ଭୂଷୁଡି ପଡିବ କି ଜୋଶୀମଠ ! ବିପଦ ସଂକୁଳ ଅବସ୍ଥାରେ ୫୬୦ ଘର, ମାଟି ଫଟାଇ ବାହାରୁଛି ପାଣି

98

କନକ ବ୍ୟୁରୋ : ଉତ୍ତରାଖଣ୍ଡର ଐତିହାସିକ ସହର ଜୋଶୀମଠ ଅଞ୍ଚଳ କୁ ବିପଦ ମାଡିଆସୁଛି । ଏଠାରେ ୯ଟି ଅଞ୍ଚଳରେ ଥିବା ୫୬୧ଟି ଦୋକାନ ଘରେ ଫାଟ ଦେଖିବାକୁ ମିଳିଛି । ଏଭଳି ବିପଦକୁ ନଜରରେ ରଖି ଆଜି ମୁଖ୍ୟମନ୍ତ୍ରୀ ପୁଷ୍କରସିଂ ଧାମୀ ଏକ ବୈଠକ ଡାକିଛନ୍ତି । ସୂଚନା ଥାଉକି ପାହାଡ ଧସିବାକୁ କାରଣରୁ ଦିନକୁ ଦିନ ଏହି ଐତିହାସିକ ସହର ବିପଦ ମୁହଁକୁ ଠେଲି ହୋଇଯାଉଛି । ଏଠାରେ ଅନେକ ସ୍ଥାନରେ ପାହାଡରୁ ମାଟି ଅତଡା ଖସିବା ଫଳରେ ସ୍ଥାନୀୟ ଘରଗୁଡିକରେ ଫାଟ ଦେଖାଯାଉଛି ।

ସେପଟେ ଏଭଳି ବିପଦକୁ ନଜରରେ ରଖି ଅନେକ ହୋଟେଲକୁ ବନ୍ଦ କରିଦେବା ସହ ୩୮ରୁ ଅଧିକ ପରିବାରକୁ ସୁରକ୍ଷିତ ସ୍ଥାନକୁ ନିଆଯାଇଛି । ଏହାସହ ସେଠାରେ ଏନଟିପିସି ତରଫରୁ ଚାଲିଥିବା କାମକୁ ମଧ୍ୟ ବନ୍ଦ କରିଦିଆଯାଇଛି ।

ଅନ୍ୟପଟେ ଗତବର୍ଷ ମଧ୍ୟ ଏଭଳି ସମସ୍ୟା ଦେଖିବାକୁ ମିଳିଥିଲା । ପାହାଡରୁ ମାଟି ଅତଡା ଖସିବା ଫଳରେ ଅନେକ ଘରେ ଫାଟ ଦେଖାଦେଇଥିଲା । ହେଲେ ଚଳିତବର୍ଷ ପ୍ରଥମଥର ପାଇଁ ଜୋଶୀମଠ ସହରର ବିଭିନ୍ନ ସ୍ଥାନରେ ମାଟି ଫଟାଇ ପାଣି ବାହାରୁଛି । ଏହାକୁ ନେଇ ଲୋକମାନେ ଭୟଭୀତ ହୋଇପଡିଛନ୍ତି ।

ବୈଜ୍ଞାନିକଙ୍କ କହିବା କଥା କି ଏହି ପାହାଡରେ ମାଟି, ଗଛ ଓ ପଥର ରହିଛି । ହେଲେ ପାହାଡଟି ବହୁ ପୁରୁଣା ହୋଇଥିବାରୁ ଏଥିରେ ବାନ୍ଧି ରଖିôବାର କ୍ଷମତା ହ୍ରାସ ପାଇଛି । ସେପଟେ ଏନଟିପିସି ଦ୍ୱାରା କରାଯାଇଥିବା ଟର୍ନେଲ ଫଳରେ ଏବେ ମାଟି ଅତଡା ଖସୁଛି ।