ଓମିକ୍ରନକୁ ନେଇ ସଜାଗ ରହିବାକୁ କେନ୍ଦ୍ରର ପରାମର୍ଶ: କହିଲେ, ସ୍ଥିତି ଦେଖି ପଦକ୍ଷେପ ନିଅ

97

କନକ ବ୍ୟୁରୋ: ଓମିକ୍ରନ ନେଇ ସଜାଗ ରହିବାକୁ ରାଜ୍ୟମାନଙ୍କୁ ସ୍ୱାସ୍ଥ୍ୟମନ୍ତ୍ରାଳୟର ପରାମର୍ଶ । ଜିଲ୍ଲା ସ୍ତରରେ ସ୍ଥିତି ଉପରେ ନଜର ରଖିବାକୁ ପରାମର୍ଶ । ସଂକ୍ରମଣ, ହସ୍ପିଟାଲ ଭିତ୍ତିଭୂମି, ଅବରୋଧ ଅଞ୍ଚଳ ଉପରେ ଦୃଷ୍ଟି ରଖିବାକୁ କୁହାଯାଇଛି । ସଂକ୍ରମଣ ବ୍ୟାପିବାରୁ ରୋକିବାକୁ ନେଇ ପଦକ୍ଷେପ ନେବାକୁ ପରାମର୍ଶ । ଟେଷ୍ଟ ପଜିଟିଭିଟି ୧୦ ପ୍ରତିଶତ ବା ଅଧିକ ଥିଲେ କଟକଣା ନିଷ୍ପତ୍ତି ।

ଦେଶରେ ଧିରେ ଧିରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବାରୁ ଆଗୁଆ ସତର୍କ ହୋଇଛନ୍ତି କେନ୍ଦ୍ର ସରକାର । ଓମିକ୍ରନ ମୁକାବିଲା ପାଇଁ ସରକାର ପ୍ରସ୍ତୁତ ରହିଛନ୍ତି ବୋଲି ମଧ୍ୟ କୁହାଯାଇଛି । ଏବେ ଯାଏ ଦେଶରେ ୨୦୦ରୁ ଅଧିକ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।