ରାଜ୍ୟକୁ ଫେରିଲା ତାତି: ୪୫.୯ ଡିଗ୍ରୀ ସହ ବୌଦ୍ଧ ରାଜ୍ୟର ସବୁଠୁ ଉତ୍ତପ୍ତ ସହର

475

କନକ ବ୍ୟୁରୋ: ରାଜ୍ୟକୁ ପୁଣି ଫେରିଲା ତାତି । ୪୫ ଡିଗ୍ରୀ ଟପିଲା ଦିନର ତାପମାତ୍ରା । ଏକ୍ସରେ ପୋଷ୍ଟ କଲେ ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାଶ । ପଶ୍ଚିମ ଓଡିଶାରେ ଅସମ୍ଭାଳ ତାତି । ସେହିପରି ଉପକୂଳରେ ଅସହ୍ୟ ଗୁଳୁଗୁଳି ଅନୁଭୂତ । ବାୟୁମଣ୍ଡଳରେ ଆର୍ଦ୍ରତା ଯୋଗୁଁ ବଢିଲା ତାପମାତ୍ରା । ୪୫.୯ ଡିଗ୍ରୀ ସହ ବୌଦ୍ଧ ରାଜ୍ୟର ସବୁଠୁ ଉତ୍ତପ୍ତ ସହର । ସୋନପୁରରେ ତାପମାତ୍ରା ୪୫.୩ ଡିଗ୍ରୀ । ଟିଟିଲାଗଡରେ ୪୫ ଡିଗ୍ରୀ ଛୁଇଁଲା ତାପମାତ୍ରା ।