ସମ୍ଭାବ୍ୟ ବାତ୍ୟାର ଗତିପଥ କୁଆଡେ? ପଢନ୍ତୁ କଣ କହୁଛି ପାଣିପାଗ ବିଭାଗର ଆକଳନ

848

କନକ ବ୍ୟୁରୋ: ଦକ୍ଷିଣ ଆଣ୍ଡାମାନ ସାଗର ଓ ପାଶ୍ୱର୍ବର୍ତୀ ଦକ୍ଷିଣ ପୂର୍ବ ବଙ୍ଗୋପସାଗର ଅଂଚଳରେ ସୃଷ୍ଟି ହୋଇଛି ଲଘୁଚାପ । ଲଘୁଚାପ କ୍ଷେତ୍ର ଘନୀଭୂତ ହୋଇ ଆସନ୍ତାକାଲି ଅବପାତର ରୂପ ନେବ । ୮ ତାରିଖ ସଂଧ୍ୟା ସୁଦ୍ଧା ଏହା ବାତ୍ୟାର ରୂପ ନେବା ସମ୍ଭାବନା ରହିଛି । ଏହା କ୍ରମେ ଉତର ପଶ୍ଚିମ ଦିଗରେ ଗତି କରିବ । ୧୦ ତାରିଖ ବେଳକୁ ଉତର ଆନ୍ଧ୍ର ଏବଂ ଓଡ଼ିଶା ଉପକୂଳ ପାଖାପାଖି ପହଂଚିବାର ସମ୍ଭାବନା ରହିଛି । ତେବେ ବାତ୍ୟା କେଉଁଠି ସ୍ଥଳଭାଗ ଛୁଇଁବ ସେନେଇ କିଛି ସ୍ପଷ୍ଟ ହୋଇନାହିଁ । ପବନର ବେଗକୁ ନେଇ ପାଣିପାଗ ବିଭାଗ ଆକଳନ କରିଛି । ୧୦ତାରିଖରେ ସମୁଦ୍ର ଭିତରେ ୮୦ରୁ ୯୦କିଲୋମିଟର ବେଗରେ ପବନ ବହିପାରେ । ସେପଟେ ଉପକୂଳ ନିକଟରୁ ମୋଡ ବଦଳାଇପାରେ ବାତ୍ୟା ।