ପ୍ରତିଶୋଧ ନେଇଛି ଭାରତ । ଭାରତର ଲଡାକୁ ବିମାନଗୁଡିକ ମଙ୍ଗଳବାର ରାତିରେ ମୁଜଫରାବାଦ ସେକ୍ଟରରେ ପଶି ପାକିସ୍ତାନ ବାଲାକୋଟରେ ବୋମାବର୍ଷା କରିଥିଲା ।

ଏହି ବୋମାମାଡରେ ଆତଙ୍କୀ ସଂଗଠନ ଜୈସ-ଏ- ମୋହମ୍ମଦ କ୍ୟାମ୍ପ ପୋଡି ପାଉଁଶ ହୋଇ ଯାଇଛି । ଭାରତ ଆକ୍ରମଣ ପରେ ବାଲାକୋଟକୁ ପାକିସ୍ତାନୀ ସେନା ପକ୍ଷରୁ ସିଲ କରିଦିଆଯାଇଛି । ଏଠାରେ ନା ତ କୌଣସି ଗଣମାଧ୍ୟମର ପ୍ରତିନିଧିଙ୍କୁ ପଶିବାକୁ ଦିଆଯାଉଛି, ନା ହିଁ ସାଧାରଣ ଲୋକଙ୍କୁ । ଏପରିକି ଯେଉଁ ଜାଗାକୁ ଭାରତ ନଷ୍ଟଭ୍ରଷ୍ଟ କରିପକାଇଛି ସେଠାରୁ ପକ୍ଷୀଟିଏକୁ ବି ପଶିବାକୁ ଦିଆଯାଉନାହିଁ ।

ସ୍ଥାନୀୟ ଲୋକଙ୍କ କହିବା କଥା ହେଲା , ଭାରତର ଆକ୍ରମଣ ପରେ ପରେ ପାଖାପାଖି ୧୦ରୁ ଅଧିକ ଆମ୍ବୁଲାନ୍ସ ଦୁର୍ଘଟଣାସ୍ଥଳରେ ନଜର ଆସିଥିଲା । ତେବେ ସେନାର ଘେରା ବନ୍ଦୀ ଯୋଗୁଁ କିଛି ସ୍ପଷ୍ଟ ବୁଝା ପଡୁନଥିଲା । କିନ୍ତୁ ଘଟଣାସ୍ଥାଳରେ ଲୋକଙ୍କର ଚିକ୍ରାର ଶୁଭାଯାଉଥିଲା ବୋଲି ସ୍ଥାନୀୟ ଲୋକଙ୍କର ସୂଚନା ରହିଛି ।

ସୂଚନା ମୁତାବକ, ବାଲାକୋଟର ଯେଉଁସବୁ ଇଲାକରେ ବୋମାବର୍ଷଣ ହୋଇଥିଲା ତାହା ବହୁ ଆତଙ୍କୀ ସଂଗଠନମାନଙ୍କର ଆଡ୍ଡାସ୍ଥଳୀ ରହିଥିଲା ।ଏହି ଜାଗା ପିଓକେର ମୁଜଫରାବାଦରୁ ପାଖାପାଖି ୪୦ କିଲୋମିଟର ଦୂରରେ ଅବସ୍ଥିତ । ଭାରତର ବୋମାମାଡ ପରେ ବାଲାକୋଟର ଲୋକଙ୍କ ମଧ୍ୟରେ ଆତଙ୍କୀ ଖେଳିଯାଇଥିଲା । ଲୋକଙ୍କୁ ଏବେବି ଲାଗୁଛି କି ଭାରତ ପୁଣି ଥରେ ଆକ୍ରମଣ କରିପାରେ ।

ଅନ୍ୟପଟେ ବାଲକୋଟ ହମଲାକୁ ପାକିସ୍ତାନ ସେନା ସ୍ୱିକାର କରିଛି, ହେଲେ ଏଥିରେ କୌଣସି ହତାହତ ହୋଇନଥିବା ଦାବି କରୁଛି । ବାୟୁସେନା ହମଲା କରିଥିବା ୩ଟି ସ୍ଥାନରେ ସେନା ମୁତୟନ କରାଯାଇ ଆକ୍ରମଣର ପ୍ରମାଣ ନଷ୍ଟ କରୁଥିବା ସୂଚନା ମିଳିଛି । ଯାହାକୁ ପରେ ଅନ୍ତର୍ଜାତୀୟ ମିଡିଆ ଡାକି ଘଟଣାସ୍ଥଳ ବୁଲାଇ ଭାରତ ହମଲା କରିନଥିବା କହିପାରିବ ଇସଲାମାବାଦ । ପାକିସ୍ତାନ ସେନାର ମେଜର ଜେନେରାଲ ଆସିଫ ଗଫୁର ଗତକାଲି ସାମ୍ବାଦିକ ସମ୍ମିଳନୀ କରି ଭାରତର ଆକ୍ରମଣକୁ ସ୍ୱୀକାର କରିଛନ୍ତି । ହେଲେ ଆତଙ୍କବାଦୀ ଆଡ୍ଡା ଉପରେ ହମଲା ଘଟଣାକୁ ସେ ସଂପୁର୍ଣ୍ଣ ଅସ୍ୱୀକାର କରିଛନ୍ତି । ଆଉ ଆଗାମୀ ଦିନରେ ଭାରତକୁ ପାକିସ୍ତାନ କଡା ଜବାବ ଦେବ ବୋଲି କହିଛନ୍ତି ଆସିଫ ଗଫୁର ।

ସେପଟେ, ପିଓକେରେ ଥିବା ଜୈଶର ଆତଙ୍କବାଦୀଙ୍କ ଆଡ୍ଡା ଉପରେ ଭାରତର ବାୟୁସେନା ହମଲା ପରେ ବିଚଳିତ ହୋଇପଡିଛି ପାକିସ୍ତାନ । ସୀମା ସ୍ଥିତ ସେନା ପୋଷ୍ଟ ଓ ସୀମାବର୍ତି ଗାଁ ଉପରେ ପାକିସ୍ତାନୀ ସେନା ଗୁଳି ଓ ମୋର୍ଟାର ମାଡ କରିଛି । ଜାମ୍ମୁକାଶ୍ମୀର ସୀମାର ୧୫ଟି ଜାଗାରେ ପାକିସ୍ତାନ ଅସ୍ତ୍ରବିରତୀ ଉଲ୍ଲଙ୍ଘନ କରିଥିବା ଜଣାପଡିଛି । ଭାରତୀୟ ସେନାର କାର୍ଯ୍ୟାନୁଷ୍ଠାନରେ ଛାନିଆ ହୋଇଯାଇଥିବା ପାକିସ୍ତାନ ସିଆଲକୋଟରେ ଟ୍ୟାଙ୍କ ଦ୍ୱାରା ଆକ୍ରମଣ କରିଥିବା ସୂଚନା ମିଳିଛି । ଭାରତୀୟ ସେନା ଏହାର ମୁହଁତୋଡ ଜବାବ ଦେଇଛି । ଫଳରେ ପାକିସ୍ତାନ ସେନାର କ୍ଷୟକ୍ଷତି ହୋଇଥିବା ଜଣାପଡିଛି ।