୧୫ ବର୍ଷର ନାବାଳିକାକୁ କମାଣ୍ଡର କଲା ଦୁଷ୍କର୍ମ, ବିରୋଧ କରିବାରୁ ଗୁଳି କରି ୩୬ ଜଣଙ୍କୁ ମାରିଦେଲା ପୋଲିସ

304

କନକ ବ୍ୟୁରୋ : କେବଳ ରାଜନୀତିର ରୁଟି ସେକିବାକୁ ନେତା ମନ୍ତ୍ରୀମାନେ ଜାତି ଧର୍ମ ନାଁରେ ରାଜନୀତି କରିଥାନ୍ତି । ହେଲେ ଲୁଟ, ଧର୍ଷଣ ଓ ମେଡିକାଲ ମାମଲାରେ ଏସବୁକୁ କିଏ ବା ପଚାରେ । ବାଶ୍ ଏବେ ଏମିତି ଏକ ଧାର୍ମିକ ପ୍ରସଙ୍ଗକୁ ନେଇ ଇରାନରେ ୩୬ ଜଣ ଲୋକଙ୍କୁ ମାରିଦେଇଛି ପୋଲିସ ।

ଇରାନରେ ହିଜାବ ପିନ୍ଧିବାକୁ ମନା କରିବାକୁ ୨୨ ବର୍ଷିୟ ମହିଳା ଅମିନକୁ ପୋଲିସ କଷ୍ଟଡିରେ ମାରିଦିଆଗଲା । ଏହାପରେ ପୁରା ଇରାନର ଲୋକ ରାସ୍ତାକୁ ଓହ୍ଲାଇ ଆସିଲେ । ପଦଯାତ୍ରା, ବିରୋଧ ଓ ଧର୍ମଘଟରେ ତାତିଗଲା ପୁରା ଇରାନ । ଏ ସମସ୍ୟା ଏପର୍ଯ୍ୟନ୍ତ ଲାଘବ ହୋଇ ନାହିଁ ହେଲେ ପୁଣି ଏକ ନୂଆ ଇସ୍ୟୁ ଏବେ ପୁରା ଇରାନରେ ନିଆଁ ଲଗାଇ ଦେଇଛି ।

ଶୁକ୍ରବାର ଦିନ ଜେହଦାନ ସହରରେ ଜଣେ ୧୫ ବର୍ଷିୟା ସୁନ୍ନୀ ସଂପ୍ରଦାୟର ନାବାଳିକାକୁ ଜଣେ ସିୟା କମାଣ୍ଡର ଦୁଷ୍କର୍ମ କରିଥିବା ଅଭିଯୋଗ ଆସିଥିଲା । ଏଖବର ପ୍ରଚାରିତ ହେବା ପରେ ପୁଣି ଲୋକମାନେ ପ୍ରତିରୋଧ କରିବାକୁ ରାସ୍ତାକୁ ଓହ୍ଲାଇଥିଲେ । ପ୍ରଦର୍ଶନକାରୀମାନେ କିଛି ସରକାରୀ କାର୍ଯ୍ୟାଳୟରେ ନିଆଁ ଲଗାଇ ଦେଇଥିଲେ । ପୋଲିସ ନାଗରିକଙ୍କ ପ୍ରତିବାଦକୁ ରୋକିବାରେ ବିଫଳ ହୋଇଥିଲା । ଶେଷରେ ଗୁଳି ଚଳାଇଥିଲା ପୋଲିସ । ଆଉ ଏହି ପୋଲିସ ଗୁଳିରେ ୩୬ ଜଣ ସାଧାରଣ ନାଗରିକଙ୍କ ମୃତ୍ୟୁ ହୋଇଥିବା କୁହାଯାଉଛି ।

ଏଭଳି ପାଶବିକ କାମ କରିଥିବା କମାଣ୍ଡରଙ୍କ ନାମ କର୍ନଲ ଇବ୍ରାହିମ୍ ଖୁଚାକଜଇ । ସେ ସିୟା ସଂପ୍ରଦାୟର ଓ ଦୁଷ୍କର୍ମରେ ଶିକାର ହୋଇଥିବା ନାବାଳିକା ଜଣଙ୍କ ସୁନ୍ନି ସଂପ୍ରଦାୟର । ସେପଟେ ଏହି ମାମଲାକୁ ଚପାଇ ଦେବାକୁ ସୁରକ୍ଷାକର୍ମୀମାନେ ଦୁଷ୍କର୍ମରେ ଶିକାର ହୋଇଥିବା ନାବାଳିକାର ୩ ଜଣ ସଂପର୍କୀୟଙ୍କୁ ଅପହରଣ ମଧ୍ୟ କରିଥିବା ସୂଚନା ରହିଛି ।